Old Pension Scheme: ପୁରୁଣା ପେନସନକୁ ନେଇ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଜରୁରୀ ଅପଡେଟ୍, ମୋଦି ସରକାର କଲେ ବଡ଼ ଘୋଷଣା
Advertisement

Old Pension Scheme: ପୁରୁଣା ପେନସନକୁ ନେଇ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଜରୁରୀ ଅପଡେଟ୍, ମୋଦି ସରକାର କଲେ ବଡ଼ ଘୋଷଣା

Old Pension Scheme: ପୁରୁଣା ପେନସନ୍ ସ୍କିମ୍ (Old Pension Scheme) ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ଅବସର ପରେ ପୂରା ପେନସନ୍ ରାଶି (Pension Amount) ପ୍ରଦାନ କରାଯାଇଥାଏ । ଯଦିଓ ୨୦୦୪ରେ ତତ୍କକାଳୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁରୁଣା ପେନସନ ଯୋଜନା (OPS) ବନ୍ଦ କରାଯାଇଥିଲା ।

Old Pension Scheme: ପୁରୁଣା ପେନସନକୁ ନେଇ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଜରୁରୀ ଅପଡେଟ୍, ମୋଦି ସରକାର କଲେ ବଡ଼ ଘୋଷଣା

Old Pension Scheme: କଂଗ୍ରେସ ଶାସିତ ରାଜ୍ୟ ସମେତ ଅନେକ ରାଜ୍ୟରେ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନା (OPS)ର ଲାଭ ପ୍ରଦାନ କରାଯାଉଛି । ପୁରୁଣା ପେନସନ ଯୋଜନା (Old Pension Scheme) ପୁନଃ ଆରମ୍ଭ କରିବାକୁ ହିମାଚଳ ପ୍ରଦେଶ ସରକାର ମଧ୍ୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ହିମାଚଳ ପ୍ରଦେଶର କର୍ମଚାରୀମାନେ ଏପ୍ରିଲ ୧ରୁ ପୁରୁଣା ପେନସନର ସୁବିଧା ପାଇବେ । କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାରଙ୍କ କର୍ମଚାରୀମାନେ ଦୀର୍ଘ ଦିନ ଧରି ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଆସୁଛନ୍ତି । ଗତ କିଛି ଦିନ ହେବ କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ପୁରୁଣା ପେନସନ୍ ଲାଗୁ କରିବାକୁ ଦାବି କରୁଛନ୍ତି ।

ଏହି ପ୍ରସଙ୍ଗରେ ଆଲୋଚନା ସମୟରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଭାଗବତ କରାଦ (Bhagwat Karad) ରାଜ୍ୟସଭାରେ ଉତ୍ତର ଦେଇଛନ୍ତି । ସେ ନିଜ ଜବାବରେ ସ୍ପଷ୍ଟ କରିଛନ୍ତି ଯେ, ପୁରୁଣା ପେନସନ ଯୋଜନା (Old Pension Scheme) କୁ କୌଣସି ପ୍ରକାରେ ପୁନଃ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର (Central Government Employees) ବିଚାର କରୁନାହାଁନ୍ତି । ସେ କହିଛନ୍ତି ଯେ, ଯେଉଁ ରାଜ୍ୟ ସରକାର ପୁରୁଣା ପେନସନକୁ ପୁନଃ ଲାଗୁ କରିବାକୁ ଚାହୁଁଛନ୍ତି, ସେମାନେ ନୂଆ ପେନସନ ସିଷ୍ଟମ (NPS) ଅଧୀନରେ ସଂଗୃହୀତ ପାଣ୍ଠି ଫେରସ୍ତ ପାଇବେ ନାହିଁ । ଏ ବିଷୟରେ PFRDA ଆକ୍ଟରେ କୌଣସି ପ୍ରାବଧାନ ନାହିଁ ।

କେନ୍ଦ୍ରର ମୋଦି ସରକାର (Modi Govt) ଙ୍କ ତରଫରୁ କୁହାଯାଇଥିଲା ଯେ ପୁରୁଣା ପେନସନ୍ ଯୋଜନା (OPS) କୁ ପୁନଃ ଲାଗୁ କରିଥିବା ଅଣ-ବିଜେପି ଶାସିତ ରାଜ୍ୟଗୁଡିକ ଏନପିଏସରେ ଜମା ହୋଇଥିବା ଅର୍ଥ ଫେରସ୍ତ ପାଇଁ ଦାବି କରୁଛନ୍ତି । କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଭାଗବତ କରାଦ (Bhagwat Karad) କହିଛନ୍ତି ଯେ,  ନୂଆ ପେନସନ ସିଷ୍ଟମ (NPS) ରୁ ପାଣ୍ଠି ପ୍ରତ୍ୟାହାର ପାଇଁ PFRDA ଆକ୍ଟରେ କୌଣସି ପ୍ରାବଧାନ ନାହିଁ । ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ସରକାରଙ୍କ ଦ୍ୱାରା ପୁରୁଣା ପେନ୍‌ସନ ଯୋଜନାକୁ ପୁନଃ ଲାଗୁ କରିବାର ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରକୁ ସୂଚନା ଦିଆଯାଇଥିଲା । ଏହି ରାଜ୍ୟ ସରକାରମାନେ NPS ଅଧୀନରେ ସଂଗୃହୀତ ରାଶି ଫେରସ୍ତ କରିବାକୁ ଅନୁରୋଧ କରିଛନ୍ତି ।

