Science News: ଘଣ୍ଟା ପ୍ରତି ୧୬୦୦ କିମି ବେଗରେ ଘୂରେ ପୃଥିବୀ, ହେଲେ ଆମେ କାହିଁକି ଜାଣିପାରୁ ନାହୁଁ? ଜାଣନ୍ତୁ କାରଣ
Advertisement

Science News: ଘଣ୍ଟା ପ୍ରତି ୧୬୦୦ କିମି ବେଗରେ ଘୂରେ ପୃଥିବୀ, ହେଲେ ଆମେ କାହିଁକି ଜାଣିପାରୁ ନାହୁଁ? ଜାଣନ୍ତୁ କାରଣ

Earth Facts: ପୃଥିବୀ ଏହାର ଅକ୍ଷ ପଥରେ ଘଣ୍ଟା ପ୍ରତି ୧୬୦୯ କିଲୋମିଟର ବେଗରେ ଘୂର୍ଣ୍ଣନ କରିଥାଏ। ହେଲେ ଆମେ ଏହାକୁ ଆଦୌ ଅନୁଭବ କରି ପାରୁନାହୁଁ। ଆମକୁ ଲାଗୁଛି ଯେ ପୃଥିବୀ ସ୍ଥିର। 

Science News: ଘଣ୍ଟା ପ୍ରତି ୧୬୦୦ କିମି ବେଗରେ ଘୂରେ ପୃଥିବୀ, ହେଲେ ଆମେ କାହିଁକି ଜାଣିପାରୁ ନାହୁଁ?  ଜାଣନ୍ତୁ କାରଣ

Motion of Earth: ବିଜ୍ଞାନରେ ଆମେ ପଢିଛି ଯେ ପୃଥିବୀ ଏକ ମାତ୍ର ଗ୍ରହ ଯେଉଁଠାରେ ଜୀବଜଗତ ସୃଷ୍ଟି ହୋଇଛି। ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣନ କରିଥାଏ ଏବଂ ସର୍ବଦା ଏହାର ଅକ୍ଷରେ ଘୂର୍ଣ୍ଣନ କରେ। ପୃଥିବୀର ୨ ପ୍ରକାର ଗତି ରହିଛି। ଯାହା ହେଉଛି ଆବର୍ତ୍ତନ ଗତି ଏବଂ ପରିକ୍ରମଣ ଗତି। ଆବର୍ତ୍ତନ ଗତି ହେଉଛି ପୃଥିବୀର ଦୈନିକ ଗତି ଯାହାର ପ୍ରଭାବରେ ଦିନ-ରାତି ହୋଇଥାଏ। ଅନ୍ୟପଟେ ପରିକ୍ରମଣ ଗତି ହେଉଛି ପୃଥିବୀର ବାର୍ଷିକଗତି ଯାହାର ପ୍ରଭାବରେ ଋତୁ ପରିବର୍ତ୍ତନ ହୋଇଥାଏ।

ପୃଥିବୀ ଏହାର ଅକ୍ଷ ପଥରେ ଘଣ୍ଟା ପ୍ରତି ୧୬୦୯ କିଲୋମିଟର ବେଗରେ ଘୂର୍ଣ୍ଣନ କରିଥାଏ। ହେଲେ ଆମେ ଏହାକୁ ଆଦୌ ଅନୁଭବ କରି ପାରୁନାହୁଁ। ଆମକୁ ଲାଗୁଛି ଯେ ପୃଥିବୀ ସ୍ଥିର। କାରଣ ଯଦି ପୃଥିବୀ ହଲୁଥିବାର ଅନୁଭବ କରାଯାଏ ତାହେଲେ କମ୍ପନ ସୃଷ୍ଟି ହେବ। ଏହାର ପ୍ରଭାବରେ ପୃଥିବୀ ପୃଷ୍ଠରେ ରହିଥିବା ଘର ଦ୍ୱାର କିମ୍ବା ବଡ଼ ବଡ଼ ଗଛ ସିଧା ହୋଇ ଠିଆ ହୋଇପାରିବ ନାହିଁ। ଏହା ବ୍ୟତୀତ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ। ଏପରିକି ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ିବ। ହେଲେ ବହୁତ ଦ୍ରୁତ ବେଗରେ ଘୂରିବା ସତ୍ତ୍ୱେ ଆମେ କାହିଁକି ପୃଥିବୀର ଘୂର୍ଣ୍ଣନକୁ ଅନୁଭବ କରି ପାରୁନାହୁଁ?

