Pakistan Jizya Tax: ତୀର୍ଥଯାତ୍ରୀଙ୍କ ଠାରୁ ଜିଜିଆ କର ସଂଗ୍ରହ କରିବ ପାକିସ୍ତାନ; ଜାଣନ୍ତୁ ପୁରା ଘଟଣାକ୍ରମ
Advertisement

Pakistan Jizya Tax: ତୀର୍ଥଯାତ୍ରୀଙ୍କ ଠାରୁ ଜିଜିଆ କର ସଂଗ୍ରହ କରିବ ପାକିସ୍ତାନ; ଜାଣନ୍ତୁ ପୁରା ଘଟଣାକ୍ରମ

Gurdwara Darbar Sahib Kartarpur:  ଆର୍ଥିକ ସଂକଟର ସାମ୍ନା କରୁଥିବା ପାକିସ୍ତାନ ବର୍ତ୍ତମାନ କରତାରପୁର ଯାଉଥିବା ବିଦେଶୀ ତୀର୍ଥଯାତ୍ରୀଙ୍କ ଠାରୁ ଶୁଳ୍କ ସଂଗ୍ରହ କରିବ। ପାକିସ୍ତାନ ଅବସ୍ଥା ଏପରି ଯେ ଏହାକୁ କେବଳ ଟଙ୍କା ଦରକାର। ଟଙ୍କା ଯେକୌଣସି ସ୍ଥାନରୁ ଆସିବା ଆବଶ୍ୟକ। 

Pakistan Jizya Tax: ତୀର୍ଥଯାତ୍ରୀଙ୍କ ଠାରୁ ଜିଜିଆ କର ସଂଗ୍ରହ କରିବ ପାକିସ୍ତାନ; ଜାଣନ୍ତୁ ପୁରା ଘଟଣାକ୍ରମ

Pakistan Will Collect Jizya Tax From Foreign Pilgrims: ଦାରିଦ୍ର୍ୟରେ ପୀଡିତ ପାକିସ୍ତାନ ବର୍ତ୍ତମାନ ଏକ ଚକିତ କରିବା ଭଳି ନିଷ୍ପତ୍ତି ନେଇଛି। ଏଣିକି କରତାରପୁର କରିଡ଼ର ଯାଉଥିବା ବିଦେଶୀ ତୀର୍ଥଯାତ୍ରୀଙ୍କ ଠାରୁ ନୂତନ ଶୁଳ୍କ ଆଦାୟ କରିବ ପାକିସ୍ତାନ। ଦେଶର ଆର୍ଥିକ ଅବସ୍ଥା ଏପରି ହୋଇଛି ପାକିସ୍ତାନ କେବଳ ଟଙ୍କା ଚାହୁଁଛି। ଆଉ ଟଙ୍କା ଯେକୌଣସି ସ୍ଥାନରୁ ଆସିବା ଆବଶ୍ୟକ। ଅର୍ଥନୈତିକ ସଂକଟ ହେତୁ କରତାରପୁର ଗୁରୁଦ୍ୱାର ସାହିବ ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ପାକିସ୍ତାନ ନୂଆ ଶୁଳ୍କ ଆରମ୍ଭ କରିଛି। ପାକିସ୍ତାନ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ ଶିଖ ସମ୍ପ୍ରଦାୟ ମଧ୍ୟରେ ଚିନ୍ତା ବଢାଇଛି। କରତାରପୁର ସାହିବ ପରିଦର୍ଶନ କରିବାକୁ ଚାହୁଁଥିବା ବିଦେଶୀ ତୀର୍ଥଯାତ୍ରୀଙ୍କୁ ବର୍ତ୍ତମାନ ୫ ଡଲାର ମୂଲ୍ୟର ଟିକେଟ କିଣିବାକୁ ହେବ।

