Advertisement
Article Detail0/zeeodisha/odisha2307366
Zee OdishaOdisha TrendingBobby Das: ହରଡଘଣାରେ ବବି ଦାସ, ଭଙ୍ଗାଯାଉଛି ସରକାରୀ ବାସଭବନ

Bobby Das: ହରଡଘଣାରେ ବବି ଦାସ, ଭଙ୍ଗାଯାଉଛି ସରକାରୀ ବାସଭବନ

Bobby Das: ଏହି ସରକାରୀ ବାସଭବନ ତଳେ ଅଣ୍ଡରଗ୍ରାଉଣ୍ଡ ଘର ନିର୍ମାଣ ଚାଲିଥିଲା। ହେଲ ଏପରି ବେଆଇନ ଭାବେ ଘର କାହା ଇସାରାରେ ନିର୍ମାଣ ଚାଲିଥିଲା ସେନେଇ କେହି ମୁହଁ ଖୋଲୁନାହାଁନ୍ତି। ହେଲେ ସବୁଠାରୁ ବଡ଼ କଥା ହେଲା ଏପରି ବେଆଇନ ଅଣ୍ଡର ଗ୍ରାଉଣ୍ଡ ଘରେ କଣ ଚାଲିଥିଲା ସେନେଇ ବେଶ ଚର୍ଚ୍ଚା ଚାଲିଛି। 

 

Bobby Das: ହରଡଘଣାରେ ବବି ଦାସ, ଭଙ୍ଗାଯାଉଛି ସରକାରୀ ବାସଭବନ

Bobby Das: ଭଙ୍ଗାଚାଲିଛି ବିଜେଡି ନେତା ବବି ଦାସଙ୍କ ଘର । କେହି କିଛି ବୁଝିବା ଆଗରୁ ସବୁ କିଛି ଓଲଟପାଲଟ ହୋଇଛି ଆଜି ସକାଳୁ। ରାଜ୍ୟ ବିଜେଡି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା ଚାଲିଥିବା ଦେଖିବାକୁ ମିଳିଛି । ତେବେ ଏହି ଆଲିଶାନ ବଙ୍ଗଳାକୁ କାହିଁକି ଭଙ୍ଗାହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ହେଲେ କୁହାଯାଉଛି ଯେ, ଏହି ସରକାରୀ ବାସଭବନ ତଳେ ଅଣ୍ଡରଗ୍ରାଉଣ୍ଡ ଘର ନିର୍ମାଣ ଚାଲିଥିଲା। ହେଲ ଏପରି ବେଆଇନ ଭାବେ ଘର କାହା ଇସାରାରେ ନିର୍ମାଣ ଚାଲିଥିଲା ସେନେଇ କେହି ମୁହଁ ଖୋଲୁନାହାଁନ୍ତି। ହେଲେ ସବୁଠାରୁ ବଡ଼ କଥା ହେଲା ଏପରି ବେଆଇନ ଅଣ୍ଡର ଗ୍ରାଉଣ୍ଡ ଘରେ କଣ ଚାଲିଥିଲା ସେନେଇ ବେଶ ଚର୍ଚ୍ଚା ଚାଲିଛି। 

ଭୁବନେଶ୍ୱର ସ୍ଥିତ ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ ବଙ୍ଗଳା । ସେଠାରେ ଥିଲା ତିନି ମହଲା କୋଠା, ଅଣ୍ଡରଗ୍ରାଉଣ୍ଡ ଘର, ବିଶାଳ ସୁଇମିଂ ପୁଲ, ଆଉ ରୁଫ ଟଫ୍ କଟେଜ୍ ଯାହାକୁ ଏବେ ଭଙ୍ଗା ଚାଲିଛି। କୁହାଯାଉଛି କିଛି ବ୍ୟକ୍ତି ଏହି ଭଙ୍ଗାରୁଜା କରୁଛନ୍ତି । ହେଲେ କିଏ ଓ କାହିଁକି ଏହି କ୍ୱାର୍ଟରରେ ହୋଇଥିବା ଘର. କଟେଜକୁ ଭଙ୍ଗାରୁଜା କରୁଛି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ବାହାର ପଟ ଗେଟରେ ତାଲା ପକାଯାଇ ଭିତର ପଟେ ଭଙ୍ଗାଭଙ୍ଗି ଚାଲିଛି। 

ଏବେ କିଛିଟା ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରିବ ନିଶ୍ଚିତ?
ପ୍ରଶ୍ନ-1 (ପ୍ରମାଣ ନଷ୍ଟ ପାଇଁ ଏହି ଭଙ୍ଗାରୁଜା ଚାଲିଛି କି?)
ପ୍ରଶ୍ନ-2(କେଉଁ ଉଦ୍ଦେଶ୍ୟରେ ଏହି ବେଆଇନ ଘର ନିର୍ମାଣ ହୋଇଥିଲା?)
ପ୍ରଶ୍ନ-3(ଏମିତି ବିଶାଳ କାୟ ବିଳାସପୂର୍ଣ୍ଣ ଘର କରିବାକୁ ଅନୁମତି ଦେଇଥିଲା କିଏ?)
ପ୍ରଶ୍ନ-4(ଏମିତି ବିଶାଳ କାୟ ବିଳାସପୂର୍ଣ୍ଣ ଘର କରିବାକୁ କାହାର ଟଙ୍କା ଲାଗିଥିଲା)
ପ୍ରଶ୍ନ-5(ସାମ୍ନାକୁ ଆସି ଉତ୍ତର ଦେବେ କି ବବି ଦାସ?)

Add Zee News as a Preferred Source

ସୂଚନା ଯୋଗ୍ୟ,  ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ସମ୍ବଲପୁରର ଲୋକସଭା ଆସନରୁ ଲଢି ନିର୍ବାଚନ ହାରିଛନ୍ତି । କିଛି ଦିନ ତଳେ ସେ କ୍ୱାର୍ଟର ମଧ୍ୟ ଖାଲି କରିସାରିଥିଲେ । ଆଉ ଏହାପରେ ତାଙ୍କ ବାସଭବନକୁ କେଉଁ କାରଣରୁ ଭଙ୍ଗା ହେଉଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। 

Also Read: Tongue color Sign: ଜିଭ ରଙ୍ଗରୁ ଜାଣିବେ ଆପଣଙ୍କୁ କି ରୋଗ? ବେଳହୁଁ ସାବଧାନ !

Also Read: Malika Rajyog: ସୂର୍ଯ୍ୟଙ୍କ ଚଳନ ଆଣୁଛି ମାଳିକା ରାଜଯୋଗ, ୩ ରାଶି ହେବେ ଭାଗ୍ୟବାନ

About the Author