Bihar: ବିହାରକୁ ନେଇ ଗୁଗଲରେ ଏହି ସବୁ ତଥ୍ୟ ସର୍ଚ୍ଚ କରିଥାଆନ୍ତି ଲୋକେ!
Advertisement
Article Detail0/zeeodisha/odisha1622710

Bihar: ବିହାରକୁ ନେଇ ଗୁଗଲରେ ଏହି ସବୁ ତଥ୍ୟ ସର୍ଚ୍ଚ କରିଥାଆନ୍ତି ଲୋକେ!

Bihar: ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ବିହାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଥାଏ । ପ୍ରତିବର୍ଷ ଆଜି ଦିନ ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରେ ବିହାର ରାଜ୍ୟ ପ୍ରତିଷ୍ଠା ଅବସରରେ ବିହାର ଦିବସ ପାଳନ କରଯାଏ । ରାଜ୍ୟ ସରକାର ଏହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଥାଆନ୍ତି ।

ସୌ(ସୋସିଆଲ ମିଡିଆ)

Bihar: ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ବିହାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଥାଏ । ପ୍ରତିବର୍ଷ ଆଜି ଦିନ ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରେ ବିହାର ରାଜ୍ୟ ପ୍ରତିଷ୍ଠା ଅବସରରେ ବିହାର ଦିବସ ପାଳନ କରଯାଏ । ରାଜ୍ୟ ସରକାର ଏହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଥାଆନ୍ତି । ଐତିହ୍ୟ ପାଇଁ ମଧ୍ଯ ବେଶ ପ୍ରସିଦ୍ଧ ବିହାରରେ ଦ୍ରାରିଦତା ଓ ପଛୁଆ ବର୍ଗ ଏହାର ମୁଖ୍ଯ ସମସ୍ୟା ଅଟେ । ତେବେ ଅନେକ ସମୟରେ ବିହାରକୁ ନେଇ ଗୁଗଲରେ ଲୋକେ ଅନେକ ଜିନିଷ ସର୍ଚ୍ଚ କରିଥାଆନ୍ତି । ତେବେ ଆସନ୍ତୁ ଜାଣିବା ଲୋକେ ବିହାରକୁ ନେଇ କ’ଣ କରିଥାଆନ୍ତି ସର୍ଚ୍ଚ ଆଉ କ’ଣ ରହିଛି ଏହାର ଉତ୍ତର ।

କେବେ ଗଠିତ ହୋଇଥିଲା ବିହାର ରାଜ୍ୟ-

ବ୍ରିଟିଶ ରାଜୁତି ସମୟରେ ବିହାର ବଙ୍ଗଳାର ଏକ ଅଂଶ ଥିଲା । ଦୀର୍ଘ ସମୟ ପ୍ରତିବାଦ ପରେ ବ୍ରିଟିଶ ସମ୍ରାଟ ଜର୍ଜ ଭି ୧୨ ଡି଼ସେମ୍ବରରେ ୧୯୧୧ ମସିହାରେ ଦିଲ୍ଲୀ ଦରବାରରେ ବିହାରକୁ ବଙ୍ଗଳା ଠାରୁ ଅଲଗା କରି ଏକ ନୂଆ ରାଜ୍ୟ ଗଠନ କରିବା ନେଇ ଘୋଷଣା କରିଥିଲେ । ଏହାପରେ ମାର୍ଚ୍ଚ ୨୨ ତାରିଖ ୧୯୧୨ ମସିହାରେ ବିହାର ବଙ୍ଗଳାଠାରୁ ଅଲଗା ହୋଇ ଏକ ନୂତନ ପ୍ରବେଶ ଭାବେ ଉଭା ହୋଇଥିଲା । ପରେ ୧୯୩୫ ମସିହାରେ ଓଡ଼ିଶାକୁ ବିହାରଠାରୁ ଅଲଗା କରାଯାଇ ଏକ ନୂତନ ରାଜ୍ୟର ମାନ୍ୟତା ଦିଆଯାଇଥିଲା । ଏହାପରେ ୨୦୦୦ ମସିହା ନଭେମ୍ବର ମାସରେ ବିହାରର ଦକ୍ଷିଣ ଭାଗକୁ ଅଲଗା କରି ଝାଡ଼ଖଣ୍ତ  ନାମକ ଏକ ନୂତନ ରାଜ୍ୟ ଗଠନ କରାଯାଇଥିଲା ।