fallback

ଭାଗବତ କରାଦ (Bhagwat Karad) କହିଛନ୍ତି ଯେ, ପେନସନ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ, ୨୦୧୩ ଅନୁଯାୟୀ କୌଣସି ବ୍ୟବସ୍ଥା ନାହିଁ, ଯାହା ଅଧୀନରେ ଗ୍ରାହକଙ୍କ ଜମା ହୋଇଥିବା ଅର୍ଥ ଫେରସ୍ତ କରାଯାଇପାରିବ ।  ଭାଗବତ କରାଦ (Bhagwat Karad) ସୂଚନା ଦେଇଛନ୍ତି ଯେ ଜାନୁୟାରୀ ୧,୨୦୦୪ ପରେ ନିଯୁକ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ OPS ପୁନଃ ଲାଗୁ କରିବା ପାଇଁ କୌଣସି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ବିଚାର କରୁନାହାଁନ୍ତି । ଜାନୁଆରୀ ୧, ୨୦୦୪ ଠାରୁ ସରକାରୀ ସେବାରେ (ସଶସ୍ତ୍ର ବାହିନୀ ବ୍ୟତୀତ) ସମସ୍ତ ନୂତନ ନିଯୁକ୍ତି ପାଇଁ ଏହା ବାଧ୍ୟତାମୂଳକ କରାଯାଇଥିଲା ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ସେହିପରି ପଞ୍ଜାବ ଓ ଝାରଖଣ୍ଡରେ ମଧ୍ୟ ପୁରୁଣା ପେନସନ ସ୍କିମ୍ ଲାଗୁ କରାଯାଇଛି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ । ପୁରୁଣା ପେନସନ୍ ସ୍କିମ୍  (Old Pension Scheme) ଅନୁଯାୟୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବର୍ଷକୁ ଦୁଇଥର ମହଙ୍ଗା ରିଲିଫ୍ (DR) ର ଲାଭ ପାଆନ୍ତି । ପୁରୁଣା ପେନସନ୍ ଯୋଜନା ଅନୁଯାୟୀ, ଶେଷ ବେତନର ପ୍ରାୟ ୫୦ ପ୍ରତିଶତ ପେନସନ୍ ଭାବରେ ପ୍ରଦାନ କରାଯାଇଥାଏ ।

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖବର; ସରକାର କଲେ ଲାଗୁ, ଜାରି ହେଲା ବିଜ୍ଞପ୍ତି

ଅଧିକ ପଢ଼ନ୍ତୁ-ଆଜି ସୂର୍ଯ୍ୟ ପରାଗ; ଏହି ୫ଟି ରାଶି ପାଇଁ ବିପଦ! ରହିଛି କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କୁ ଲାଗିଲା ଡବଲ୍ ଲଟେରୀ, ମହଙ୍ଗା ଭତ୍ତା ବୃଦ୍ଧି ସହିତ ମିଳିଲା ଏହି ଖୁସି ଖବର

ନୂତନ ପେନସନ ଯୋଜନା କ’ଣ?

ନୂତନ ପେନସନ ଯୋଜନା ବେସିକ୍ ବେତନ ଓ ଡିଏର ୧୦ ପ୍ରତିଶତ ଅଂଶ କଟାଇଥାଏ । ଜାତୀୟ ପେନସନ୍ ସ୍କିମ୍ (NPS) ସମ୍ପୁର୍ଣ୍ଣ ଭାବରେ ଷ୍ଟକ୍ ମାର୍କେଟର ଗତିବିଧି ଉପରେ ଆଧାରିତ । ଏଥିରେ ୬୦ ବର୍ଷ ପରେ ପେନସନ ପାଇବାକୁ ହେଲେ NPS ପାଣ୍ଠିର ୪୦ ପ୍ରତିଶତ ନିବେଶ କରିବାକୁ ପଡ଼ିଥାଏ । ଅର୍ଥାତ୍ ଆପଣଙ୍କ ୬୦ ପ୍ରତିଶତ ଅର୍ଥରୁ ପେନସନ ମିଳିଥାଏ । ଏହି ଯୋଜନାରେ ଅବସର ପରେ ପେନସନର କୌଣସି ଗ୍ୟାରେଣ୍ଟି ନାହିଁ । କିମ୍ବା ସମ୍ପର୍କୀୟଙ୍କ ପାଇଁ କୌଣସି ସୁବିଧା ନାହିଁ । ଏଥିରେ DA ବୃଦ୍ଧି ପାଇଁ କୌଣସି ବ୍ୟବସ୍ଥା ନାହିଁ ।