Also Read: Moon: ଚନ୍ଦ୍ର ପୃଷ୍ଠରେ ମହଜୁଦ ରହିଛି କେତେ ପାଣି? ଗବେଷଣାରୁ ମିଳିଲା ଉତ୍ତର

 

ଆପଣ ଜାଣି ରଖନ୍ତୁ ଯେ ଦୁନିଆରେ ଯାହା ସବୁ ଘଟୁଛି,ସ ତାହା ପଛରେ ବିଜ୍ଞାନ ରହିଛି। ପୃଥିବୀ ଏହାର ଅକ୍ଷ ପଥରେ ଦ୍ରୁତ ଗତିରେ ଘୂର୍ଣ୍ଣନ କରିବା ପଛରେ ବିଜ୍ଞାନ ରହିଛି। ହେଲେ ଆମେ ଏହା ଅନୁଭବ କରି ପାରୁନାହୁଁ। ଆମକୁ ସେତେବେଳେ କୌଣସି ବସ୍ତୁ ଗତିମାନ ହେବାର ଜଣାପଡ଼େ, ଯେତେବେଳେ ଏହାର ବେଗରେ ପରିବର୍ତ୍ତନ ଆସେ। ପୃଥିବୀ ନିଶ୍ଚିତ ଭାବରେ ଏହାର ଅକ୍ଷ ପଥରେ ଘୂର୍ଣ୍ଣନ କରିଥାଏ। ହେଲେ ଏହାର ଗତି ପରିବର୍ତ୍ତନ ହୁଏ ନାହିଁ। ଏହି କାରଣରୁ ଆମେ ପୃଥିବୀର ଘୂର୍ଣ୍ଣନ କରିବାର ଗତିକୁ ଅନୁଭବ କରି ପାରୁନାହୁଁ।

Also Read: Science News:ସୂର୍ଯ୍ୟ ପୃଷ୍ଠରେ ଦେଖାଗଲା ଗର୍ତ୍ତ, ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ, ଆରମ୍ଭ ହେଲା ଅନୁସନ୍ଧାନ

 

ପୃଥିବୀ ଏହାର ଅକ୍ଷ ପଥରେ ଘୂର୍ଣ୍ଣନ କରିବାର ଅନ୍ୟ ଏକ କାରଣ ରହିଛି। ତାହା ହେଉଛି ପୃଥିବୀ ତୁଳନାର ମଣିଷର ଆକାର ବହୁତ ଛୋଟ। ସେଥିପାଇଁ ଆମେ ପୃଥିବୀର ଘୂର୍ଣ୍ଣନ ଏବଂ ସୂର୍ଯ୍ୟର ଚାରି ପାଖରେ ନିରନ୍ତର ଗତି କରିବା ବିଷୟରେ ଆମେ ଜାଣି ପାରୁନାହୁଁ। ପୃଥିବୀ ନିଜ ଅକ୍ଷ ପଥରେ ଥରେ ଘୂର୍ଣ୍ଣନ କରିବାକୁ ୨୩ ଘଣ୍ଟା ୫୬ ମିନିଟ୍ ୪ ସେକେଣ୍ଡ ସମୟ ନେଇଥାଏ। ପୃଥିବୀର ପରିଧି ହେଉଛି ପ୍ରାୟ ୪୦ ହଜାର ୭୫ କିଲୋମିଟର ଲମ୍ବା। ସୂଚନା ଅନୁଯାୟୀ ପୃଥିବୀର ଭୂମଧ୍ୟ ରେଖାର ଅଂଶ ଘଣ୍ଟା ପ୍ରତି ୧୬୦୦ କିଲୋମିଟର ବେଗରେ ଘୂର୍ଣ୍ଣନ କରିଥାଏ।