T20 World Cup Records : ଏହି ଖେଳାଳି ହାତେଇଛନ୍ତି ସବୁଠାରୁ ଅଧିକ ଓ୍ୱିକେଟ
Advertisement
Article Detail0/zeeodisha/odisha1396257

T20 World Cup Records : ଏହି ଖେଳାଳି ହାତେଇଛନ୍ତି ସବୁଠାରୁ ଅଧିକ ଓ୍ୱିକେଟ

୨୦୦୭ ରୁ ୨୦୨୧ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପରେ ପ୍ରମୁଖ  ୧୦ ବୋଲରଙ୍କ ମଧ୍ୟରେ ଭାରତର ଜଣେ ଖେଳାଳି ରହିଛନ୍ତି।

T20 World Cup Records : ଏହି ଖେଳାଳି ହାତେଇଛନ୍ତି ସବୁଠାରୁ ଅଧିକ ଓ୍ୱିକେଟ

ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ ଚଳିତ ମାସ ୧୬ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ (T20 World Cup)। ଅଷ୍ଟ୍ରେଲିଆରେ (Australia) ଖେଳାଯିବ ବିଶ୍ୱକପର (World Cup) ସବୁ ମ୍ୟାଚ। ସବୁଦଳ ସେମାନଙ୍କର ପ୍ରସ୍ତୁତି ଶେଷ କରିସାରିଲେଣି। ଆସନ୍ତା ୨୩ ତାରିଖରୁ ଭାରତ (India) ତାର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ତେବେ ଆସନ୍ତୁ ଥରେ ନଜର ପକାଇବା କେଉ କେଉଁ ବୋଲର ଏହି ବିଶ୍ୱକପରେ ନିଜର ପ୍ରଭାବ ପକାଇବାରେ ସମ୍ଭାବନା ରହିଛି। ସର୍ବାଧିକ ଓ୍ୱିକେଟ ହାତେଇବାରେ ତାଲିକାର ଶୀର୍ଷରେ କେଉଁ ବୋଲର ରହିଛନ୍ତି। 

୨୦୦୭ ରୁ ୨୦୨୧ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପରେ ପ୍ରମୁଖ  ୧୦ ବୋଲରଙ୍କ ମଧ୍ୟରେ ଭାରତର ଜଣେ ଖେଳାଳି ରହିଛନ୍ତି। ତେବେ ତାଲିକାର ଶ୍ରେଷ୍ଠ ୫ଟି ସ୍ଥାନରେ ୪ଟି ସ୍ପିନର ସାମିଲ ରହିଛନ୍ତି। ତେବେ ତାଲିକାର ଶୀର୍ଷରେ ରହିଛନ୍ତି ବାଂଲାଦେଶର ଅଲରାଉଣ୍ଡର ଶାକିବ ଉଲ ହାସନ। ବ୍ୟାଟସମ୍ୟାନ ମାନଙ୍କୁ କ୍ରିଜରେ ଅଡ଼ୁଆରେ ପକାଇଥାନ୍ତି ଶାକିବ। ଶାକିବ ୨୦୦୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ୩୧ଟି ମ୍ୟାଚ ଖେଳିସାରିଛନ୍ତି। ଏହା ସହିତ ସେ ମୋଟ ୪୧ଟି ଓ୍ୱିକେଟ ହାତେଇଛନ୍ତି। ଏହି ସମୟରେ ମଧ୍ୟରେ ତାଙ୍କର ବୋଲି ଆଭରେଜ ୧୭.୨୯ ପ୍ରତିଶତ ରହିଥିବା ବେଳେ ଇକୋନୋମି ରେଟ ୬.୪୩ ପ୍ରତିଶତ ରହିଛି। 

ସେହିପରି ଦ୍ୱିତୀୟ ସ୍ଥାନକୁ ପାକିସ୍ତାନ ହାସଲ କରିନେଇଛି। ପାକିସ୍ତାନର ସ୍ପିନର ଶହିତ ଆଫ୍ରିଦିଙ୍କ ନାମ ରହିଛି ଆଫ୍ରିଦି ୨୦୦୭ ମସିହାରୁ ୨୦୧୬ ପର୍ଯ୍ୟନ୍ତ ଟି୨୦ ବିଶ୍ୱକପରେ ମୋଟ ୩୪ଟି ମ୍ୟାଚ ଖେଳିସାରିଛନ୍ତି। ତେବେ ୨୦୦୭ ପରଠାରୁ ଏପର୍ଯ୍ୟନ୍ତ ସେ ମୋଟ ୩୯ଟି ଓ୍ୱିକେଟ ହାତେଇଛନ୍ତି। ଏହା ସହିତ ବୋଲିଂ ଆଭରେଜ ରହିଛି ୨୩.୨୫ ପ୍ରତିଶତ ହୋଇଥିବା ବେଳେ ଇକୋନୋମି ରେଟ ୬.୭୧ ପ୍ରତିଶତ ରହିଛି। 

ଟି୨୦ ବିଶ୍ୱକପର ତୃତୀୟ ସର୍ବାଧିକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରୀଲଙ୍କାର ଲସିଥ ମାଲିଙ୍ଗାଙ୍କ ନାଁ ତାଲିକାରେ ରହିଛି। ଶ୍ରୀଲଙ୍କାର ଏହି ପୂର୍ବତନ ବୋଲର ୨୦୦୭ ରୁ ୨୦୧୪ ମଧ୍ୟରେ ୩୧ଟି ଟି୨୦ ମ୍ୟାଚ ଖେଳି ମୋଟ ୩୮ଟି ୱିକେଟ ହାସଲ କରିଛନ୍ତି। ଏହି ସମୟ ମଧ୍ୟରେ ମାଲିଙ୍ଗାଙ୍କ ବୋଲିଂ ଆଭରେଜ ୨୦.୦୭ ଓ ଇକୋନୋମୀ ରେଟ ୭.୪୩ ରହିଛି। ସେହିପରି ପୂର୍ବତନ ସ୍ପିନର ସଇଦ ଅଜମଲ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ସେ ମୋଟ ୨୩ଟି ମ୍ୟାଚ ଖେଳି ମୋଟ ୩୬ଟି ଓ୍ୱିକେଟ ହାତେଇଛନ୍ତି। ତାଙ୍କର ବୋଲିଂ ଆଭରେଜ ୧୬.୮୬ ପ୍ରତିଶତ ରହିଥିବା ବେଲେ ଇକୋନୋମୀ ରେଟ ୬.୭୯ ପ୍ରତିଶତ ରହିଛି। 

ସେହିପରି ଟପ-୫ ରେ ଅଜନ୍ଥା ମେଣ୍ଡିସଙ୍କ ନାଁ ସାମିଲ ରହିଛି। ମେଣ୍ଡିସ ୨୦୦୯ ରୁ ୨୦୧୪ ମସିହା ମଧ୍ୟରେ ୨୧ଟି ମ୍ୟାଚ ଖେଳି ୧୫.୦୨ ଆଭରେଜରେ ୩୫ ଓ୍ୱିକେଟ ହାତେଇଥିଲେ। ମେଣ୍ଡିସଙ୍କର ଇକୋନୋମୀ ରେଟ ୬.୭୦ ରହିଥିଲା। ଷଷ୍ଠ ସ୍ଥାନରେ ପାକିସ୍ତାନ ପେସର ଉମର ଗୁଲ ୩୫ଟି, ସପ୍ତମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ ୩୦ଟି ଓ୍ୱିକେଟ, ଅଷ୍ଟମ ସ୍ଥାନରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ୩୦ଟି ଓ୍ୱିକେଟ, ନବମ ସ୍ଥାନରେ ଡ୍ୱେନ ବ୍ରାଭୋ ୨୭ଟି ଓ୍ୱିକେଟ ଓ ଦଶମ ସ୍ଥାନରେ ୨୬ଟି ଓ୍ୱିକେଟ ହାତେଇଥିଲେ।