ହୋଲିରେ ଉତ୍ପାତ ହେଲେ ବାନ୍ଧିବ ପୋଲିସ୍, ଜାଣନ୍ତୁ କ'ଣ କହିଲେ ଡିସିପି
Advertisement

ହୋଲିରେ ଉତ୍ପାତ ହେଲେ ବାନ୍ଧିବ ପୋଲିସ୍, ଜାଣନ୍ତୁ କ'ଣ କହିଲେ ଡିସିପି

Holi 2024: ହୋଲି ପର୍ବ ପାଳନ ପାଇଁ ସବୁଠି ବର୍ତ୍ତମାନ ଉତ୍ସୁକତା ଲାଗି ରହିଛି । ତେବେ ଏହାରି ମଧ୍ୟରେ ଅମାନିଆଙ୍କ ଉପରେ କମିଶନରେଟ୍‌ ପୋଲିସର ନଜର ରହିବ । ବିଶେଷ କରି ହୋଲି ପାର୍ଟି ଅନୁଷ୍ଠିତ ହେଉଥିବା ସ୍ଥାନରେ ଚକ୍କର କାଟିବ ପୋଲିସ । ହୋଲି ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ ସ୍ୱତନ୍ତ୍ର ପଦକ୍ଷପ ନେଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ହୋଲିରେ ଉତ୍ପାତ ହେଲେ ବାନ୍ଧିବ ପୋଲିସ୍, ଜାଣନ୍ତୁ କ'ଣ କହିଲେ ଡିସିପି

ଭୁବନେଶ୍ୱର: ହୋଲି ପର୍ବ ପାଳନ ପାଇଁ ସବୁଠି ବର୍ତ୍ତମାନ ଉତ୍ସୁକତା ଲାଗି ରହିଛି । ତେବେ ଏହାରି ମଧ୍ୟରେ ଅମାନିଆଙ୍କ ଉପରେ କମିଶନରେଟ୍‌ ପୋଲିସର ନଜର ରହିବ । ବିଶେଷ କରି ହୋଲି ପାର୍ଟି ଅନୁଷ୍ଠିତ ହେଉଥିବା ସ୍ଥାନରେ ଚକ୍କର କାଟିବ ପୋଲିସ । ହୋଲି ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ ସ୍ୱତନ୍ତ୍ର ପଦକ୍ଷପ ନେଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ବିଶେଷ କରି,  ଅପମିଶ୍ରଣ ତଥା କେମିକାଲ ରଙ୍ଗ ବ୍ୟବହାର କରାଗଲେ ପୋଲିସ ପକ୍ଷରୁ ଆକ୍ସନ ନିଆଯିବ । ଅପମିଶ୍ରଣ ବିକ୍ରୟ ହେଉଥିବା ଖବର ମିଳିଲେ ଦୋକାନୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡିଏସ୍‌ପି ରାଙ୍କର ଅଧିକାରୀଙ୍କ ନେତୃତ୍ୱରେ ହୋଲି ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଏଥିସହ ବିଭିନ୍ନ ସ୍ଥାନ ଗୁଡିକରେ ୧୫ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯିବ । ରଙ୍ଗ ଖେଳିବା ପରେ ଲୋକମାନେ ନଦୀ ଏବଂ ପୋଖରୀରେ ଗାଧୋଇବାକୁ ଯାଉଥିବାରୁ ଲିଙ୍ଗରାଜର ବିନ୍ଦୁସାଗର ଏବଂ ଦୟା ନଦୀ ଘାଟ ସମେତ ବିଭିନ୍ନ ସ୍ଥାନରେ ଓଡ୍ରଫ୍‌ ଟିମ୍ ମୁତୟନ କରାଯିବ । ଯୁବତୀମାନଙ୍କୁ ଅଶ୍ଳୀଳ କମେଣ୍ଟ କିମ୍ବା ଅସଦାଚରଣ ଅଭିଯୋଗ ଆସିଲେ ଘଟଣାକୁ ଗୁରତର ସହ ନିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଲି ପାର୍ଟି କରୁଥିଲେ ପ୍ରଥମେ ପୋଲିସର ଅନୁମତି ନେବାପାଇଁ କୁହାଯାଇଛି । ଏଥିସହ ନିଶାଦ୍ରବ୍ୟ ବିକ୍ରି ସ୍ଥାନରେ ପୋଲିସ୍ ରେଡ୍ କରିବ ବୋଲି ସୂଚନା ମିଳିଛି ।

Also Read- ଲାଞ୍ଚ ନେଇ ଗିରଫ ହୋଇଥିଲେ, ଆଜି ନିଲମ୍ୱିତ ହେଲେ ସହିଦ ନଗର SI

Also Read- Crime News: ରାଜଧାନୀ ଏକ୍ସପ୍ରେସରେ ଗଞ୍ଜେଇ ଚୋରାଚାଲାଣ, ଜଣେ ଗିରଫ