ପାକିସ୍ତାନର ଉଦ୍ଦେଶ୍ୟ ଉପରେ ଉଠିଲା ପ୍ରଶ୍ନ
ପାକିସ୍ତାନ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଭଳି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଆସୁଛି। ବିଶେଷ କରି ଯେତେବେଳେ ପାକିସ୍ତାନ କାରତାରପୁର ଗୁରୁଦ୍ୱାର ପରିଦର୍ଶନ କରିବା ପାଇଁ ଭାରତୀୟ ତୀର୍ଥଯାତ୍ରୀଙ୍କ ଠାରୁ ୨୦ ଡଲାର ମୂଲ୍ୟର ଶୁଳ୍କ ନେଉଥିଲା। ପାକିସ୍ତାନ ଆର୍ଥିକ ଚାପରୁ ମୁକ୍ତି ପାଇଁ ଏଭଳି ପ୍ରୟାସ କରୁଥିବାର କୁହାଯାଉଛି। ଆପଣଙ୍କୁ କହିରଖୁଛୁ ଯେ କରତାରପୁର କରିଡର ସମ୍ପର୍କରେ ଭାରତ-ପାକିସ୍ଥାନ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ତାହା ହେଉଛି ତୀର୍ଥଯାତ୍ରୀଙ୍କ ଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ହେଲେ ପାକିସ୍ତାନ କ୍ରମାଗତ ଭାବରେ କରତାରପୁର ଗୁରୁଦ୍ୱାର ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ଠାରୁ ଶୁଳ୍କ ସଂଗ୍ରହ କରୁଛି। ଏହି ନୂତନ ନିଷ୍ପତ୍ତି ପୁଣିଥରେ ପାକିସ୍ତାନ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଉଛି।

ଶିଖ ପରମ୍ପରା ବିରୋଧରେ ପାକିସ୍ତାନ ନେଲା ପଦକ୍ଷେପ
ଧାର୍ମିକ ଭାବନା ଉପରେ ଶୁଳ୍କ ଲାଗୁ କରିବାକୁ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧନ କମିଟି ସାଧାରଣ ସମ୍ପାଦକ ରାଜୀନ୍ଦର ସିଂହ ମେହେଟ୍ଟା ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି କାହାର ଧାର୍ମିକ ଭାବନା ଉପରେ କୌଣସି ପ୍ରକାର ଟିକସ ଲାଗୁ କରିବା ଠିକ୍ ନୁହେଁ। କରତାରପୁର କରିଡର ଉପରେ ପାକିସ୍ତାନ ଦ୍ୱାରା ଧାର୍ଯ୍ୟ କରାଯାଇଥିବା କୌଣସି ଶୁଳ୍କ ଗ୍ରହଣୀୟ ନୁହେଁ। ଟିକେଟ୍ ଉପରେ ଅତିରିକ୍ତ ୫ ଡଲାର ମୂଲ୍ୟର ଶୁଳ୍କ ଯୋଡିବା ମଧ୍ୟ ଏକ ଅନ୍ୟାୟ କାର୍ଯ୍ୟ। ଏହା ସତ୍ୟ ଯେ ପାକିସ୍ତାନ କରତାରପୁର କରିଡ଼ର ନିର୍ମାଣ କରିଛି। ହେଲେ ଶିଖ୍ ପରମ୍ପରା ଏବଂ ବିଶ୍ୱାସ ବିରୋଧରେ ଯାଇ ଗୁରୁଦ୍ୱାର ପରିଦର୍ଶନ ସମେତ ଧାର୍ମିକ ତୀର୍ଥଯାତ୍ରା ଉପରେ ସେବା ଟିକସ ଲାଗୁ କରିଛି।

ଭାରତ ବାରମ୍ବାର ଦୋହରାଇଲା ଦାବି 
ଭାରତ-ପାକିସ୍ତାନ ମଧ୍ୟରେ ସଦଭାବନକୁ ପ୍ରୋତ୍ସାହିତ କରିବା ପାଇଁ କରତାରପୁର କରିଡର ଏକ ଐତିହାସିକ ପଦକ୍ଷେପ ଭାବରେ ବିବେଚନା କରାଯାଇଛି। ଏହି କରିଡର ଭାରତରୁ ଶିଖ୍ ତୀର୍ଥଯାତ୍ରୀଙ୍କୁ ଭିସା ବିନା ପାକିସ୍ତାନର କରତାର ଗୁରୁଦ୍ୱାର ସାହିବ ପରିଦର୍ଶନ କରିବାକୁ ଅନୁମତି ଦେଇଥାଏ। ଭାରତ ଏବଂ ବିଭିନ୍ନ ଶିଖ ସଙ୍ଗଠନ ବାରମ୍ବାର ପାକିସ୍ତାନକୁ କରତାରପୁର କରିଡର ଠାରେ ୨୦ ଡଲାର ସେବା ଶୁଳ୍କ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛି।

