UCCC ବିରୁଦ୍ଧରେ ହୀନ ଚକ୍ରାନ୍ତ ଓ ବେଆଇନ ସାର୍ଟିଫିକେଟକୁ ରଦ୍ଦ କରିବାକୁ IGR ଙ୍କୁ ଆବେଦନ
Advertisement

UCCC ବିରୁଦ୍ଧରେ ହୀନ ଚକ୍ରାନ୍ତ ଓ ବେଆଇନ ସାର୍ଟିଫିକେଟକୁ ରଦ୍ଦ କରିବାକୁ IGR ଙ୍କୁ ଆବେଦନ

ଏକା ଭଳି ଗୋଟିଏ ନାଁରେ ଦୁଇଟି ସଂସ୍ଥା ହୋଇପାରିବ ନାହିଁ l ଯଦି ଅପଗ୍ରେଡ଼ ହୋଇଛି ତେବେ ପୁରୁଣା ସଂସ୍ଥାର ଅଫିସ ବିଅରରଙ୍କ ବିନା ପରାମର୍ଶରେ କିଭଳି ଏମାନେ ଅପଗ୍ରେଡ଼ କରିବାକୁ ପଦକ୍ଷେପ ନେଲେ ଯାହାକି ସୋସାଇଟି ରେଜିଷ୍ଟ୍ରେସନ ନିୟମ ଅନୁସାରେ ବେଆଇନ ଅଟେ l

UCCC ବିରୁଦ୍ଧରେ ହୀନ ଚକ୍ରାନ୍ତ ଓ ବେଆଇନ ସାର୍ଟିଫିକେଟକୁ ରଦ୍ଦ କରିବାକୁ IGR ଙ୍କୁ ଆବେଦନ

ଭୁବନେଶ୍ୱର: ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ଧାରା ୧୨ ଡି ଯାହାର ଅର୍ଥ ଏକା ଭଳି ଗୋଟିଏ ନାଁରେ ଦୁଇଟି ସଂସ୍ଥା ହୋଇପାରିବ ନାହିଁ l ଯଦି ଅପଗ୍ରେଡ଼ ହୋଇଛି ତେବେ ପୁରୁଣା ସଂସ୍ଥାର ଅଫିସ ବିଅରରଙ୍କ ବିନା ପରାମର୍ଶରେ କିଭଳି ଏମାନେ ଅପଗ୍ରେଡ଼ କରିବାକୁ ପଦକ୍ଷେପ ନେଲେ ଯାହାକି ସୋସାଇଟି ରେଜିଷ୍ଟ୍ରେସନ ନିୟମ ଅନୁସାରେ ବେଆଇନ ଅଟେ l ଏଥିପାଇଁ ସାଧାରଣ ବୈଠକ ଡକାଯିବା ଓ ଦୁଇ ତୃତୀୟାଂଶ ସଭ୍ୟଙ୍କ ସହମତି ଭିତ୍ତିରେ ପଦକ୍ଷେପ ନେବାକୁ ଯେଉଁ ଲୋକମାନଙ୍କୁ ପୂର୍ବରୁ ଦାୟିତ୍ୱ ଦିଆଯାଇଛି ସେହି ମାନେ କେବଳ ଅପଗ୍ରେଡେସନ ପାଇଁ ପଦକ୍ଷେପ ନେବା କଥା l ଯାହାକି ଏ କ୍ଷେତ୍ରରେ ହୋଇନାହିଁ l

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଶ୍ରୀ ସଞ୍ଜୟ ନାୟକ (ଟୁଟୁ) ନିଜକୁ କିଭଳି ଭାବେ ସଭାପତି ବୋଲି ଘୋଷଣା କରୁଛନ୍ତି l କାରଣ ପୂର୍ବରୁ ସେ ନିଜେ ପିଟିସନର ହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ ) ଙ୍କର ଦ୍ୱାରସ୍ଥ ହୋଇଛନ୍ତି ଓ ୟୁସିସିସିର ଇଲେକ୍ସନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି l ଏଠାରେ ଉଲ୍ଲେଖ ଥାଉ କି, ମାନ୍ୟବର ଉଚ୍ଚ ନ୍ୟାୟାଳୟ,  ଏଡିଏମ, କଟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୟୁସିସିସି (UCCC) ବିଷୟରେ ଅନୁସନ୍ଧାନ କରି ନିର୍ବାଚନକୁ ସ୍ଥଗିତ ରଖି ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ ରିପୋର୍ଟ ଦାଖଲ କରିବା ପାଇଁ l ଏଭଳି ଅବସ୍ଥାରେ ଯେତେବେଳେ ଉକ୍ତ ମାମଲା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ବିଚାରାଧୀନ ଥିବା ସମୟରେ କିଭଳି, ଚଞ୍ଚକତା ପୂର୍ଣ୍ଣ ଆଧାରରେ IGR ଙ୍କୁ ଭୁଲ ତଥ୍ୟ ଦେଇ ବେନିୟମ ଭାବେ ଗୋଟିଏ ସାର୍ଟିଫିକେଟ ହାତେଇ ନେଇଛନ୍ତି l କିନ୍ତୁ ୟୁସିସିସି ନାମରେ 1993 ମସିହାରୁ ଏକ ରେଜିଷ୍ଟ୍ରେସନ ସଂସ୍ଥା ଅଛି ଏବଂ ଅଦ୍ୟାବଧି କାର୍ଯ୍ୟ କରୁଅଛି l

ଆଜି ତାରିଖ 21-09-2023 (ଗୁରୁବାର) ଦିନ ୧୧ ଘଟିକା ବେଳେ ମାନ୍ୟବର IGR ଙ୍କ କୋର୍ଟରେ UCCC ର ସମ୍ପାଦକ ଶ୍ରୀ ପ୍ରଭାତ କୁମାର ମହାନ୍ତି ଓ ପ୍ରଥମ ପଞ୍ଜିକୃତ ସଂସ୍ଥା ତରଫରୁ ଓକିଲ,  ମାନ୍ୟବର IGR ଙ୍କୁ ଆବେଦନ କରି ବେନିୟମ ଭାବେ ଶ୍ରୀ ସଞ୍ଜୟ ନାୟକ ଓରଫ ଟୁଟୁ ପାଇଥିବା ସାର୍ଟିଫିକେଟକୁ ରଦ୍ଦ କରିବା ପାଇଁ ଆବେଦନ କରିଛନ୍ତି ଏବଂ IGR ମଧ୍ୟ ଏହାର ଗୁରୁତ୍ୱ ଉପଲବ୍ଧି କରି ବିହିତ କାର୍ଯ୍ୟାନୁଷ୍ଠାନ ତଥା ପ୍ରକୃତ ତଥ୍ୟ ଉପସ୍ଥାପନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l

Also Read- Akhil Mishra Death: ଟେବୁଲରୁ ଖସି ବଲିଉଡ ଅଭିନେତା ଅଖିଳ ମିଶ୍ରଙ୍କ ମୃତ୍ୟୁ

Also Read- Underwear Sale: ଚଡ଼ି ବିକ୍ରି କମିବାକୁ ନେଇ କାହିଁକି ଚିନ୍ତାରେ ଅର୍ଥଶାସ୍ତ୍ରୀ ?