Shocking News: ଅଧିକାଂଶ ଲୋକେ ଘରେ କୁକୁର (dog ) ପାଳିବାକୁ ପସନ୍ଦ କରନ୍ତି। ଗରିବ ହୁଅନ୍ତୁ କିମ୍ବା ଧନୀ ଆଜିକାଲି ପ୍ରାୟ ସମସ୍ତଙ୍କୁ କୁକୁର ପାଳିବାର ସଉକ ରହିଛି । ସାଧାରଣତଃ ନିଜଘରେ କେହି ନା କେହି କୁକୁର ପାଳିବାର ଆପଣ ଦେଖିଥିବେ । କୁକୁର ପାଳିଲେ ସେମାନଙ୍କର ମଣିଷ ପରି ଯତ୍ନ ନେବା ମଧ୍ୟ ଦରକାର। ସକାଳୁ ବାହାରକୁ ବୁଲାଇ ନେବା, ବ୍ରଶ କରାଇବା, ଖାଇବାକୁ ଦେବା, ଗାଧୋଇ ଦେବା ଆଦି କରିବାକୁ ପଡ଼ିଥାଏ।
Trending Photos
Shocking News: ଅଧିକାଂଶ ଲୋକେ ଘରେ କୁକୁର (dog ) ପାଳିବାକୁ ପସନ୍ଦ କରନ୍ତି। ଗରିବ ହୁଅନ୍ତୁ କିମ୍ବା ଧନୀ ଆଜିକାଲି ପ୍ରାୟ ସମସ୍ତଙ୍କୁ କୁକୁର ପାଳିବାର ସଉକ ରହିଛି । ସାଧାରଣତଃ ନିଜଘରେ କେହି ନା କେହି କୁକୁର ପାଳିବାର ଆପଣ ଦେଖିଥିବେ । କୁକୁର ପାଳିଲେ ସେମାନଙ୍କର ମଣିଷ ପରି ଯତ୍ନ ନେବା ମଧ୍ୟ ଦରକାର। ସକାଳୁ ବାହାରକୁ ବୁଲାଇ ନେବା, ବ୍ରଶ କରାଇବା, ଖାଇବାକୁ ଦେବା, ଗାଧୋଇ ଦେବା ଆଦି କରିବାକୁ ପଡ଼ିଥାଏ। ଏପରିକି ସେମାନେ ରହୁଥିବା ଘର ସଫା କରିବା, ସ୍ବାସ୍ଥ୍ୟ ଭଲ ରହିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଆଦି ନିହାତି ଜରୁରୀ। କିନ୍ତୁ ଘରେ ଅଧିକାଂଶ ଲୋକେ କୁକୁରକୁ ନ ବାନ୍ଧି ଖୋଲା ଛାଡନ୍ତି । ଆଉ ଘରକୁ ଆସୁଥିବା ଲୋକଙ୍କୁ ଦେଖି କୁକୁର ବେଳେ ବେଳେ ହ୍ରିଂସ ହୋଇଯାଏ । ଆଉ ଜୀବନ ନେବାକୁ ମଧ୍ୟ ପଛାଏ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି (Boston) ବୋଷ୍ଟନରେ । ଜଣେ ୬ ବର୍ଷର ଝିଅକୁ କୁକୁର ଝୁଣି ଦେଇଛି (dog attack 6 year old gir)। ଫଳରେ ଗୁରୁତର ଅବସ୍ଥାରେ କୁନି ଝିଅଟି (6 year old girl) ବର୍ତ୍ତମାନ ମେଡିକାଲେ ଚିକିତ୍ସାଧିନ ରହିଛି।ଏବଂ ତା ମୁହଁରେ ୧୦୦୦ ଷ୍ଟିଜ୍ (1000 stitches )ପଡିଛି । ଏହି ଘଟଣା ବର୍ତ୍ତମାନ ସମସ୍ତଙ୍କୁ ସ୍ତବ୍ଧ (Shocking News)କରିଦେଇଛି।