ପାକିସ୍ତାନ ସରକାରଙ୍କ ନିଷ୍ପତ୍ତିକୁ ନେଇ କରାଯାଉଛି ସମାଲୋଚନା
ଶିଖ୍ ତୀର୍ଥଯାତ୍ରୀଙ୍କ ଠାରୁ ୫ ଡଲାର ଶୁଳ୍କ ଆଦାୟ କରିବାକୁ ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସମାଲୋଚନା କରାଯାଉଛି। ଯେଉଁମାନେ ପାକିସ୍ତାନୀ ଭିସା ପାଇଛନ୍ତି ଏବଂ କରତାରପୁର କରିଡ଼ର ବ୍ୟତୀତ ଅନ୍ୟ ମାର୍ଗ ଦେଇ ଆସୁଛନ୍ତି। ଆମେରିକୀୟ ନାଗରିକ ହରପ୍ରୀତ ସିଂହ କରତାରପୁର ଗୁରୁଦ୍ୱାର ସାହିବ ପରିଦର୍ଶନ କରିବା ପାକିସ୍ତାନ ପକ୍ଷରୁ ୫ ଡଲାର ମୂଲ୍ୟର ଟିକେଟ୍ ଶୁଳ୍କ ଲାଗୁ କରିବାକୁ ନେଇ ନିରାଶ କରିଛନ୍ତି। ସେ କହିଛନ୍ତି ଯେ ଆଶ୍ଚର୍ଯ୍ୟର କଥା ଯେ ଗୋଟିଏ ପଟେ ପାକିସ୍ତାନ ସରକାର ଧାର୍ମିକ ପର୍ଯ୍ୟଟନ ପାଇଁ ପ୍ରତିଶୃତି ଦେଉଥିବାର ପ୍ରଚାର କରୁଛନ୍ତି ଏବଂ ଅନ୍ୟ ପଟେ ଶିଖ ଧାର୍ମିକ ସ୍ଥାନ ପରିଦର୍ଶନ ପାଇଁ ଟିକେଟ୍ ଲଗାଉଛନ୍ତି। ଏହା ଗ୍ରହଣୀୟ ନୁହେଁ।

ପାକିସ୍ତାନୀ ନାଗରିକ ମଧ୍ୟ ଦେବେ ଶୁଳ୍କ
ଏପରି ଶୁଳ୍କ ଆଦାୟ ସମର୍ଥକ  ଯୁକ୍ତି କରନ୍ତି ଯେ ପାକିସ୍ତାନ ସାମ୍ନା କରୁଥିବା ଆର୍ଥିକ ସଂକଟର ମୁକାବିଲା ଲାଗି ବିକଳ୍ପ ରାଜସ୍ୱ ଆବଶ୍ୟକ। ଏହି ଶୁଳ୍କ କରତାରପୁର କରିଡର ତଥା ଏହାର ଆନୁଷଙ୍ଗୀକ ସୁବିଧା ସୁଯୋଗର ରକ୍ଷଣାବେକ୍ଷଣ ତଥା ବିକାଶରେ ସହାୟକ ହୋଇପାରେ। କରତାରପୁର ଯାତ୍ରା କରୁଥିବା ପାକିସ୍ତାନୀ ନାଗରିକଙ୍କୁ ଏହି ଦେୟ ପ୍ରଦାନ କରିବାକୁ ହେବ। ପାକିସ୍ତାନ ଠାରୁ ଆସୁଥିବା ଲୋକଙ୍କୁ ମଧ୍ୟ କରତାରପୁର କରିଡ଼ର ପରିଦର୍ଶନ କରିବା ପାଇଁ ପ୍ରତି ବ୍ୟକ୍ତିଙ୍କ ପିଛା ୪୦୦ ପାକିସ୍ତାନୀ ଟଙ୍କା ଦେବାକୁ ହେବ।

ଚିନ୍ତା ବ୍ୟକ୍ତ କଲା ଭାରତ 
ନିକଟରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ବୈଦେଶିକ ମନ୍ତ୍ରଣାଳୟ କ୍ରମାଗତ ଭାବରେ ୨୦ ଡଲାର ମୂଲ୍ୟର ଶୁଳ୍କ ଲାଗୁ କରିବା ନେଇ ପାକିସ୍ତାନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ଉଦବେଗ ପ୍ରକାଶ କରିଛି। ଶିଖ ସମ୍ପ୍ରଦାୟ ଏବଂ ବିଶ୍ୱାର ଧାର୍ମିକ ବ୍ୟକ୍ତି ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ଉପରେ ତୀକ୍ଷ ନଜର ରଖିଛନ୍ତି। ସେ ଆଶା କରିଛନ୍ତି ଯେ ଆର୍ଥିକ ଆହ୍ୱାନ ଧାର୍ମିକ ସ୍ଥାନର ପବିତ୍ରତା ଏବଂ ଉପଲବ୍ଧତାକୁ ସାମ୍ନା କରିବ ନାହିଁ।