Elephant Panic: ନିୟନ୍ତ୍ରଣ ବାହାରେ ହାତୀ: ନିୟନ୍ତ୍ରଣ କରିବାରେ ବନବିଭାଗ ଫେଲ, ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ
Advertisement
Article Detail0/zeeodisha/odisha1371615

Elephant Panic: ନିୟନ୍ତ୍ରଣ ବାହାରେ ହାତୀ: ନିୟନ୍ତ୍ରଣ କରିବାରେ ବନବିଭାଗ ଫେଲ, ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ

ତାଣ୍ଡବଲୀଳା ରଚି ଲୋକମାନଙ୍କ ଘରଦ୍ୱାର, ଗାଡ଼ିମୋଟର ସବୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ କରିପକାଇଛନ୍ତି ହାତୀ ପଲ। ଏମାନଙ୍କୁ ଅଟକାଇବା ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଥିଲେ ମଧ୍ୟ ବିଫଳ ହୋଇଛି। ଏବେବି ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଜାରିଥିବା ବେଳେ ବନବିଭାଗ ଓ ପୋଲିସ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। 

Elephant Panic: ନିୟନ୍ତ୍ରଣ ବାହାରେ ହାତୀ: ନିୟନ୍ତ୍ରଣ କରିବାରେ ବନବିଭାଗ ଫେଲ, ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ

Elephant Panic: କଟକ : କଟକ ସହର ମଧ୍ୟରେ ଧ୍ୱଂସର ଲୀଳା ରଚିଛନ୍ତି ଏକ ହାତୀପଲ। ରାତି ଅଧରେ ସହର ମଧ୍ୟକୁ ପଶିଆସିବା ସହିତ ସମ୍ପତ୍ତିବାଡ଼ି ନଷ୍ଟ କରିଛନ୍ତି। ଏହି ହାତୀପଲଙ୍କ ଉପଦ୍ରବ ଫଳରେ ଦୁଇ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ସମ୍ପତିବାଡ଼ି ନଷ୍ଟ କରିଛନ୍ତି। ଗତକାଲି ରାତିରେ ଜଣେ ବୃଦ୍ଧଙ୍କୁ ଦଳି ମାରିଦେଇଥିବା ବେଳେ ଆଜି ଭୋରୁ ଆଉ ଜଣେ ବୃଦ୍ଧଙ୍କୁ ଦଳି ଦେଇଛନ୍ତି। ତେବେ ଏହି ଦୁଇ ଜଣ ନିମପୁର ଅଞ୍ଚଳର ବୋଲି ସୂଚନା ରହିଛି। 

ସେପଟେ ତାଣ୍ଡବଲୀଳା ରଚି ଲୋକମାନଙ୍କ ଘରଦ୍ୱାର, ଗାଡ଼ିମୋଟର ସବୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ କରିପକାଇଛନ୍ତି ହାତୀ ପଲ। ଏମାନଙ୍କୁ ଅଟକାଇବା ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଥିଲେ ମଧ୍ୟ ବିଫଳ ହୋଇଛି। ଏବେବି ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଜାରିଥିବା ବେଳେ ବନବିଭାଗ ଓ ପୋଲିସ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଚୌଦ୍ୱାର ଦେଇ ହାତୀପଲ ଜଗତପୁର ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି।  ସେପଟେ ଯୋବ୍ରା ବ୍ୟାରେଜର ୨୦ ନମ୍ବର ଗେଟ୍‌ରେ ଏକ ହାତୀର ମୃତଦେହ ମିଳିଛି। ମୃତ ହାତୀଟି ନଦୀ ପାର୍‌ ବେଳେ ଭାସିଯାଇ ମୃତ୍ୟୁ ମୁଖରେ ପଡ଼ିଥିବା ଅନୁମାନ କରାଯାଉଛି।

କଟକ ଜନବସତି ଅଞ୍ଚଳକୁ ପଶି ଆସିଛନ୍ତି ଏକ ହାତୀପଲ। ସହର ମଧ୍ୟରେ ଥିବା  ସହରରେ ପଶିଲେ ୩ ହାତୀ। ଜଗତପୁର ଅଞ୍ଚଳରେ ଚଳାଇଲେ ଆତଙ୍କରାଜ୍। ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସେହିପରି ଅନ୍ୟପଟେ ୩ ହାତୀ ମଧ୍ୟରୁ ଗୋଟିଏ ହାତୀର ମଧ୍ୟ ମୃତ୍ୟୁ ଘଟିଛି । ପାଣିରେ ବୁଡି ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିରୂପା ନଦୀପାର ହୋଇ ଜଗତପୁର ବ୍ୟାରେଜ୍‌ ନିକଟରେ ଥିବା ବସ୍ତି ଅଞ୍ଚଳରେ ଉପଦ୍ରବ ଚଳାଇଥିଲେ । ଆସିଥିବା ହାତୀ ସ୍ଥାନୀୟ ଅଞ୍ଚଳରେ ଘର ଓ ଦୋକାନ ଘର ଭାଙ୍ଗିଛନ୍ତି। ହାତୀ ବୁଲୁଥିବାରୁ ଲୋକେ ଘରୁ ନବାହାରିବା ପାଇଁ ପୋଲିସ ପରାମର୍ଶ ଦେଇଛି।

ତେବେ ହାତୀପଲଙ୍କ ଜନବସତି ପ୍ରବେଶ କରିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ବନ ବିଭାଗର ଅପରାଗତାକୁ ପଦାରେ ପକାଇ ଦେଇଛି। ତତ୍ପରତାର ତଥା ସତର୍କତା କାରଣରୁ ହାତୀ ଆଜି ଜନବସତି ଅଞ୍ଚଳରେ ପ୍ରବେଶ କରିଛନ୍ତି। ବନବିଭାଗର ସାମାନ୍ୟ ଅବହେଳା ପାଇଁ ଆଜି ଦୁଇ ଦୁଇଟି ଜୀବନ ହାନୀ ଘଟିଛି। ଏପରିକି ଲକ୍ଷାଧିକ ଟଙ୍କାର ଧନହାନୀ ହୋଇଛି। ସେପଟେ ହାତୀ ଗୁଡ଼ିକ ଜଗତପୁର ଅଞ୍ଚଳରେ ରହିଥିବା ସୂଚନା ରହିଛି। ଜଗତପୁର ଅଞ୍ଚଳରେ ଉପଦ୍ରବ ଚଳାଇଥିବା ନେଇ ବନବିଭାଗ ସୂଚନା ଦେଇଛି। ବନ ବିଭାଗ ପକ୍ଷରୁ ସେମାନଙ୍କୁ ଘଉଡ଼ାଇବାକୁ ପ୍ରୟାସ ଚାଲିଛି। କିନ୍ତୁ ସେଭଳି ବନବିଭାଗକୁ କୌଣସି ସଫଳତା ହାସଲ ହୋଇନଥିବା ସୂଚନା ରହିଛି।