ସୂଚନା ଅନୁସାରେ,(Boston) ବୋଷ୍ଟନରେ କୁନି ଝିଅ ଲିଲି ନରଟନ୍ (Lily Norton) ନିଜ ପରିବାର ସହ ରୁହେ। ସେଠାରେ ସେ ନିଜ ପାଖ ପଡୋଶୀ ଘରକୁ ଖେଳିବାକୁ ପ୍ରତିଦିନ ଯାଇଥାଏ । ସେହିପରି ରବିବାର ଦିନ, କୁନି ଝିଅ ଲିଲି ତାର ସାଙ୍ଗ ସହ ଖେଳିବା ପାଇଁ ତାଙ୍କ ଘରକୁ ଯାଇଥିଲା। ହେଲେ ସେ ଜାଣିନ ଥିଲା ଖେଳିବା ପୂର୍ବରୁ ତାସହ ଏଭଳି ଏକ ଅଘଟଣ ଘଟିବ ବୋଲି , ସାଙ୍ଗ ଘରେ ଥିବା କୁକୁର ତାଙ୍କୁ ଝୁଣି ଖାଇଦେବ । ଅପରାହ୍ନ ସମୟରେ ଚେସ୍ ଖେଳିବା ପାଇଁ ସାଙ୍ଗ ଘରକୁ ଯାଇଥିଲା ଲିଲି , ଘର ଭିତରେ ପଡିଥିବା ସୋଫାରେ ବସିଥିଲା । ଏବଂ ସେହି ସମୟରେ ଅନ୍ୟ ଏକ ରୁମକୁ ଚେସ୍ ଆଣିବାକୁ ଯାଇଥିଲା କୁନି ଝିଅର ସାଙ୍ଗ । କିନ୍ତୁ ଘରେ ଖୋଲାରେ ବୁଲୁଥିବା କୁକୁର ହଠାତ୍ ହ୍ରିଂସ ହୋଇପଡିଥିଲା। ସୋଫା ଉପରେ ବସିଥିବା କୁନି ଝଅକୁ ଝୁଣି ପକାଇ ଥିଲା। ଲିଲିର ଚିକ୍କାର ଶୁଣି ତା ସାଙ୍ଗ ଓ ସାଙ୍ଗର ମାଅ ଦୌଡି ଆସିଥିଲେ। କୁନି ଝିଅ ଲିଲି ପୋଷା କୁକରର ପାଟିରେ ରକ୍ତ ଜୁଡୁବୁଡ ଅବସ୍ଥାରେ ଦେଖିବାକୁ ପାଇଥିଲେ ମାଆ ଝିଅ। ଲିଲିକୁ ଉଭୟ ମାଆ ଝିଅ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।
Also Read : Odisha News: ୪ ଘଣ୍ଟାରେ ଦୁଇ ଜଣଙ୍କୁ ହତ୍ୟା ! ଅଭିଯୁକ୍ତର ଟେର ପାଉନି ପୋଲିସ
Also Read : Shocking News: କୁକୁର ସହିତ ଦୁଷ୍କର୍ମ କଲା ଯୁବକ, ପୁରା କାରନାମା ସିସିଟିଭିରେ କଏଦ
ଲିଲିକୁ ନେଇ ଉଭୟ ମାଆ ଝିଅ ଡାକ୍ତରଖାନାରେ ପହଞ୍ଚିଥିଲେ। ଲିଲିର ଏଭଳି ଅବସ୍ଥା ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାହିଁକିନା କୁକୁରଟି ଲିଲି ମୁହଁକୁ କାମୁଡି ଝୁଣି ଦେଇଥିଲା। ପ୍ରାଥମିକ ଚିକିତ୍ସା ପରେ ଲିଲିକୁ ଏୟାରଲିଷ୍ଟ ଯୋଗେ ବୋଷ୍ଟନ ଶିଶୁ ଡାକ୍ତରଖାନାକୁ ପଠାଯାଇଥିଲା। ଡାକ୍ତରଙ୍କ ଟିମ୍ ଜରୁରୀକାଳୀନ ପରିସ୍ଥିତିରେ ତାଙ୍କର ଅପରେସନ୍ ଆରମ୍ଭ କରିଥିଲେ। ପ୍ରାୟ ୧୧ ଘଣ୍ଟା ଧରି ଅପରେସନ୍ ଚାଲିଥିଲା । ମୁହଁରେ ହୋଇଥିବା କ୍ଷତ ଅଧିକ ଗଭୀର ଥିବାରୁ ଡାକ୍ତର ଲିଲି ମୁହଁରେ ୧୦୦୦ଟି ଷ୍ଟିଚ ପକାଇବାକୁ ବାଧ୍ୟ ହୋଇଥିଲେ। ଲିଲିର ଆଖିତଳେ ଓ ଗଳାରେ ଗମ୍ଭୀର ଆଘାତ ଲାଗିଥିବା କହିଛନ୍ତି ଡାକ୍ତର । ଡାକ୍ତର କହିଛନ୍ତି ଯେ, ଶିଶୁ ମୁହଁରେ ଏତେ ଗଭୀର ଆଘାତ ଲାଗିଛି ଯେ ତାଙ୍କ ଲାଳ ଗ୍ରନ୍ଥି (salivary gland)କାମ କରୁନାହିଁ। ତେଣୁ ସେ ପୂର୍ବପରି ହସିପାରିବେ ନାହିଁ।