Jharsuguda By Election 2023: କମ୍ପୁଛି ଝାରସୁଗୁଡ଼ା, ଦୀପାଳିଙ୍କ ପାଇଁ ଆଜି ଭୋଟ ମାଗିବେ ନବୀନ
Advertisement
Article Detail0/zeeodisha/odisha1683908

Jharsuguda By Election 2023: କମ୍ପୁଛି ଝାରସୁଗୁଡ଼ା, ଦୀପାଳିଙ୍କ ପାଇଁ ଆଜି ଭୋଟ ମାଗିବେ ନବୀନ

Jharsuguda By Election 2023 News In Odia: ଝାରସୁଗୁଡା (Jharsuguda By Election 2023)ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୋଟିଏପଟେ ବିଜେଡି ନବୀନଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ବିଜେପି ୩ କେନ୍ଦ୍ରମନ୍ତ୍ରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି । ତେଣୁ ଏହି ୩ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଖୁବଶୀଘ୍ର ପ୍ରଚାର ମୈଦାନରେ ଦେଖିବାକୁ ମିଳିପାରେ । ସେହିଭଳି କଂଗ୍ରେସ ମଧ୍ୟ ଦଳର ବରିଷ୍ଠ ନେତାଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Jharsuguda By Election 2023 News In Odia: ଝାରସୁଗୁଡା ଉପ ନିର୍ବାଚନ (Jharsuguda By Election)ପାଇଁ ସରଗରମ ରହିଛି ରାଜନୈତିକ ପାଣିପାଗ । ଉଠୁଛି ପଡୁଛି ପୁରା ଝାରସୁଗୁଡା । ଆଜି ଝାରସୁଗୁଡ଼ା ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ(Odisha CM Naveen Patnaik)। ଅପରାହ୍‌ଣ ସାଢ଼େ ୪ଟାରେ ଅମଲିପାଲିଠାରେ ଦୀପାଳୀଙ୍କ ( bjd candidate dipali das)ପାଇଁ ଭୋଟ ମାଗିବେ । ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ ନବୀନ ପଟ୍ଟନାୟକ (Cm Naveen Patnaik) । ସୁପ୍ରିମୋଙ୍କ ପ୍ରଚାର ବିଜେଡି ଶିବିରରେ ଜୋସ୍‌ ଭରିବ । ବିଜେଡି ନିଜ ଗଡ ରକ୍ଷା କରିବା ପାଇଁ ଲକ୍ଷ ରଖିଛି। ବିପୁଳ ପରିମାଣରେ ଭୋଟ ପାଇବାକୁ ଲକ୍ଷ ରଖିଛି ଦଳ । 

ଗୋଟିଏପଟେ ବିଜେଡି ନବୀନଙ୍କୁ (Cm Naveen Patnaik) ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ବିଜେପି ୩ କେନ୍ଦ୍ରମନ୍ତ୍ରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି । ତେଣୁ ଏହି ୩ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଖୁବଶୀଘ୍ର ପ୍ରଚାର ମୈଦାନରେ ଦେଖିବାକୁ ମିଳିପାରେ । ସେହିଭଳି କଂଗ୍ରେସ ମଧ୍ୟ ଦଳର ବରିଷ୍ଠ ନେତାଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛି । ଏଭଳିସ୍ଥଳେ ଆଗକୁ ହେଭିୱେଟ ନେତାଙ୍କ ପ୍ରଚାରରେ କମ୍ପିବ ଝାରସୁଗୁଡା ପ୍ରଚାର ମୈଦାନ (Jharsuguda By Election) । ଝାରସୁଗୁଡା ଉପ ନିର୍ବାଚନ (Jharsuguda By Election  2023) ପାଇଁ ଆସନ୍ତା ମେ' ୮ ତାରିଖରେ ପ୍ରଚାର ଶେଷ ହେବ । ମେ ୧୦ରେ ଭୋଟଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଦେବେ ଝାରସୁଗୁଡ଼ା ଭୋଟର । ମେ ୧୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ  (Jharsuguda By Election  2023) । ଏଥର ସେଠାରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂ‌ଗ୍ରେସ ମଧ୍ୟରେ ଟକ୍କର ହେଉଛି  (Jharsuguda By Election  2023)। 

Also Read: Horoscope Today 7 May 2023: ଏହି ୫ ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

Also Read: Rabichandra Ashwini love story: ସପ୍ତମ ଶ୍ରେଣୀରୁ ଏହି ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଅଶ୍ବିନୀ, ପତ୍ନୀ ଖୋଲିଲେ ଗୁମର..

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ( bjd candidate dipali das)ବ୍ୟତୀତ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଇଦାନରେ ଅଛନ୍ତି। ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଏସଆଇ ଗୋପାଳ ଦାସ୍ । ଏହାପରେ ଝାରସୁଗୁଡ଼ା ଆସନ ଖାଲି ପଡିଛି । ନବ ଦାସଙ୍କ ଗୁଳି କରି ହତ୍ୟା କରିବା ଘଟଣାରେ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି । ସେ ବର୍ତ୍ତମାନ ଜେଲରେ ଅଛନ୍ତି। ସେପଟେ ଏହି ମାମଲାର ଖୋଳତାଡ କରୁଛି  ବର୍ତ୍ତମାନ କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ହତ୍ୟାକାଣ୍ଡ ଘଟିଥିବା ଘଟଣା ସ୍ଥଳକୁ ଯାଇ ଏକ୍ସପର୍ଟ ଟିମ୍‌ ଯାଞ୍ଚ କରିଛି । ନବ ଦାସଙ୍କ ସହ ଗୋପାଳଙ୍କର କୌଣସି ପୂର୍ବ ଶତ୍ରୁତା ଥିଲା କି ନାହିଁ ସେଦିଗରେ ମଧ୍ୟ ତଦନ୍ତ କରାଯାଉଛି । 

Also Read:  Pushpa 2: କେବଳ ମାଲକାନଗିରି ନୁହେଁ ,ଓଡ଼ିଶାର ଏହି ସ୍ଥାନରୁ ଆରମ୍ଭ ହେବାକୁ ଯାଉଛି 'ପୁଷ୍ପା ୨' ର ସୁଟିଂ

Also Read:  Bhubaneswar News: ରୋଡ଼ ରୋମିଓଙ୍କ ଉତ୍ପାତ , ପ୍ରଥମେ କମେଣ୍ଟ କଲେ ପରେ ଲେଡି଼ଜ୍ ହଷ୍ଟେଲରେ ପଶି...