PUBG Love: ପାକିସ୍ତାନ ଛାଡି ଭାରତ ଆସିଲେ ୪ ପିଲାଙ୍କ ମାଆ, ଆଉ ତାପରେ...
Advertisement
Article Detail0/zeeodisha/odisha1763312

PUBG Love: ପାକିସ୍ତାନ ଛାଡି ଭାରତ ଆସିଲେ ୪ ପିଲାଙ୍କ ମାଆ, ଆଉ ତାପରେ...

PUBG Love: ଜଣେ ପାକିସ୍ତାନୀ ମହିଳା ନେପାଳ ରାସ୍ତାରେ ଆସି ପହଞ୍ଚିଗଲେ ଗ୍ରେଟର ନୋଏଡାରେ, ଆଉ ତାପରେ...

PUBG Love: ପାକିସ୍ତାନ ଛାଡି ଭାରତ ଆସିଲେ ୪ ପିଲାଙ୍କ ମାଆ, ଆଉ ତାପରେ...

PUBG Love: ପବଜି ଖେଳ ସହ ଜଡିତ ଏକ ନୂଆ ଘଟଣା ବର୍ତ୍ତମାନ ଯେତିକି ଚର୍ଚ୍ଚାର ବିଷୟ ପାଲଟିଛି ସେତିକି ଆଶ୍ଚର୍ଯ୍ୟଜନକ (Amazing) ମଧ୍ୟ ହୋଇଛି । କାରଣ ଜଣେ ପାକିସ୍ତାନୀ ବିବାହିତ ମହିଳା (Pakistani married woman) ନିଜର ୪ ପିଲାଙ୍କୁ ଛାଡି ଭାରତ ଆସିଛନ୍ତି । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଘଟଣା ବୋଲି ସୂଚନା ମିଳିଛି । ବର୍ତ୍ତମାନ ଏହି ଘଟଣା ଜଣା ପଡିବା ପରେ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ (Question) ସୃଷ୍ଟି ହୋଇଛି । ତେବେ ଆସନ୍ତୁ ଜାଣିବା କିପରି ପବଜି ପ୍ରେମରେ ପଡିଥିଲେ ପାକିସ୍ତାନୀ ମହିଳା ଓ ସେ କିପରି ଭାରତ (India)କୁ ଆସିବାରେ ସକ୍ଷମ ହେଲେ ।

ଉତ୍ତର ପ୍ରଦେଶ ଗ୍ରେଟର ନୋଏଡା (greater noida)ରୁ ଏପରି ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଖବର ମୁତାବକ ମୋହଲ୍ଲା ଆମ୍ବେଦକର ନଗରରେ ଜଣେ ପାକିସ୍ତାନୀ ମହିଳାଙ୍କ ସହିତ ଜଣେ ଯୁବକ ଭଡା ଘରେ (Rent house) ରହିବାକୁ ଆସିଥିଲେ । ଯୁବକ ଜଣକ ଘର ମାଲିକ ଗିର୍ଜେଶ ସଚିନଙ୍କୁ ଏ ବିଷୟରେ କହିଥିଲେ । ଜୁନ୍ ୧୩ ତାରିଖରେ ଘଟିଥିବା ଏ ଘଟଣା ସମ୍ପର୍କରେ ଘର ମାଲିକଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ସେ ମହିଳାଙ୍କ ସହ ମୋର କୌଣସି ସମ୍ପର୍କ (Relation) ନାହିଁ । ଅନଲାଇନ ଗେମ (Online game) ପବଜି ଜରିଆରେ ଯୁବକ ଜଣକ ପାକିସ୍ତାନୀ ମହିଳାଙ୍କ ସହ ଚିହ୍ନା ପରିଚିତ (Familiar) ହୋଇଥିଲେ । ପରେ ସମ୍ପର୍କ ଏତେ ନିବିଡ ହୋଇଥିଲା ଯେ, ସେ ପାକିସ୍ତାନ ଛାଡି ଭାରତ ଆସି ଯୁବକଙ୍କୁ ଦେଖା କରିବାକୁ ଚାହିଁଥିଲେ । ପ୍ରଥମେ କେମିତି ଭାରତ ଆସିବେ ସେ ସମ୍ପର୍କରେ ଚିନ୍ତା କରି ଏକ ଉପାୟ ପାଇଥିଲେ ମହିଳା ଜଣକ । ପାକିସ୍ତାନରୁ ନେପାଳ (Nepal) ଓ ପରେ ନେପାଳରୁ ଗ୍ରେଟର ନୋଏଡା ଆସିବାରେ ସକ୍ଷମ ହୋଇଥିଲେ ମହିଳା । ଗ୍ରେଟର ନୋଏଡାରେ ପହଞ୍ଚିବା ପରେ କିଛି ଦିନ ରହିଥିଲେ । ଭାରତୀୟ ଗୁପ୍ତଚର ଏଜେନ୍ସି (Indian Intelligence Agency) ଏ ସମ୍ପର୍କରେ କୌଣସି ତଥ୍ୟ ପାଇନଥିଲେ । ଏକ ଅନୁସନ୍ଧାନରୁ ପରେ ଜଣା ପଡିଥିଲା ଯେ, ମହିଳା ଜଣକ ଗ୍ରେଟର ନୋଏଡାର ରାବପୁରା ଅଞ୍ଚଳରେ ରହିଥିଲେ । 

ମହିଳା ଜଣକ ଯୁବକଙ୍କ ସହ ଯେଉଁ ଘରେ ରହୁଥିଲେ ସେହି ଘର ମାଲିକ (House owner)ଙ୍କୁ ଅଧିକ ପଚରା ଉଚରା କରାଯିବାରୁ ସେ କହିଥିଲେ ଯେ, ଆମର ଗୋଟିଏ ଘର ଆମେ ଭଡା ଲଗାଉ । ଘରର ଭଡା ହେଉଛି ୨୫ଶହ ଟଙ୍କା ଏବଂ ଇଲେକ୍ଟ୍ରି ବିଲ (Electricity bill) ଅଲଗା । ଏଥିସହ ଘର ମାଲିକ ଏକଥା ମଧ୍ୟ କହିଛନ୍ତି ଯେ, ଆମେ ମଧ୍ୟ ଏହି ସ୍ଥାନରେ ରହୁଛୁ । ଯୁବକଙ୍କ ବିଷୟରେ ପଚରାଯିବାରୁ ଘର ମାଲିକ କହିଛନ୍ତି ଯେ, ଯୁବକ ଜଣକ ଉକ୍ତ ମହିଳାଙ୍କୁ ନିଜର ପତ୍ନୀ (wife) ବୋଲି ପରିଚୟ ଦେଇଥିଲେ । ସେ କହିଥିଲେ ଆମର ଘର କାମ ଚାଲିଛି ତେଣୁ କିଛିଦିନ ଆମେ ଭଡା ଘରେ ରହିବୁ । ସେ ତାଙ୍କ ପତ୍ନୀଙ୍କ ନାମ ସୀମା ବୋଲି ଘର ମାଲିକଙ୍କୁ ଜଣାଇଥିଲେ । ଯୁବକ ସଚିନ ନିକଟରେ ଜଣେ ଡିଲରଙ୍କ ନିକଟରେ କାମ କରନ୍ତି । ଏହା ବ୍ୟତୀତ ଘର ମାଲିକଙ୍କ ପରିବାର ସଦସ୍ୟ (Family member) ମଧ୍ୟ କହିଛନ୍ତି ଉକ୍ତ ବ୍ୟକ୍ତିଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ ।

ଅନ୍ୟପଟେ ଘଟଣା ସମ୍ପର୍କରେ ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା କରିବାରେ ଲାଗିଛନ୍ତି । ପବଜି ଖେଳ ଯେ ଏପରି ଭୟଙ୍କର ହୋଇପାରେ ତାହାକୁ ନେଇ କିଛି ବ୍ୟକ୍ତି ପ୍ରଶ୍ନ କରିଛନ୍ତି । ଅନ୍ୟମାନଙ୍କୁ ପବଜି ଖେଳିବା ପାଇଁ କିଛି ବ୍ୟକ୍ତି ବାରଣ ମଧ୍ୟ କରୁଥିବା ଖବର ମିଳିଛି ।

Also read- Viral News: ଏହି ବ୍ୟକ୍ତିଙ୍କ ହରକତ ଦେଖିଲେ ହେବେ ଆଶ୍ଚର୍ଯ୍ୟ !