Utkela Airport: ଖୁବଶୀଘ୍ର ଉତକେଲା ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା
Advertisement
Article Detail0/zeeodisha/odisha1805558

Utkela Airport: ଖୁବଶୀଘ୍ର ଉତକେଲା ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା

Utkela Airstrip Odisha: ଖୁବଶୀଘ୍ର ଉତକେଲା ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା। ନିକଟରେ ଡିଜିସିଏ ଟିମ୍ ଉତକେଲା ବିମାନ ବନ୍ଦର ପରିଦର୍ଶନ କରି ଭୁନବେଶ୍ୱର-ଭବାନୀପାଟଣା ମଧ୍ୟରେ ବିମାନ ସେବା ପ୍ରସ୍ତାବର ସମୀକ୍ଷା କରିଥିଲେ।

 

Utkela Airport: ଖୁବଶୀଘ୍ର ଉତକେଲା ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା

Utkela Airport Flight Service: ରାଜ୍ୟରେ ବିମାନ ସେବାକୁ ନେଇ ଆସିଛି ଏକ ବଡ଼ ଖବର। ଖୁବଶୀଘ୍ର ଉତକେଲା ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା। କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତ ଉତକେଲା ବିମାନ ବନ୍ଦରରୁ ଉଡ଼ାଣ ଭରିବ ବିମାନ। ଏହି ବିମାନ ସେବା ଆରମ୍ଭ ହୋଇଯିବା ପରେ ରାଜ୍ୟରେ ଆଞ୍ଚଳିକ ସଂଯୋଗ ଆହୁରି ବୃଦ୍ଧି ପାଇବ। ଏହି କ୍ରମରେ ଉତକେଲା ଠାରୁ ବିମାନ ଚଳାଚଳ ଆରମ୍ଭ ହେବାର ସମ୍ଭାବନା ରହିଛି।

ରିପୋର୍ଟ ଅନୁଯାୟୀ ଉତକେଲା ବିମାନ ବନ୍ଦରରେ (Utkela Airport) ସୁରକ୍ଷା ନିର୍ଦ୍ଦେଶାବଳୀ (Safety Guidelines at Airport) ଏବଂ ଅନ୍ୟାନ୍ୟ ପ୍ରୋଟୋକଲ (Protocols for Airport) ସମ୍ପର୍କରେ ଚୂଡ଼ାନ୍ତ ସମୀକ୍ଷା ସମ୍ପର୍କରେ ରାଜ୍ୟ ସରକାର (Govt of Odisha) ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକଙ୍କୁ (Director General of Civil Aviation) ଏକ ଚିଠି ଲେଖିଛନ୍ତି। ପରବର୍ତ୍ତୀ ସମୟରେ, ଡିଜିସିଏ ଆଞ୍ଚଳିକ ଉପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ୍ ଚାରି ଦିନ ପୂର୍ବରୁ ଏୟାରଷ୍ଟ୍ରିପ୍ (Utkela Airstrip Odisha) ପରିଦର୍ଶନ କରି ଅଧିକାରୀଙ୍କ ଉପସ୍ଥିତିରେ ସୁବିଧା ତଥା ଅନ୍ୟାନ୍ୟ ସୁରକ୍ଷା ମାନଦଣ୍ଡର ମୂଲ୍ୟାଙ୍କନ କରିଥିଲେ। 

ଯେଉଁଥିରେ ସାମିଲ ହୋଇଥିଲେ ମୁଖ୍ୟ ବିମାନ ବନ୍ଦର ସୁରକ୍ଷା ଅଧିକାରୀ (Chief Aviation Security Officer), ଭାରତୀୟ ବିମାନବନ୍ଦର ପ୍ରାଧିକରଣ (Airports Authority of India) ନୋଡାଲ ଅଥରିଟି ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (Central Industrial Security Force)। ସରକାରୀ ସୂତ୍ରରୁ ପ୍ରକାଶ ଯେ ଉତକେଲା ଏୟାର ଷ୍ଟ୍ରିପ୍ ପରିଦର୍ଶନ କରିବା ପରେ ସନ୍ତୋଷ ବ୍ୟକ୍ତ କରିଛି। ଯଦି ସବୁକିଛି ଠିକ୍ ହୁଏ ତାହେଲେ ଉତକେଲା ବିମାନ ବନ୍ଦରରୁ ଖୁବ ଶୀଘ୍ର ବିମାନ ସେବା (Utkela Airport Flight Service) ଆରମ୍ଭ ହେବାର ସମ୍ଭାବନା ରହିଛି। 

ମାର୍ଚ୍ଚରେ ଦିଲ୍ଲୀ ଏବଂ ଭୁବନେଶ୍ୱର ସ୍ଥିତ ୫ ଜଣିଆ ଡିଜିସିଏ ଟିମ୍ ଉତକେଲା ବିମାନ ବନ୍ଦର ପରିଦର୍ଶନ କରି ରାଜ୍ୟ ରାଜଧାନୀ ଏବଂ ଭବାନୀପାଟଣା ମଧ୍ୟରେ ବିମାନ ସଂଯୋଗ (Bhubaneswar Bhawanipatna Flight Service) ପ୍ରସ୍ତାବର ସମୀକ୍ଷା କରିଥିଲେ। ଗତ ସପ୍ତାହରେ କାଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା (Kalahandi MP Basant Panda) କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ (Union Civil Aviation Minister) ଠାରୁ ସେ ୨-ବି ଶ୍ରେଣୀ ଉତକେଲା ବିମାନବନ୍ଦରକୁ ଲାଇସେନ୍ସ (2-B Category Utkela Airport License) ପ୍ରଦାନ ସମ୍ପର୍କରେ ଜବାବ ମାଗିଥିଲେ।