T20 World Cup 2022: IND vs SA ମ୍ୟାଚ ପୂର୍ବରୁ ଭାଇରାଲ ହେଲା 'ମାଷ୍ଟର ବ୍ଲାଷ୍ଟର'ଙ୍କ ଏହି ଭିଡିଓ
Advertisement
Article Detail0/zeeodisha/odisha1417011

T20 World Cup 2022: IND vs SA ମ୍ୟାଚ ପୂର୍ବରୁ ଭାଇରାଲ ହେଲା 'ମାଷ୍ଟର ବ୍ଲାଷ୍ଟର'ଙ୍କ ଏହି ଭିଡିଓ

T20 World Cup 2022: ଆଜି ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ରେ ଏକ ରୋମାଞ୍ଚକର ରବିବାର । ଏହି ରୋମାଞ୍ଚକର ରବିବାରରେ ତିନୋଟି ମ୍ୟାଚ୍ ରହିଛି ଓ ତୃତୀୟ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ପର୍ଥ ଷ୍ଟାଡିୟମରେ (Perth Stadium) ଖେଳାଯିବ ।

T20 World Cup 2022: IND vs SA ମ୍ୟାଚ ପୂର୍ବରୁ ଭାଇରାଲ ହେଲା 'ମାଷ୍ଟର ବ୍ଲାଷ୍ଟର'ଙ୍କ ଏହି ଭିଡିଓ

T20 World Cup 2022: ଆଉ କିଛି ସମୟ ମଧ୍ୟରେ ପାର୍ଥରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢେଇ ଆରମ୍ଭ ହେବ। ଯଦି ଭାରତ ଏହି ମ୍ୟାଚ ଜିତେ ତେବେ ପ୍ରଥମ ଟିମ ଭାବେ T20 World Cup 2022ର ସେମିରେ ପହଞ୍ଚିବ। ତେବେ ଭାରତର ଦକ୍ଷିଣ ଆଫ୍ରିକା ମ୍ୟାଚ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଟିମ ଇଣ୍ଡିଆର ଉତ୍ସାହ ବଢାଇବା ସହ ଘରକୁ T20 World Cup ଟ୍ରଫି ଆଣିବାକୁ କହିଛନ୍ତି।

ରବିବାର ଅପରାହ୍ନ ସାଢେ ଚାରିଟାରେ ପର୍ଥରେ ଭାରତ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। କିନ୍ତୁ ଏହି ମ୍ୟାଚ ପୂର୍ବରୁ ସଚିନ ତେନ୍ଦୁଲକରଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଅକ୍ଟୋବର ୨୧ ତାରିଖରେ କ୍ରିକେଟର ଭଗବାନ ଆଖ୍ୟା ପାଇଥିବା ସଚିନ ତେନ୍ଦୁଲକର ତାଙ୍କ ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଥିଲେ। ଏଥିରେ ସେ ଭାରତୀୟ କ୍ରିକେଟ ଟିମକୁ ଉତ୍ସାହିତ କରିଛନ୍ତି। ଭାରତ ରତ୍ନ କହିଥିଲେ ଯେ, ଟିମ୍ ଇଣ୍ଡିଆ କପ୍ ଆମର, ଘରକୁ ଆଣ। ଭିଡିଓର ବ୍ୟାକ୍ ଗ୍ରାଉଣ୍ଡରେ ଏକ ମ୍ୟୁଜିକ ମଧ୍ୟ ଶୁଣିବାକୁ ମିଳୁଛି। ଏହି 'ବଲ୍ଲା ଚଲା...' ଗୀତକୁ ସୋନା ମହାପାତ୍ର ଓ ରାମ ସମ୍ପଦ ଗାଇଛନ୍ତି।

Also Read: T-20 World Cup 2022: ଆଜି ଭାରତ ପାଇଁ ପ୍ରାର୍ଥନା କରିବ ପାକିସ୍ତାନ, ଦ.ଆଫ୍ରିକା ହାରିଲେ ଖେଳିବ

