Digital Education: ସ୍କୁଲରେ ଏଣିକି ଟ୍ୟାବ ବାଧ୍ୟତାମୂଳକ
Advertisement
Article Detail0/zeeodisha/odisha2435089

Digital Education: ସ୍କୁଲରେ ଏଣିକି ଟ୍ୟାବ ବାଧ୍ୟତାମୂଳକ

ଭୁବନେଶ୍ୱର: ସ୍କୁଲରେ ଏଣିକି ବାଧ୍ୟତାମୂଳକ ହେବ ଟ୍ୟାବ। କାଗଜ କଲମ ପରିବର୍ତ୍ତେ ଟ୍ୟାବରେ ପାଠ ପଢିବେ ଛାତ୍ରଛାତ୍ରୀ। ଅନଲାଇନରେ ହେବ ସବୁକିଛି। ପିଲାଙ୍କ ଉପସ୍ଥାନ ଠାରୁ ଆରମ୍ଭ କରି ଆର୍ଥିକ କାରବାର ସମ୍ପର୍କିତ ସମସ୍ତ ତତ୍ୟ ସିଧା ଅନଲାଇନରେ ଅପଲୋଡ ହେବ। ସ୍କୁଲରେ ଟାବ ବ୍ୟବହାର କରାଯାଇ ସମସ୍ତ କାର୍ଯ୍ୟକ୍ରମର ତଥ୍ୟ ଡିଜିଟାଲାଇଜଡ କରାଯିବ। ସମଗ୍

Digital Education: ସ୍କୁଲରେ ଏଣିକି ଟ୍ୟାବ ବାଧ୍ୟତାମୂଳକ

Odisha News: ଭୁବନେଶ୍ୱର: ସ୍କୁଲରେ ଏଣିକି ବାଧ୍ୟତାମୂଳକ ହେବ ଟ୍ୟାବ। କାଗଜ କଲମ ପରିବର୍ତ୍ତେ ଟ୍ୟାବରେ ପାଠ ପଢିବେ ଛାତ୍ରଛାତ୍ରୀ। ଅନଲାଇନରେ ହେବ ସବୁକିଛି। ପିଲାଙ୍କ ଉପସ୍ଥାନ ଠାରୁ ଆରମ୍ଭ କରି ଆର୍ଥିକ କାରବାର ସମ୍ପର୍କିତ ସମସ୍ତ ତତ୍ୟ ସିଧା ଅନଲାଇନରେ ଅପଲୋଡ ହେବ। ସ୍କୁଲରେ ଟାବ ବ୍ୟବହାର କରାଯାଇ ସମସ୍ତ କାର୍ଯ୍ୟକ୍ରମର ତଥ୍ୟ ଡିଜିଟାଲାଇଜଡ କରାଯିବ। ସମଗ୍ର ଶିକ୍ଷା ଅଧିନରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ବ୍ୟାପକ ଆଲୋଚନା କରାଯିବ। 

ସୂଚନାଯୋଗ୍ୟ ସମସ୍ତ ସ୍କୁଲକୁ ଟାବଲେଟ ବଣ୍ଟନ କରାଯାଇଛି। ଶିକ୍ଷକଙ୍କୁ ପାଠ ପଢାଇବା ପାଇଁ ଟାବ ବଣ୍ଟନ କରାଯାଇଥିବା ବେଳେ ସ୍କୁଲର ସମସ୍ତ ତଥ୍ୟ ଓ କାର୍ଯ୍ୟକ୍ରମକୁ ଏହା ମାଧ୍ୟମରେ ଷ୍ଟୋର କରିବାକୁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ସେହି ଅନୁଯାୟୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଲିମ ଦିଆଯିବାକୁ ଗତ ଜୁନ ମାସରେ କୁହାଯାଇଥିଲା। ଏବେ ଏହାକୁ ବ୍ଲକ ଶିକ୍ଷା ଅଧିକାରୀମାନେ କଡ଼ାକଡ଼ି ପାଳନ କରିବେ। 

ଟାବରେ ମୋବାଇଲ ଡିଭାଇସ ମ୍ୟାନେଜମେଣ୍ଟ ଅପଲୋଡ କରାଯିବ। କେବଳ ଆବଶ୍ୟକ ଆପ ଇନଷ୍ଟଲ କରାଯିବ। ୟୁଡିଆଇସ ପ୍ଲସ ଅପଡେଟ କରାଯିବ। ଫଳରେ ଡାଟା ଏଣ୍ଟ୍ରି ତଥା ପିଲାଙ୍କ ଉପସ୍ଥାନ, ଶିକ୍ଷକଙ୍କ ଉପସ୍ଥାନ, ଲାଇବ୍ରେରୀ ମଡ୍ୟୁଲ, ପରୀକ୍ଷା ମଡ୍ୟୁଲ ଆଦି ଏଥିରେ ରହିବ ବୋଲି ସୂଚନା ରହିଛି। ଆର୍ଥିକ କାରବାରକୁ ଏହି ଟାବ ମାଧ୍ୟମରେ ରେକର୍ଡ କରାଯିବ। ଟାବ ବ୍ୟବହାର ନେଇ ଓସେପା ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଏପରିକି ସ୍କୁଲ ପ୍ରଧାନଶିକ୍ଷକ ଓ ସିଆରସିସିଙ୍କୁ ଟାବ ବ୍ୟବହାର ନେଇ ତାଲିମ ଦିଆଯିବ। ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଏଳଏଲଏନ ସମ୍ପର୍କିତ ପାଠ୍ୟକ୍ରମ ଏଥିରେ ରହିବ। 

ସେହିପରି ଏଥିରେ ଶିକ୍ଷକମାନେ ଦୀକ୍ଷା, ନିଷ୍ଠା, ଆଦି ତାଲିମ ନେଇପାରିବେ। ଟାବରେ ଦୀକ୍ଷା ଆପ, ମଧୁ ଆପ, ୟୁଟ୍ୟୁବ, ହ୍ୟାଟସଆପ, ଇ-ପାଠଶାଳା ପ୍ରଭୃତିରୁ ବିଷୟବସ୍ତୁ ନେଇ ଶିକ୍ଷାଦାନ କରିପାରିବେ। ମାତ୍ର ଇଣ୍ଟରନେଟ ସମସ୍ୟା ଏବଂ ମନୋବଳର ଅଭାବ ଯୋଗୁ ଏହାକୁ ବ୍ୟବହାର କରାଯାଉନାହିଁ। ଟାବକୁ ସ୍କୁଲ ଲକରରେ ରଖିଦେଉଛନ୍ତି। ତେଣୁ ସ୍କୁଲରେ ଏହି ଟାବ ବ୍ୟବହାରକୁ ନିଶ୍ଚିତ କରିବା ଲାଗି ଅଣ୍ଟା ଭିଡିଛି ଗଣଶିକ୍ଷା ବିଭାଗ।