Advertisement
Article Detail0/zeeodisha/odisha1981707
Zee OdishaOdisha TrendingKartik Purnima 2023: କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

Kartik Purnima 2023: କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

Srimandir Kartik Purnima Celebration 2023: ଭକ୍ତିମୟ ପରିବେଶରେ ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ରାଜରାଜେଶ୍ୱର ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ।

Kartik Purnima 2023: କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

Suna Besha Held on Kartik Purnima at Puri: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜରାଜେଶ୍ୱର ସୁନାବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଚଳଚଞ୍ଚଳ ଶ୍ରୀକ୍ଷେତ୍ର ହେଲା ଜଗନ୍ନାଥମୟ। ରାତିସାରା ଜଗନ୍ନାଥ ଦର୍ଶନ ସହ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ଦେଖିଲେ ଶ୍ରୀଜୀଉଙ୍କ ସୁନାବେଶ। ସେପଟେ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଶେଷ କଲେ ହବିଷ୍ୟାଳି। ମହୋଦଧିରେ ସକାଳୁ ସକାଳୁ ବୁଡ଼ ଦେଇ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ। ଆ କା ମା ଵୈ ଶବ୍ଦରେ କମ୍ପିଲା ପୁରପଲ୍ଲୀ। କାର୍ତ୍ତିକ ପୂର୍ଣ୍ଣିମାରେ ସୁରକ୍ଷା ଲାଗି ୫୦ ପ୍ଲାଟୁନ୍ରୁ ଉର୍ଦ୍ଧ୍ଵ ପୋଲିସ ଫୋର୍ସ ଏବଂ ୨୦୦ ଅଫିସର ନିୟୋଜିତ ହୋଇଥିଲେ।

"ଆ-କା-ମା-ବୈ" ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧର୍ମ ମୋର। ଏମିତି ପଦ ଗାନ କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସାଇଲେ ଶ୍ରଦ୍ଧାଳୁ। ବିଲୁପ୍ତ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ତଥା ବୋଇତ ବନ୍ଦାଣର ସ୍ମୃତିରକ୍ଷା ସ୍ୱରୂପ ଡ଼ଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ରର ମହୋଦଧି ଏବଂ ପଞ୍ଚତୀର୍ଥ ପୁଷ୍କରିଣୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଡଙ୍ଗା ଦେଇ ଧର୍ମ ମାସର ଉଦଯାପନ କରିଛନ୍ତି। ଆ-କା-ମା-ବୈ ଅର୍ଥାତ ଆଷାଢ଼ ,କାର୍ତ୍ତିକ ,ମାର୍ଗଶୀର ,ବୈଶାଖ ମାସରେ ହୋଇଥାଏ ସୂର୍ଯ୍ୟଙ୍କ ଅନନ୍ତାୟନ ସମୟ। ଏହି ୪ ମାସ ଧର୍ମର ମାସ ହୋଇଥିବା ବେଳେ ଶ୍ରେଷ୍ଠ ମାସ ହୋଇଥାଏ କାର୍ତ୍ତିକ। 

କାର୍ତ୍ତିକ ଶେଷ ଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାରେ ମାସକ ଯାକର ଧର୍ମକୁ ଅର୍ଜନ ପାଇଁ ପୁଷ୍କରିଣୀରେ ଡ଼ଙ୍ଗା ଭସାଇଥାନ୍ତି ଶ୍ରଦ୍ଧାଳୁ। କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବା ସହ ଡଙ୍ଗା ଭସେଇଥିଲେ ଶ୍ରଦ୍ଧାଳୁ। କିଏ ପାରମ୍ପରିକ କଦଳୀ ପାଟୁକାରେ ପୁଣି ଆଉ କିଏ ସୋଲ ତିଆରି ସୁନ୍ଦର ଡଙ୍ଗାରେ ବରକୋଳି ପତ୍ର, ଫୁଲ, ଚନ୍ଦନ, ବଳିତା, ରେଜା ଟଙ୍କା, ପାନ ଗୁଆ ରଖି ମେଲାଣି ଦେଇଥିଲେ। ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଉତ୍କଳୀୟ ପରମ୍ପରାର ଏହି ମହାପର୍ବରେ ସାମିଲ ହୋଇଥିଲେ। ପୁରୀ ବେଳାଭୂମି ସମେତ ନରେନ୍ଦ୍ର ପୁଷ୍କରିଣୀରେ ଡଙ୍ଗା ଦେଇ ନିଜକୁ ଭାଗ୍ୟବାନ ମନେ କରୁଥିବାର କହିଥିଲେ ବିଜେପି  ମୁଖପାତ୍ର।

Add Zee News as a Preferred Source

ସେପଟେ କାର୍ତ୍ତିକ ପୂର୍ଣ୍ଣିମାରେ ରାଜ ରାଜେଶ୍ୱର ଅର୍ଥାତ ସୁନାବେଶରେ ଦର୍ଶନ ଦେଇଥିଲେ ଶ୍ରୀଜୀଉ। ଗତକାଲି ପହୁଡ଼ ନୀତି ହୋଇନଥିବା ବେଳେ ରାତିତମାମ ଜଗନ୍ନାଥ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ସକାଳେ ଭୋର ୫:୦୦ 
ସମୟରେ ମଙ୍ଗଳ ଆଳତୀ, ୫:୦୫ ସମୟରେ ମଇଲମ ଏବଂ ପରେ ୬:୦୦ ସମୟରେ ଅବକାଶ ପୂଜା ନୀତି ପରେ ସୁବର୍ଣ୍ଣ ବେଶ ହୋଇଥିଲେ ଶ୍ରୀଜୀଉ। ଶଙ୍ଖ ଚକ୍ର ହଳ ମୁଷଳ ସହ ଆଡକାନି, ଚନ୍ଦ୍ରିକା, ହରିଡା ମାଳି, ଅଁଳା ମାଳି ଇତ୍ୟାଦି ଅନେକ ଦୁର୍ମୂଲ୍ୟ ସୁନା ଅଳଙ୍କାରରେ ଝଟକିଥିଲେ ଦାରୁ ବିଗ୍ରହ। ଯାହାଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତଜନ। ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ୫୦ ପ୍ଲାଟୁନ୍ରୁ ଉର୍ଦ୍ଧ୍ୱ ପୋଲିସ ଫୋର୍ସ ଏବଂ ୨୦୦ ଅଫିସର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। 

ଭିଡ଼ କମାଇବା ପାଇଁ ହ୍ୟୁମାନ ଚେନ୍ ସାହାରା ନେଇଥିଲା ପୁରୀ ପୋଲିସ। ହାତକୁ ହାତ ଛନ୍ଦି ଚେନ କରି ଆଗେ ଆଗେ ଯାଇଥିଲେ ପୋଲିସ। ପଛକୁ ପଛ ଯାଇଥିଲେ ଭକ୍ତ। ଭକ୍ତଙ୍କ ଯନ୍ତ୍ରଣାକୁ ନେଇ ବାରମ୍ବାର ଖବର ପ୍ରସାରଣ ପରେ ପୋଲିସ ସାମାନ୍ୟ ଚେତିଲା ଭଳି ମନେ ହୋଇଥିଲା। ସେପଟେ ବାହାର ଭିଡ଼ ନିୟନ୍ତ୍ରିତ ହୋଇଥିବା ବେଳେ ଭିତରେ ଭିଡ଼ କିନ୍ତୁ ତଥାପି ରହିଥିଲା। ହେଲେ ଦର୍ଶନ ପରେ ଭାବବିହ୍ଵଳ ହୋଇଥିଲେ ଶ୍ରଦ୍ଧାଳୁ। କାର୍ତ୍ତିକ ବ୍ରତ ଉଦଯାପନ ହୋଇସାରିବା ପରେ ଘର ବାହୁଡା ହୋଇଛନ୍ତି ହବିଷ୍ୟଳି। ଯାହାକୁ ନେଇ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛ ଏକ ଭାବପ୍ରବଣ ପରିବେଶ। 

About the Author