Unique Bank of India: ଦେଶର ଅନନ୍ୟ ବ୍ୟାଙ୍କ; ଯେଉଁଠି ଜମା ହୋଇନାହିଁ ଟଙ୍କା ହେଲେ ଖୋଲାଯାଇଛି ଖାତା
Advertisement
Article Detail0/zeeodisha/odisha2168021

Unique Bank of India: ଦେଶର ଅନନ୍ୟ ବ୍ୟାଙ୍କ; ଯେଉଁଠି ଜମା ହୋଇନାହିଁ ଟଙ୍କା ହେଲେ ଖୋଲାଯାଇଛି ଖାତା

Ram Naam Bank Ayodhya: ଅଯୋଧ୍ୟା ଠାରେ ଅବସ୍ଥିତ ଶ୍ରୀରାମ ରାମ ନାମ ବ୍ୟାଙ୍କ ଠାରେ ଖାତା ଖୋଲା ଯାଇଥାଏ। ହେଲେ ଟଙ୍କା ଜମା ହୁଏ ନାହିଁ।

 Unique Bank of India: ଦେଶର ଅନନ୍ୟ ବ୍ୟାଙ୍କ; ଯେଉଁଠି ଜମା ହୋଇନାହିଁ ଟଙ୍କା ହେଲେ ଖୋଲାଯାଇଛି ଖାତା

Sita Ram Bank Ayodhya: ପ୍ରାୟ ୫୦୦ ବର୍ଷ ପରେ ଧର୍ମ ନଗରୀ ଅଯୋଧ୍ୟା ଠାରେ ନିର୍ମିତ ହୋଇସାରିଛି ଭଗବାନ ଭଗବାନ ଶ୍ରରାମଙ୍କ ଭବ୍ୟ ମନ୍ଦିର। ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାପନ ହୋଇସାରିବା ପରେ ଏଠାରେ ହୋଲି ପାଳନ କରାଯିବ। ଏଥର ରାମ ମନ୍ଦିରରେ ହୋଲି ସହ ରାମ ନବମୀ ଉତ୍ସବ ପାଳନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ପ୍ରଥମ ଥର ପାଇଁ ରାମ ନବମୀ ପାଳିତ ହେବାକୁ ଯାଉଛି। ଭକ୍ତଙ୍କ ଭିଡ଼ ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଉଛି। 

ଅଯୋଧ୍ୟା ସହରରେ ଏପରି ଅନେକ ମନ୍ଦିର ଅଛି, ଯାହା ପ୍ରାଚୀନ ସଂସ୍କୃତି ଏବଂ ସଭ୍ୟତାକୁ ସଂରକ୍ଷଣ କରିଥାଏ। ଦେଶ ବିଦେଶରୁ ଲୋକ ଏହି ମନ୍ଦିର ପରିଦର୍ଶନ କରିବାକୁ ଆସିଥାନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି ଅଯୋଧ୍ୟା ଠାରେ ଏପରି ଏକ ଅନନ୍ୟ ବ୍ୟାଙ୍କ ମଧ୍ୟ ରହିଛି ଯେଉଁଠାରେ ଟଙ୍କା ଜମା ହୋଇନଥାଏ। ହେଲେ ତଥାପି ଦେଶ ବିଦେଶର ଅନେକ ଲୋକଙ୍କ ଖାତା ଏହି ବ୍ୟାଙ୍କ ଠାରେ ଖୋଲାଯାଇଛି। ଏହି ବ୍ୟାଙ୍କ ଠାରେ ଆକାଉଣ୍ଟ ଖୋଲିବା ପାଇଁ କୌଣସି ଟଙ୍କା ଆବଶ୍ୟକ ହୁଏ ନାହିଁ।

ସୀତାରାମ ନାମରେ ଜଣାଶୁଣା ବ୍ୟାଙ୍କ
ଅଯୋଧ୍ୟା ଠାରେ ଅବସ୍ଥିତ ଏହି ବ୍ୟାଙ୍କ ଠାରେ ଆକାଉଣ୍ଟ ଖୋଲିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଅତି କମରେ ୫ ଲକ୍ଷ ଥର ସୀତାରାମ ନାମ ଲେଖିବାକୁ ହେବ। ଏହା ପରେ ଯାଇ ଏହି ବ୍ୟାଙ୍କ ଠାରେ ଆକାଉଣ୍ଟ ଖୋଲାଯାଇ ପାରିବ। ଏହି ବ୍ୟାଙ୍କ ବହୁ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛି। ଯାହାର ନାମ ହେଉଛି ଆନ୍ତର୍ଜାତୀୟ ସୀତାରାମ ବ୍ୟାଙ୍କ (International SitaRam Bank)। ଏହି ବ୍ୟାଙ୍କ ରାମ ଭକ୍ତଙ୍କୁ (Lord Rams Devotee) ମାଗଣା ପୁସ୍ତକ ଏବଂ ଲାଲ କଲମ ଦେଇଥାଏ। ଲୋକେ ସୀତାରାମଙ୍କ ନାମ ଲେଖି ଏଠାରେ ଜମା କରିଥାନ୍ତି। ସାଧାରଣ ବ୍ୟାଙ୍କ ପରି ରାମ ନାମ ବ୍ୟାଙ୍କ (Ram Naam Bank Ayodhya) ଠାରେ ମଧ୍ୟ ପ୍ରତ୍ୟେକ ଖାତାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଏ। ଏପରିକି ଏହି ବ୍ୟାଙ୍କ ପକ୍ଷରୁ ନିୟମିତ ପାସବୁକ୍ ମଧ୍ୟ ଜାରି କରାଯାଏ।

ବ୍ୟାଙ୍କ ସହ ଯୋଡ଼ି ହୋଇଛନ୍ତି ୩୫ ହଜାରରୁ ଅଧିକ ଖାତାଧାରକ
ଶ୍ରୀରାମ ଜାନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ୧୯୭୦ ମସିହାରେ ଶ୍ରୀରାମ ନାମ ବ୍ୟାଙ୍କ (Shree Ram Naam Bank) ପ୍ରତିଷ୍ଠା କରିଥିଲେ। ଏହି ବ୍ୟାଙ୍କ ଠାରେ ଭାରତ, ଆମେରିକା, ବ୍ରିଟେନ, କାନାଡା, ନେପାଳ, ଫିଜି ସମେତ ଅନେକ ଦେଶରୁ ପ୍ରାୟ ୩୫ ହଜାରରୁ ଅଧିକ ଖାତା ଧାରକ ଅଛନ୍ତି। ଏହି ବ୍ୟାଙ୍କ ଖାତା ଧାରକଙ୍କ କଠିନ ପରିଶ୍ରମ ଏବଂ ଭକ୍ତି କାରଣରୁ ଏଠାରେ ସୀତାରାମ ନାମରେ ୨୦ ହଜାର କୋଟି ପୁସ୍ତକ ସଂଗ୍ରହ କରାଯାଇ ସାରିଛି। ଆନ୍ତର୍ଜାତୀୟ ରାମ ନାମ ବ୍ୟାଙ୍କ (International Ram Naam Bank) ଠାରେ ସୀତାରାମ ଲେଖୁଥିବା ଲୋକଙ୍କ ସଂଖ୍ୟା ୨୦ ହଜାର କୋଟି ଅତିକ୍ରମ କରିସାରିଛି। ଦେଶ ବିଦେଶରେ ଶତାଧିକ ଶ୍ରୀରାମ ନାମ ବ୍ୟାଙ୍କ ଶାଖା (Shree Ram Naam Bank in Abroad) ରହିଛି। ଆମେରିକା, ନେପାଳ ଆଦି ଶ୍ରୀରାମ ନାମ ବ୍ୟାଙ୍କ ଶାଖା ଖୋଲାଯାଇଛି। ଅଯୋଧ୍ୟା ଠାରେ ଅବସ୍ଥିତ ଆନ୍ତର୍ଜାତୀୟ ବ୍ୟାଙ୍କ ଠାରେ  ବିଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ଖାତା (Ram Naam Bank Account Holder) ମଧ୍ୟ ଖୋଲାଯାଇଛି।