ତେବେ ଗତ ୨୩ ତାରିଖରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ T20 World Cup 2022 ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଟିମ୍ ଇଣ୍ଡିଆ ଚାରି ୱିକେଟରେ ପରାସ୍ତ କରି ଦେଶବାସୀକୁ ଦୀପାବଳି ଭେଟି ଦେଇଥିଲା। ବର୍ତ୍ତମାନ ଦେଶବାସୀ ଛଠ୍ ପୂଜା ପାଇଁ ଉତ୍ସବ ମୁଖର ହୋଇଛି। ରାତି ପାହିଲେ ଉଦିତ ସୂର୍ଯ୍ୟଙ୍କ ଅର୍ଘ୍ୟ ଅର୍ପଣ କରାଯିବ। ତେବେ ରବିବାର ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ, ଦୀପାବଳି ପରି ଛଠ ପର୍ବରେ ମଧ୍ୟ  ଉପହାର ଦେବ ବୋଲି ଦେଶବାସୀ ଆଶା ରଖିଛନ୍ତି।

 
 
 
 

 
 
 
 
 
 
 
 
 
 
 

A post shared by Sachin Tendulkar (@sachintendulkar)

 

ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହା ୨୪ ତମ ମୁକାବିଲା ହେବ । ପୂର୍ବରୁ ଖେଳାଯାଇଥିବା ୨୩ ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଅଧିକ ରହିଛି । ପୂର୍ବ ୨୩ ଟି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୩ ଟି ମ୍ୟାଚ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ଏହାର ଆକାଉଣ୍ଟରେ ୯ ଟି ବିଜୟ ହାସଲ କରିଛି । ଗୋଟିଏ ମ୍ୟାଚର  ଦୁଇ ଦଳ ମଧ୍ୟରେ କୌଣସି ଫଳାଫଳ ଆସିନାହିଁ ।

ଆଇସିସି ଟି-୨୦ ବିଶ୍ୱକପ ମ୍ୟାଚରେ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳ ଉପରେ ଭାରତ ଭାରି ରହିଛି । ଟି-୨୦ ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଦଳ ଏପର୍ଯ୍ୟନ୍ତ ପାଞ୍ଚ ଥର ମୁହାଁମୁହିଁ ହୋଇଛନ୍ତି, ସେଥିମଧ୍ୟରୁ ଟିମ୍ ଇଣ୍ଡିଆ ଚାରିଟି ମ୍ୟାଚ୍ ଜିତିଛି । ଟି-୨୦ ବିଶ୍ୱକପ୍‌ରେ ଭାରତ ଏପର୍ଯ୍ୟନ୍ତ କେବଳ ଥରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ଓ ନଟିଂହାମରେ ୨୦୦୯ ଟି-୨୦ ବିଶ୍ୱକପରେ ପରାସ୍ତ ହୋଇଛି ।

Also Read: IND vs SA: ୨୪ ତମ ଥର ପାଇଁ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା, ଜାଣନ୍ତୁ କାହାର ପଲା ଭାରୀ?

 

ପର୍ଥରେ ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକା ସାମାନ୍ୟ ସୁବିଧା ପାଇବ। ଦକ୍ଷିଣ ଆଫ୍ରିକା ପାଖରେ ଉତ୍କୃଷ୍ଟ ବୋଲର ଅଛନ୍ତି। ପ୍ରକୃତ ଯୁଦ୍ଧ ଭାରତୀୟ ବ୍ୟାଟର ଏବଂ ଦକ୍ଷିଣ ଆଫ୍ରିକା ବ୍ୟାଟର ମଧ୍ୟରେ ହେବ। ଭାରତ ବିପକ୍ଷରେ ଟି-୨୦ ସିରିଜ ହାରିଲା ପରେ ଦକ୍ଷିଣ ଆଫ୍ରିକା ବିଶ୍ୱକପକୁ ପ୍ରବେଶ କରିଛି। ଏହି ଦୁଇ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯୋରଦାର ହେବ ଏବଂ ଭାରତରୁ ହରାଇବା ପାଇଁ ଦକ୍ଷିଣ ଆଫ୍ରିକାକୁ କଠିନ ପରିଶ୍ରମ କରିବାପଡିବ। ୨୦୨୨ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦୁଇଟି ଟି-୨୦ ସିରିଜ୍ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ଚଳିତ ବର୍ଷ ଆରମ୍ଭରେ ଭାରତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିଥିଲା। ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ନିର୍ଣ୍ଣାୟକ ମ୍ୟାଚ ଧୋଇ ହୋଇ ସିରିଜ୍ ୨-୨ରେ ଶେଷ ହୋଇଥିଲା। ୨୦୧୮ ପରଠାରୁ ଭାରତରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇନାହିଁ।