ସତ୍ୟ ନାରାୟଣ ବହିଦାରଙ୍କର ପାଇଁ ସମ୍ବଲପୁରୀ ଦିନ୍: କୋଶଳ ବିବାଦ ଭିତରେ ଉଠୁଛି ପଡ଼ୁଛି ପଶ୍ଚିମ ଓଡ଼ିଶା
Advertisement
Article Detail0/zeeodisha/odisha1283316

ସତ୍ୟ ନାରାୟଣ ବହିଦାରଙ୍କର ପାଇଁ ସମ୍ବଲପୁରୀ ଦିନ୍: କୋଶଳ ବିବାଦ ଭିତରେ ଉଠୁଛି ପଡ଼ୁଛି ପଶ୍ଚିମ ଓଡ଼ିଶା

ସେ ତାଙ୍କର ଜୀବନକୁ ସମ୍ବଲପୁରୀ ଭାଷା ସଂସ୍କୃତି ପାଇଁ ଉତ୍ସର୍ଗୀକୃତ କରିଥିଲେ। ସେଥିପାଇଁ ଏହି ଦିନ ଟିକୁ ସମସ୍ତେ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି।ପ୍ରଥମେ ନଅ ବର୍ଷ ପୂର୍ବରୁ ସମ୍ବଲପୁର ରେ ପ୍ରଥମ କରି ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଗୁରୁ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଦିନ ଅଗଷ୍ଟ ୧ ତାରିଖ କୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଇଥିଲା। 

ସତ୍ୟ ନାରାୟଣ ବହିଦାରଙ୍କର ପାଇଁ ସମ୍ବଲପୁରୀ ଦିନ୍: କୋଶଳ ବିବାଦ ଭିତରେ ଉଠୁଛି ପଡ଼ୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଅଗଷ୍ଟ 1 ତାରିଖ ସମ୍ବଲପୁରୀ ଦିନ (Sambalpuri Day)। ମହାନ ସମ୍ବଲପୁରୀ ସାହିତ୍ୟିକ (Sambalpuri Writer) କବି ସତ୍ୟ ନାରାୟଣ ବହିଦାରଙ୍କର (Satya Narayan Bohidar) ଜନ୍ମ ଦିନ। ୧୯୧୩ ମସିହା ଅଗଷ୍ଟ (August) ୧ ତାରିଖରେ ସୋନପୁର (Sonpur) ଠାରେ ଜନ୍ମଗ୍ରହଣ କରିଥିଲେ ଏହି ସାହିତ୍ୟ ସାଧକ।ତାଙ୍କର ସମ୍ବଲପୁରୀ ଭାଷା (Sambalpur) ସାହିତ୍ୟ ସଂସ୍କୃତି (Culture) ପ୍ରତି ଆଗ୍ରହ ଓ ନିଷ୍ଠା ରହିଥିଲା। ସେଥିପାଇଁ ସେ ବହୁ ସମ୍ବଲପୁରୀ କୃତି ସୃଷ୍ଟି କରିଥିଲେ। ସେ ସମ୍ବଲପୁରୀ ଭାଷା ସଂସ୍କୃତିକୁ ଆଗେଇ ନେବା ପାଇଁ ତାଙ୍କର ଲେଖନୀକୁ ବଜ୍ର କରିଥିଲେ। 
ସମ୍ବଲପୁରୀ ସାହିତ୍ୟ ପାଇଁ ସେ ଅନେକ ସମ୍ବଲପୁରୀ କବିତା ମଧ୍ୟ ଲେଖିଥିଲେ। 

ତାଙ୍କର ସ୍ମରଣୀୟ କୃତି ମଧ୍ୟରୁ ଘବୋଘବୋ, ଘୁବୁକୁଡୁ, ଟିକଚଂହରା, ଚଉତିଶା, ଶ୍ରୀପଞ୍ଚମୀ ଇତ୍ୟାଦି ଆଜି ବି ତାଙ୍କୁ ଅମର କରି ରଖିଛି। ସେ ସମ୍ବଲପୁରୀ ଭାଷାରେ କିଛି ପ୍ରବନ୍ଧ ମଧ୍ୟ ରଚନା କରିଥିଲେ । ତାଙ୍କର ଜନ୍ମଭୂମି ସିନା ସୋନପୁର ଥିଲା କିନ୍ତୁ କର୍ମଭୂମି ଥିଲା ସମ୍ବଲପୁର। ସମ୍ବଲପୁରରେ ସେ ଶିକ୍ଷକତା କରୁଥିଲେ। ତାଙ୍କର ଘର ଏବେ ମଧ୍ୟ ଭଗ୍ନାବସ୍ଥାରେ ସମ୍ବଲପୁର ସହରର ରାମଜୀ ଗୁଡି ନିକଟରେ ରହିଛି। ସେହି ଘରକୁ ସେ "ନିକ ଅପା କୁଟୀର" ନାମ ଦେଇଥିଲେ। ଏଇଟା ନୁହଁ ଯେ ସେ ପ୍ରଥମେ ସମ୍ବଲପୁରୀ ଭାଷାରେ ଲେଖିଥିଲେ, କିନ୍ତୁ ବ୍ୟାକରଣ ଗତ ଓ ନୂଆପଣ ଦୃଷ୍ଟିରୁ ସେ ସମ୍ବଲପୁରୀ ଭାଷାକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ।

ସେ ତାଙ୍କର ଜୀବନକୁ ସମ୍ବଲପୁରୀ ଭାଷା ସଂସ୍କୃତି ପାଇଁ ଉତ୍ସର୍ଗୀକୃତ କରିଥିଲେ। ସେଥିପାଇଁ ଏହି ଦିନ ଟିକୁ ସମସ୍ତେ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି।ପ୍ରଥମେ ନଅ ବର୍ଷ ପୂର୍ବରୁ ସମ୍ବଲପୁର ରେ ପ୍ରଥମ କରି ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଗୁରୁ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଦିନ ଅଗଷ୍ଟ ୧ ତାରିଖ କୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଓଡିଶା ମଧ୍ୟରେ ପ୍ରସାରିତ ହୋଇଥିଲା।ତା ପରବର୍ତ୍ତୀ ସମୟରେ ଏହା ଏବେ ଦେଶ ତଥା ବିଦେଶ ରେ ମଧ୍ୟ ସମ୍ବଲପୁରୀ ଦିନ କୁ ଖୁବ ଧୁମଧାମରେ ପାଳନ କରାଯାଉଛି।ଏଥର ଅଗଷ୍ଟ ଏକ କବି ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ଜନ୍ମ ଦିନ  କୁ ସମ୍ବଲପୁର ର ଦୁଇଟି ସ୍ଥାନରେ ପାଳନ କରାଯାଉଛି।

ସମ୍ବଲପୁରର ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ସମ୍ବଲପୁରୀ ଦିନ ଏଥର ପାଳନ କରାଯାଉଛି।ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ କଚେରୀ ଛକ ରୁ ଜେଲ ଛକ ମଧ୍ୟରେ ପାଳନ କରାଯାଉଥିବା ବେଳେ ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ଗଙ୍ଗାଧର ମଣ୍ଡପ ଠାରେ ଆୟୋଜନ ହେଉଛି।ଉଭୟ ସ୍ଥାନରେ ଦିନ ୧୦ଟାରୁ ରଙ୍ଗୋଲି, ନାଚ ଗୀତ ଫେସନ ଶୋ ଚିତ୍ରକଳା ପେଣ୍ଟିଙ୍ଗ ଖାଦ୍ୟ ଷ୍ଟଲ ଇତ୍ୟାଦି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି।ସମ୍ବଲପୁରୀ ଦିନ ର କାର୍ଯ୍ୟକ୍ରମ ସବୁ ଦିନ ୧୦ ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ  ଚାଲିବ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ।