ନୂଆ ବର୍ଷରେ ସଚିନଙ୍କ ଖୁସି, ମାଆ ହେବେ ସୀମା ହାଇଦର !
Advertisement
Article Detail0/zeeodisha/odisha2039212

ନୂଆ ବର୍ଷରେ ସଚିନଙ୍କ ଖୁସି, ମାଆ ହେବେ ସୀମା ହାଇଦର !

Seema Haider Pregnancy Newsସୀମା ହାଇଦରଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଆଲୋଚନା କରାଯାଉଥିବା ସମୟରେ ବର୍ତ୍ତମାନ କିନ୍ତୁ ଚର୍ଚ୍ଚାର ଏକ ନୂଆ କାରଣ ସାମ୍ନାକୁ ଆସିଛି । ଯାହା ଜଣା ପଡିଛି ସୀମା ହାଇଦର ନିଜ ଗର୍ଭଧାରଣ ସମ୍ପର୍କରେ କହିଛନ୍ତି ।

ନୂଆ ବର୍ଷରେ ସଚିନଙ୍କ ଖୁସି, ମାଆ ହେବେ ସୀମା ହାଇଦର !

Seema Haider Pregnancy News: ନିଜ ପ୍ରେମକୁ ପାଇବା ପାଇଁ ପାକିସ୍ତାନରୁ ଭାରତରେ ପହଞ୍ଚିଥିବା ସୀମା ହାଇଦର (seema haider) ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି । ନିଜ ୪ ପିଲାଙ୍କୁ ଧରି ନେପାଳ ରାସ୍ତାରେ ଆସି ଗ୍ରେଟର ନୋଏଡାରେ ସଚିନ (sachin meena )ଙ୍କ ଘରେ ରହିବା ସମୟରେ ସୀମାଙ୍କ ବିଷୟରେ ଧିରେ ଧିରେ ଜଣାପଡିଥିଲା । ପରେ ସୀମାଙ୍କ ବିଷୟରେ ସାରା ଦୁନିଆ ଜାଣିଲା । ତେବେ ବର୍ତ୍ତମାନ ସୀମା ହାଇଦରଙ୍କୁ ନେଇ ଅନ୍ୟ ଏକ ଖବର ଆସିଛି ଯାହା ସଚିନଙ୍କ ସମେତ ତାଙ୍କ ପରିବାର ପାଇଁ ଖୁସି ଆଣିଦେଇଛି । ସେ ଖବର ହେଉଛି ସୀମା ହାଇଦର ନିଜ ଗର୍ଭଧାରଣ ବିଷୟରେ କହିଛନ୍ତି ।

ନିକଟରେ ଜଣେ ଗଣମାଧ୍ୟମ ପ୍ରତିନିଧି ସୀମାଙ୍କ ସହିତ ସାକ୍ଷାତକାର କରିବା ସମୟରେ ସୀମାଙ୍କୁ ପଚାରିଥିଲେ ଯେ, ୨୦୨୪ରେ ଆପଣଙ୍କ ପାଇଁ କେଉଁ ଖୁସି ଆସିବ ? ଏହାର ଉତ୍ତରରେ ସୀମା କହିଥିଲେ ଯେ, ୨୦୨୩ରେ ମୁଁ ଅନେକ ଖୁସି ପାଇଛି କିନ୍ତୁ ୨୦୨୪ ମତୋ ଭିନ୍ନ ଏକ ଖୁସି ଆଣିଦେବାକୁ ଯାଉଛି । ସିଧାସଳଖ ନହେଲେ ବି ସୀମା ନିଜ ଗର୍ଭଧାରଣ ବିଷୟରେ ସୂଚନା ଦେଇଛନ୍ତି । ତେବେ ଏହା ଯଦି ସତ ହୋଇଥାଏ ତେବେ ଖୁବ ଶ୍ରୀଘ୍ର ସୀମା ହାଇଦର ମାଆ ଏବଂ ସଚିନ ବାପା ହେବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ହିସାବରେ ସୀମାଙ୍କ ହାତ ଦେଖିବା ପରେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ବୋଧହୁଏ ସୀମା ହାଇଦର ଏକ ପୁତ୍ର ସନ୍ତାନ ଜନ୍ମଦେଇପାରନ୍ତି । ସୀମା ଏକଥା ମଧ୍ୟ କହିଛନ୍ତି ହୋଲି ପରେ ଏକ ଶୁଭ ଖବର ଆସିବାକୁ ଯାଉଛି । 

ପୂର୍ବରୁ ସୀମାଙ୍କ ପ୍ରଥମ ସ୍ୱାମୀଙ୍କ ଔରସରୁ ଜନ୍ମିତ ୪ଟି ସନ୍ତାନ ଅଛନ୍ତି । ଯଦି ସୀମାଙ୍କର ପଞ୍ଚମ ସନ୍ତାନ ଜନ୍ମହୁଏ ତେବେ ଏହା ସଚିନଙ୍କ ପାଇଁ ନୂଆ ଖୁସି ଆଣିଦେବ ।

Also Read- ରେଙ୍ଗାଲି ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ଏକୋଇଶିଆ ପୂଜାରେ ହେଲା ନାମକରଣ

Also Read- କୋଟିଆକୁ ନେଇ ପୁଣି ଚିନ୍ତା, ବଢୁଛି ଲକ୍ଷଣ ବିହୀନ ରୋଗୀଙ୍କ ସଂଖ୍ୟା