Oil Price: ଆସିଗଲା ନୂଆ ତୈଳ ଦର, ଜାଣିନିଅନ୍ତୁ ଭୁବନେଶ୍ୱରରେ କେତେ ରହିଛି ନୂଆ ଦର
Advertisement

Oil Price: ଆସିଗଲା ନୂଆ ତୈଳ ଦର, ଜାଣିନିଅନ୍ତୁ ଭୁବନେଶ୍ୱରରେ କେତେ ରହିଛି ନୂଆ ଦର

ନୂଆଦିଲ୍ଲୀ: ଆଜି ୪ ମଇ ୨୦୨୩ ଏବଂ ଗୁରୁବାର ଅଟେ। ଆଜି ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବିଷୟରେ ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଅଛି। ଭାରତୀୟ ତୈଳ କମ୍ପାନୀଗୁଡିକ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରକାଶ କରିଛନ୍ତି। ଯେଉଁଥିରେ ଆଜି ବି କୌଣସି ପରିବର୍ତ୍ତନ ହୋଇନାହିଁ। ଫଳରେ ଆଜି କ୍ରମାଗତ ୩୪୭ତମ ଦିନ ପାଇଁ ଦେଶରେ ପେଟ୍ରୋଲ ଏବଂ ଡିଜେ

Oil Price: ଆସିଗଲା ନୂଆ ତୈଳ ଦର, ଜାଣିନିଅନ୍ତୁ ଭୁବନେଶ୍ୱରରେ କେତେ ରହିଛି ନୂଆ ଦର

Oil Price: ନୂଆଦିଲ୍ଲୀ: ଆଜି ୪ ମଇ ୨୦୨୩ ଏବଂ ଗୁରୁବାର ଅଟେ। ଆଜି ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବିଷୟରେ ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଅଛି। ଭାରତୀୟ ତୈଳ କମ୍ପାନୀଗୁଡିକ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରକାଶ କରିଛନ୍ତି। ଯେଉଁଥିରେ ଆଜି ବି କୌଣସି ପରିବର୍ତ୍ତନ ହୋଇନାହିଁ। ଫଳରେ ଆଜି କ୍ରମାଗତ ୩୪୭ତମ ଦିନ ପାଇଁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟରରେ ୯୬.୭୨ ଟଙ୍କା ଥିବାବେଳେ ଡିଜେଲ ଲିଟର ୮୯.୬୨ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ରହିଛି। ଅନ୍ୟପକ୍ଷରେ ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ ଏବଂ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କାରେ ବିକ୍ରି ହେଉଛି।

ଏଠାରେ ତୈଳଦର ରହିଛି ସବୁଠାରୁ ମହଙ୍ଗା 
ରାଜସ୍ଥାନର ଗଙ୍ଗନଗର ଏବଂ ହନୁମାନଗଡ଼ ଜିଲ୍ଲାରେ ସବୁଠାରୁ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ଦରରେ ବିକ୍ରି ହେଉଛି। ଗଙ୍ଗନଗରରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୧୩.୪୮ ଟଙ୍କା ଏବଂ ଡିଜେଲର ଲିଟର ପିଛା ୯୮.୨୪ ଟଙ୍କା ରହିଛି। ହନୁମାନଗଡ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୧୧୨.୫୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୭.୩୯ ଟଙ୍କାରେ ବିକ୍ରି ହେଉଛି।

ଏଠାରେ ମିଳେ ସବୁଠାରୁ ଶସ୍ତା ପେଟ୍ରୋଲ ଦର
ପୋର୍ଟ ବ୍ଲେୟାରରେ ଶସ୍ତା ପେଟ୍ରୋଲ-ଡିଜେଲ (Petrol Diesel Price Today) ବିକ୍ରି ହେଉଛି। ଯେଉଁଠାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୪.୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୭୪ ଟଙ୍କା ରହିଛି।

ଏପରି ଜାଣନ୍ତୁ ତୈଳଦର
ଏଠାରେ କହି ରଖୁ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ବଦଳିଥାଏ ଏବଂ ସକାଳ ୬ଟାରେ ଅପଡେଟ୍ ହୁଏ। ଆପଣ SMS ମାଧ୍ୟମରେ ପେଟ୍ରୋଲ ଏବଂ ଡିଜେଲର ଦୈନିକ ହାର ମଧ୍ୟ ଜାଣିପାରିବେ। ଇଣ୍ଡିଆନ୍ ଅଏଲ୍ ଗ୍ରାହକମାନେ ସିଟି କୋଡ୍ ସହିତ RSP କୁ 9224992249 କୁ ପଠାଇ ପାରିବେ ଏବଂ BPCL ଗ୍ରାହକମାନେ RSP ଲେଖି 9223112222 କୁ ପଠାଇ ପାରିବେ। ଯେତେବେଳେ କି, HPCL ଗ୍ରାହକମାନେ 9222201122 କୁ HP ମୂଲ୍ୟ ପଠାଇ ମୂଲ୍ୟ ଜାଣିପାରିବେ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ WTI ଅଶୋଧିତ ବ୍ୟାରେଲ ପିଛା ୮୦ ଡଲାରକୁ ଖସି ଆସିଛି ଏବଂ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୮୭ ଡଲାରରେ ପହଞ୍ଚିଛି। ଜୁଲାଇ ୨୦୦୮ ପରେ ଚଳିତ ବର୍ଷ ମାର୍ଚ୍ଚରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୪୦ ଡଲାରରେ ପହଞ୍ଚିଛି। ଏହା ପରେ ମଧ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟିନାହିଁ।

ଏହାପୂର୍ବରୁ ମେ ୨୧ରେ ସରକାର ଆଜି ପେଟ୍ରୋଲ ଡିଜେଲ ମୂଲ୍ୟ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ। ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮, ଡିଜେଲ ଲିଟର ପିଛା ୬ ଟଙ୍କା ହ୍ରାସ କରାଯାଇଛି। ସେବେଠାରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇଥିଲା। ଏହା ପରେ ଡିଜେଲ ୯.୫୦ ଟଙ୍କା ଏବଂ ଡିଜେଲ ଦେଶରେ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଛି। କେନ୍ଦ୍ର ଘୋଷଣା ପରେ ରାଜସ୍ଥାନ, ମହାରାଷ୍ଟ୍ର, ଓଡିଶା ଏବଂ କେରଳ ସରକାର ମଧ୍ୟ ଭାଟ୍ ହ୍ରାସ କରିଛନ୍ତି।

ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

ସହର ପେଟ୍ରୋଲ ଡିଜେଲ
ଦିଲ୍ଲୀ 96.72 89.62
ମୁମ୍ବାଇ 106.31 94.27
କୋଲକାତା 106.03 92.76
ଚେନ୍ନାଇ 102.63 94.24
ହାଇଦ୍ରାବାଦ 109.66 97.82
ବେଙ୍ଗାଲୁରୁ 101.94 87.89
ତିରୁଓ୍ୱନନ୍ତପୁରମ 107.71 96.52
ପୋର୍ଟବ୍ଲେୟାର 84.10 79.74
ଭୁବନେଶ୍ୱର 103.19 94.76
ଚଣ୍ଡିଗଡ 96.20 84.26
ଲକ୍ଷ୍ନୌ 96.57 89.76
ନୋଏଡ଼ା 96.57 89.96
ଜୟପୁର 108.48 93.72
ପାଟନା 107.24 94.04
ଗୁରୁଗ୍ରାମ 97.18 90.05