କିଏ ଥିଲେ ବିହାର ପ୍ରଥମ ମୁଖ୍ୟମନ୍ତ୍ରୀ-

ବିହାର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିଂ ଅଟନ୍ତି । ସେ ୧୯୪୬ରୁ ୧୯୬୧ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଶ୍ରୀକୃଷ୍ଣ ସିଂ ବିହାରର ମୁଙ୍ଗର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଶ୍ରୀ ବାବୁ ଓ ବିହାର କେସରୀ ନାମରେ ମଧ୍ଯ ବେଶ ଜଣାଶୁଣା । ସେ ପେଶାରେ ଜଣେ ଓକିଲ ଥିଲେ । ସେ ବିଟ୍ରିଶ ମାନଙ୍କ ବିରୋଧରେ ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ।

ବିହାର ଲୋକସଭା ସିଟ୍ ସଂଖ୍ୟା କେତେ-

ବିହାରରେ ବର୍ତ୍ତମାନ ୪୦ଟି ଲୋକସଭା ଆସନ ରହିଛି ।  ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୧୭ଟି ଆସନ ହାତେଇ ଥିବା ବେଳେ ଜେଡ଼ିୟୁ ୧୬, ଏଲଜେପି ୬ ଓ କଂଗ୍ରେସ ଗୋଟିଏ ଆସନରୁ ବିଜୟ ଲାଭ କରିଥିଲା ।

ବିହାରରେ କେତେ ବିଧାନସଭା ଆସନ ଅଛି -

ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ରହିଛି । ବର୍ତ୍ତମାନ ରାଷ୍ଟ୍ରୀୟ ଜନତା ବିଧାନସଭାର ସବୁଠାରୁ ବଡ଼ ଦଳ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି ।

କେବେଠାରୁ ବିହାରର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତା ରହିଛନ୍ତି ନୀତୀଶ କୁମାର-

୨୦୦୫ ମସିହାରେ ନୀତୀଶ କୁମାର ପ୍ରଥମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ତାଙ୍କ ଦଳ ଜେଡିୟୁ ଖରାପ ପ୍ରଦର୍ଶନ ପରେ ସେ ଇସ୍ତଫା ଦେଇ ଜିତନ ରାମ ମଞ୍ଜୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ଫେବୃଆରୀ ୨୦୧୫ରେ, ନୀତୀଶ କୁମାର ପୁଣି ଥରେ ଜିତାନ ରାମ ମଞ୍ଜୀଙ୍କୁ କ୍ଷମତାରୁ ହଟାଇ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେବେଠାରୁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦବୀରେ ରହିଛନ୍ତି।

fallback

ବିହାର କାହିଁକି ପ୍ରସିଦ୍ଧପ୍ରାଚୀନ କାଳରୁ ବିହାର ବୌଦ୍ଧ ଧର୍ମ ଓ ଜୈନ ଧର୍ମର କେନ୍ଦ୍ରସ୍ଥଳୀ ଭାବେ ପ୍ରସିଦ୍ଧ । ବିହାର ରାଜ୍ୟର ବହୁତ ଅଞ୍ଚଳ ଭାରତୀୟ ପ୍ରାଚୀନ ଗ୍ରନ୍ଥାବଳୀ ଓ ପୂରାଣର୍ ବର୍ଣ୍ଣିତ ଥିବାର ଦେଖାଯାଏ। ବିହାରର ସୀତାମଢୀଠାରେ ସୀତାଙ୍କ ଜନ୍ମ ହୋଇଥିବା ପୂରାଣରେ କୁହାଯାଇଛି। ଇତିହାସରେ ବର୍ଣ୍ଣିତ ଅନେକ ମହାପୁରୁଷଙ୍କର ଗାଥା ଏହି ରାଜ୍ୟ ସହ ସଲଗ୍ନ ରହିଛି। ଚାଣକ୍ୟ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ସମ୍ରାଟ ଅଶୋକଙ୍କର ବିହାର ସହ ଘନିଷ୍ଠ ସମ୍ପର୍କ ଥିବା ଜଣାଯାଏ। ବୋଦ୍ଧଗୟାଠାରେ ଗୌତମ ବୁଦ୍ଧ ଜ୍ଞାନ ପ୍ରାପ୍ତ କରିଥିବା କୁହାଯାଏ। ଏହି ରାଜ୍ୟର ବୈଶାଳୀ ଜିଲ୍ଲା ଅନ୍ତର୍ଗତ କୁଣ୍ଡଗ୍ରାମରେ ଜୈନ ଧର୍ମର ପ୍ରଚାରକ ମହାବୀର ଜୈନ ଜନ୍ମ ଗ୍ରହଣ କରିଥିଲେ। ନାଳନ୍ଦା ଜିଲ୍ଲାର ପାୱାପୁରି ଗ୍ରାମରେ ଏହି ମହାପୁରୁଷଙ୍କର ଦେହାନ୍ତ ହୋଇଥିବା କୁହାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ବିହାରକୁ ଉଭୟ ବୁଦ୍ଧ ଓ ମହାବୀର ଜୈନଙ୍କର କର୍ମଭୂମି ରୂପେ ବିବେଚନା କରାଯାଏ। ତେଣୁ ଏହି ରାଜ୍ୟକୁ ଉଭୟ ଧର୍ମର ଜନ୍ମଭୂମି କୁହାଯାଏ।

କାହିଁକି ପ୍ରସିଦ୍ଧ ପାଟଣା ସାହୀବହରମିନ୍ଦର ସାହୀବ ଗୁରୁଦ୍ୱାରା ପାଇଁ ପାଟଣା ସାହୀବ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଏହା ଶିଖ୍‌ ମାନଙ୍କର ଧର୍ମଗୁରୁ ଗୋବିନ୍ଦ ସିଂଙ୍କର ଜନ୍ମସ୍ଥାନ ଅଟେ। ଗୁରୁ ଗୋବିନ୍ଦ ସିଂଙ୍କୁ ଶିଖ୍‌ ମାନଙ୍କର ଦଶମ ଧର୍ମଗୁରୁ ଅଟନ୍ତି। ତାଙ୍କର ଜନ୍ମ ୨୨ ଡିସେମ୍ବର ୧୬୬୬ରେ ପାଟଣାଠାରେ ହୋଇଥିଲା। ମହାରାଜା ରଣଜୀତ ସିଂ ହରମିନ୍ଦର ସାହୀବ ଗୁରୁଦ୍ୱାରାର ନିର୍ମାଣ କରିଥିଲେ।

ବିଷ୍ଣୁପାଦ ମନ୍ଦିର ତାର କିମ୍ବଦନ୍ତୀ-

ବିହାରର ଗୟା ଜିଲ୍ଲାରେ ବିଷ୍ଣୁପାଦ ମନ୍ଦିର ଅବସ୍ଥିତ। ହିନ୍ଦୁ ଧର୍ମର କିମ୍ବଦନ୍ତୀ ଅନୁସାରେ ଏଠାରେ ବିଷ୍ଣୁପାଦ ଅର୍ଥାତ ଭଗବାନ ବିଷ୍ଣୁଙ୍କର ଚରଣ ଚିହ୍ନ ରହିଅଛି। ଏଟାକାର ଫଲଗୁ ନଦୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରାଦ୍ଧ କ୍ରିୟା କରାଯାଇଥାଏ। ପରମ୍ପରା ଅନୁସାରେ ଶ୍ରାଦ୍ଧ କ୍ରିୟା ପରେ ବିଷ୍ଣୁପାଦ ମନ୍ଦିରରେ ଦର୍ଶନ କଲେ ଆତ୍ମାକୁ ମୁକ୍ତି ମିଳିଥାଏ। ତେଣୁ ପ୍ରତିବର୍ଷ ଦେଶର ପ୍ରତି କୋଣରୁ ହଜାର ହଜାର ଲୋକ ପିଣ୍ଡଦାନ କରିବା ପାଇଁ ଏଠାକୁ ଆସିଥାଆନ୍ତି।

ବିହାରର ଅର୍ଥ କ’ଣ?

ମୂଳତଃ ବିହାରୀ ଶଦ୍ଦରୁ ହିଁ ବିହାର ରାଜ୍ୟର ନାମକରଣ କରାଯାଇଛି। ଏନସାଇକ୍ଲୋପିଡିଆ ବ୍ରିଟେନିକା ଅନୁଯାୟୀ, ବୌଦ୍ଧ ଧର୍ମର ଭିକ୍ଷୁ ମାନଙ୍କର ବାସ ସ୍ଥାନ ପାଇଁ ବିହାରର ନିର୍ମାଣ କରାଯାଇଥିଲା। ବୌଦ୍ଧ ଧର୍ମର କେନ୍ଦ୍ରବିନ୍ଦୁ ହୋଇଥିବାରୁ ଏହି ରାଜ୍ୟରେ ଅନେକ ଗୁଡିଏ ବିହାର ଦେଖିବାକୁ ମିଳେ। ଏହି କାରଣରୁ ଏହି ରାଜ୍ୟର ନାମ ବିହାର ଅଟେ।

କିଏ କରିଥିଲା ବିହାର ରାଜ୍ୟର ନାମକରଣ?

ବୌଦ୍ଧ ଧର୍ମାବଲମ୍ୱୀ ମାନଙ୍କ ପାଇଁ ଏହି ସ୍ଥାନ ଏକ ମୁଖ୍ୟ ଧର୍ମସ୍ଥଳୀ ଥିଲା। ଦ୍ୱାଦଶ ଶତାଦ୍ଦୀରେ ଏଠାରେ ମୁସଲିମମାନେ ଶାସନ କରୁଥିଲେ। ଏହି ମୁସଲିମ ଶାସକ ଗଣ ବିହାର ରାଜ୍ୟର ନାମକରଣ କରିଥିବା ଜଣାଯାଏ।

fallback

’ଣ ଥିଲା ବିହାରର ପୁରାତନ ନାମ?

ପୂରାଣରେ ବର୍ଣ୍ଣିତ ମଗଧ ରାଜ୍ୟ ଏବେ ବିହାର ଭାବେ ଜଣାଯାଉଥିବା ସୂଚନା ରହିଛି। ମଗଧ ପରି ବିରାଟ ସାମ୍ରାଜ୍ୟର ରାଜଧାନୀର ନାମ ରାଜଗୃହ (ରାଜଗୀର) ଥିଲା। ପରେ ଅଜାତଶତ୍ରୁଙ୍କ ପୁତ୍ର ଉଦୟନଙ୍କ ନିର୍ଦ୍ଦେଶ ଅନୁସାରେ ପାଟଳିପୁତ୍ରକୁ ମଗଧର ରାଜଧାନୀ ଭାବେ ବିବେଚନା କରାଗଲା। ସମ୍ରାଟ ଅଶୋକ ଏହି ରାଜ୍ୟର ସବୁଠାରୁ ପ୍ରସିଦ୍ଧ ରାଜା ଥିଲେ।