1. ଶିବ ନାଦାର ହାରୁନ ଇଣ୍ଡିଆ ଫିଲାନଥ୍ରୋପିଷ୍ଟ ତାଲିକାର ଶୀର୍ଷରେ ରହିଛନ୍ତି HCLର ପ୍ରତିଷ୍ଠାତା ଶିବ ନାଦାର। ସେ ୨୦୨୩-୨୪ ବର୍ଷରେ ମୋଟ ୨୧୫୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ସହିତ ମୋଷ୍ଟ ଜେନେରିଓସ ଫିଲାନ୍ଥ୍ରୋପିଷ୍ଟ ଭାବରେ ଉପାଧି ମଧ୍ୟ ହାସଲ କରିଛନ୍ତି। ଏପରି ସେ ତୃତୀୟ ଥର ପାଇଁ କରିଛନ୍ତି।୭୯ ବର୍ଷିୟ ନାଦାର ହାରାହାରି ଦୈନିକ ସେ ୫.୯ କୋଟି ଟଙ୍କା ଦାନ କରି ଆସୁଛନ୍ତି।
2. ମୁକେଶ ଅମ୍ବାନୀ ରିଲାଏନ୍ସର ଚେୟାରମ୍ୟାନ ମୁକେଶ ଅମ୍ବାନୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ବାର୍ଷିକ ୪୦୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଟଙ୍କାକୁ ସେ ବିଭିନ୍ନ ସାମାଜିକ ଉନ୍ନତି କ୍ଷେତ୍ରରେ ଦାନ କରିଛନ୍ତି।
3. କୁମାର ମଙ୍ଗଳମ ବିର୍ଲା ଆଦିତ୍ୟ ବିର୍ଲା ଗୃପର ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ସେ ୨୦୨୩-୨୪ ବର୍ଷରେ ମୋଟ ୩୩୪ କୋଟି ଟଙ୍କା ଦାନ କରିଛନ୍ତି।
4. ଗୌତମ ଅଦାନୀ ଅଦାନୀ ଗୃପର ଚେୟାରମ୍ୟାନ ଗୌତମ ଅଦାନୀ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ସେ ମୋଟ ୩୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।
5. କ୍ରିଷ୍ଣା ଚିଭୁକାଲା କ୍ରିଷ୍ଣା ଚିଭୁକାଲା ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି। ସେ ମୋଟ ୨୨୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।
6. ଅନୀଲ ଅଗ୍ରୱାଲ ବେଦାନ୍ତର ଚେୟାରମ୍ୟାନ ଅନୀଲ ଅଗ୍ରୱାଲ ମୋଟ ୧୮୧ କୋଟି ପ୍ରଦାନ କରି ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି।
7. ସୁସ୍ମିତା ଓ ସୁବ୍ରୋତୋ ବାଗଚୀ ଓଡ଼ିଆ ଶିଳ୍ପପତି ତଥା ମାଇଣ୍ଡ ଟ୍ରିର ଚେୟାରମ୍ୟାନ ସୁସ୍ମିତ ଓ ସୁବ୍ରତୋ ବାଗଚୀ ତାଲିକାର ନବମ ସ୍ଥାନରେ ରହିଛନ୍ତି। ସେ ମୋଟ ୧୭୯ କୋଟି ଟଙ୍କାଦାନ କରିଛନ୍ତି। ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ସେ ଏହି ଅର୍ଥରାଶିକୁ ବିନିଯୋଗ କରିଛନ୍ତି।
8. ରୋହିଣୀ ନିଲେକାନି ରୋହିଣୀ ନିଲେକାନୀ ଏକାକୀ ମୋଟ ୧୫୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ତାଙ୍କ ସ୍ୱାମୀ ନନ୍ଦନ ନିଲେକନୀଙ୍କ ସହି ମିଶି ମୋଟ ୪୫୦ କୋଟି ଟଙ୍କା ଦାନ କରିଛନ୍ତି।
9. ନିଖିଲ କାମାଥ ଜିରୋଧାର ପ୍ରତିଷ୍ଠାତା ୩୮ ବର୍ଷିୟ ନିଖିଲ କାମାଥ ଏହି ଦାନ କରିବାରେ ସବୁଠାରୁ କନିଷ୍ଠ ଉଦ୍ୟୋଗପତି ଭାବେ ଉଭା ହୋଇଛନ୍ତି। ସେ ମୋଟ ୧୨୦ କୋଟି ଟଙ୍କା ଦାନ କରି ତାଲିକାର ୧୫ତମ ସ୍ଥାନରେ ରହିଛନ୍ତି।
ट्रेन्डिंग फोटोज़