Road Accident: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଘଟଣାସ୍ଥଳରେ ୫ ମୃତ
Advertisement
Article Detail0/zeeodisha/odisha2140069

Road Accident: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଘଟଣାସ୍ଥଳରେ ୫ ମୃତ

Road Accident: ଏମିତି ବି ଆସେ ମୃତ୍ୟୁ । ଘରକୁ ଫେରିବା ବାଟରେ ଘଟିଗଲା ଅଘଟଣ । ଆଉ ଅକାଳେ ଲିଭିଗଲା ୫ ଜୀବନ ଦୀପ। ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Road Accident: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଘଟଣାସ୍ଥଳରେ ୫ ମୃତ

Road Accident: ଏମିତି ବି ଆସେ ମୃତ୍ୟୁ । ବିବାହ ପ୍ରସ୍ତାବ ନେଇ କର୍ଣ୍ଣାଟକରୁ ଆସିଥିଲେ ତେଲେଙ୍ଗାନା। ଘରକୁ ଫେରିବା ବାଟରେ ଘଟିଗଲା ଅଘଟଣ । ଆଉ ଅକାଳେ ଲିଭିଗଲା ୫ ଜୀବନ ଦୀପ। ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା  ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ ହେବ।  ତେଲେଙ୍ଗାନାର ୱାନାପାର୍ଥି ଜିଲ୍ଲା  (Wanaparthy)କୋଥାକୋଟା ଅଞ୍ଚଳ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। 

ALSO READ: Petrol Diesel Price Today: ରାଜ୍ୟରେ ଖସିଲା ପେଟ୍ରୋଲ-ଡିଜେଲ୍ ଦର, ଚେକ୍ କରନ୍ତୁ ଆଜିର ରେଟ୍

ସୂଚନା ଅନୁସାରେ, ଏକ ବିବାହ ପ୍ରସ୍ତାବ ନେଇ କର୍ଣ୍ଣାଟକରୁ ତେଲେଙ୍ଗାନାର  ହାଇଦ୍ରାବାଦକୁ ଆଜି ସକାଳୁ ଏକ କାରରେ ଗୋଟିଏ ପରିବାରର ୧୨ ସଦସ୍ୟ ଆସିଥିଲେ। ଆଉ ଏହି ଶୁଭକାର୍ଯ୍ୟ ସାରି ଆଜି କର୍ଣ୍ଣାଟକ ଫେରୁଥିଲେ ୧୨ ସଦସ୍ୟ । କିନ୍ତୁ କାରଟି ଯାତ୍ରା ସମୟରେ ୱାନାପାର୍ଥି ଜିଲ୍ଲାର କୋଥାକୋଟା ଅଞ୍ଚଳ ଜାତୀୟ ରାଜପଥରେ ଦୁର୍ଘଟଣାଗସ୍ତ ହୋଇଥିଲା। କିନ୍ତୁ  ଡ୍ରାଇଭରକୁ ଟିକେ ନିଦ ଲାଗି ଯାଇଥିବାରୁ ଗାଡି଼ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ ୭ ଜଣ ଗୁରୁତର ଆହତ ହୋଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଏବଂ ମୃତଦେହ ଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ମୃତକଙ୍କ ମଧ୍ୟରେ ତିନିଜଣ ଶିଶୁ ରହିଥିବା ପୋଲିସ୍ କହିଛି। ପୋଲିସ୍ ସୂଚନା ଅନୁସାରେ ଆଜି ଭୋର ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ସେହିପରି, ଗତକାଲି ମଧ୍ୟ ଦିଲ୍ଲୀରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଦିଲ୍ଲୀର ବଦରପୁର୍ ଫ୍ଲାଏ ଓଭର ନିକଟରେ ଟ୍ରକ୍ ଓ କାର୍ ଧକ୍କା ହେବାରୁ ତିନି ଜଣ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ, ବରଦପୁର ଥାନା ଅନ୍ତର୍ଗତ ଶନିବାର ଦିନ ବିଳମ୍ବିତ ରାତିରେ ପୋଲିସ୍ ଏକ ଖବର ଆସିଲା ଯେ, ବରଦପୁର ଫ୍ଲାଏ ଓଭର ନିକଟରେ ଏକ ଦୁର୍ଘଟଣା ହୋଇଛି । ପୋଲିସ୍ ଖବର ପାଇଁ ତୁରନ୍ତ ଘଟଣାସ୍ଥଳକୁ ଯାଇ ପହଂଚିଥିଲା। ଏକ କାର୍ ରେ ଗୋଟିଏ ପରିବାରର ୭ ଜଣ ଫରିଦାବାର ଏକ ବିବାହ ସମାରୋହକୁ ଯୋଗ ଦେବାକୁ ଯାଇଥିବା ବେଳେ ସାମ୍ନାପଟୁ ଏକ ଟ୍ରକ୍ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହର ହୋଇଛନ୍ତି । ମୃତକଙ୍କୁ ଉଦ୍ଧାର କରି ପୋଲିସ୍ ପୋଷ୍ଟମଟମ ପାଇଁ ପଠାଇଥିବା ବେଳେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।