Odisha Train Accident: ବାହାନଗା ରେଳ ଦୁର୍ଘଟଣା ପାଇଁ ଦାୟୀ ହେଉଛନ୍ତି ଏମାନେ!
Advertisement
Article Detail0/zeeodisha/odisha1762348

Odisha Train Accident: ବାହାନଗା ରେଳ ଦୁର୍ଘଟଣା ପାଇଁ ଦାୟୀ ହେଉଛନ୍ତି ଏମାନେ!

Odisha Train Accident: ବାହାନଗାରେ (Bahanaga train Accident) ଘଟିଥିଲା କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣାକୁ (Coromandel Train Accident) ଦିର୍ଘ ଦିନ ବିତିଛି ସତ । ହେଲେ ଏବେବି ସେହି କାଳ ରାତିର କଳା କାହାଣୀକୁ ଭୁଲି ପାରୁ ନାହାଁନ୍ତି ଲୋକେ। ତେବେ, ଏହାରି ଭିତରେ  ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିପାରେ । ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାହାନଗାରେ (Bahanaga train Accident) ଘଟିଥିଲା କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣାକୁ (Coromandel Train Accident) ଦିର୍ଘ ଦିନ ବିତିଛି ସତ । ହେଲେ ଏବେବି ସେହି କାଳ ରାତିର କଳା କାହାଣୀକୁ ଭୁଲି ପାରୁ ନାହାଁନ୍ତି ଲୋକେ। ଏହି ଦୁର୍ଘଟଣାରେ ୨୯୪ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଏବେବି ଚିକିତ୍ସାଧିନ ଅଛନ୍ତି। ତେବେ, ଏହାରି ଭିତରେ  ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିପାରେ । ରେଲୱେ ସେଫ୍ଟି କମିଶନରଙ୍କ ( Commissioner of Railway Safety) ରିପୋର୍ଟ (CRS report )ଅନୁସାରେ ରିଲେ ରୁମ୍ ଷ୍ଟାଫଙ୍କ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ ବୋଲି ଜଣାପଡିଛି। ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ଷ୍ଟାଫଙ୍କ (signaling and telecommunication department)ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ସିବିଆଇ (CBI) ତଦନ୍ତ ଚାଲିଥିବାରୁ କାଳେ ଏହା ତଦନ୍ତକୁ ପ୍ରଭାବିତ କରିବ, ସେଥିପାଇଁ ରେଲୱେ ପକ୍ଷରୁ ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ।

Also Read: ACF Soumya Death Case: ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ଜେଲ୍ ଯିବେ ଏହି ତିନି ଅଭିଯୁକ୍ତ!

Also Read: Mangal Gochar 2023: ସିଂହ ରାଶିରେ ପ୍ରବେଶ କଲେ ମଙ୍ଗଳ, ଆଜିଠୁ ଫିଟିଲା ଏହି ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ହେବ ଟଙ୍କାର ବର୍ଷା!

କେବଳ ଟେକ୍ନିକାଲ ତ୍ରୁଟି ନେଇ ସେଫ୍ଟି କମିଶନର ( Commissioner of Railway Safety) ରିପୋର୍ଟ ଦେଇଥିବା ସୂଚନା ମିଳିଛି। ଦୁର୍ଘଟଣା ପଛରେ ଯଦି କୌଣସି ଅନ୍ତର୍ଘାତୀ ଷଡ଼ଯନ୍ତ୍ର ହୋଇଥାଏ,ସିବିଆଇ ତଦନ୍ତରୁ ଏହା ସ୍ପଷ୍ଟ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ କେଉଁ ଷ୍ଟାଫଙ୍କ ତ୍ରୁଟି ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା, ସେ ନେଇ କିଛି ତଥ୍ୟ ପ୍ରକାଶ କରାଯାଇ ନାହିଁ। ସେପଟେ, ବାହାନଗା ରେଳ ଦୁର୍ଘଟଣା ପରେ, ଦକ୍ଷିଣ ପୂର୍ବ ରେଲୱେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରାଯାଇଛି। ଆଉ ତାଙ୍କ ସ୍ଥାନ ନେଇଛନ୍ତି ଅନୀଲ କୁମାର ମିଶ୍ର । ଦକ୍ଷିଣ ପୂର୍ବ ରେଲୱେ ଜେନେରାଲ ମ୍ୟାନେଜର ଦାୟିତ୍ବ ନେଇଛନ୍ତି ଅନୀଲ କୁମାର ମିଶ୍ର । ଏବଂ ଅର୍ଚ୍ଚନା ଯୋଶୀଙ୍କୁ କର୍ଣ୍ଣାଟକରେ ରେଲୱେ ହ୍ୱିଲ୍ ଫ୍ୟାକ୍ଟ୍ରିରେ ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ଦିଆଯାଇଛି। 

Also Read: Horoscope Today 02 July 2023: ଏହି ୫ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ! ଜାଣନ୍ତୁ କେମିତି କଟିବ ଆପଣଙ୍କ ରବିବାର

ସୂଚନା ଅନୁସାରେ,  ବାଲେଶ୍ୱର ଜିଲ୍ଲା ବାହାନଗାରେ କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ (Bahanaga Train Accident) ଜୁନ୍ ୨ ତାରିଖରେ ହୋଇଥିଲା। ଏଥିରେ ୨୯୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୦୦୦ରୁ  ଅଧିକ ଆହତ ହୋଇଥିଲେ । ଏହି ଭୟଙ୍କର ଦୁର୍ଘଟଣା (Odisha triple-train tragedy)ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଅଘଟଣ ପରେ ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ସମେତ ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ମୃତାହତଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ଘୋଷଣା କରାଯାଇଯାଇଥିଲା । ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାସହିତ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ ସହ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ।