Science: ପରିସ୍ରାରେ ଚାର୍ଜ କରିପାରିବ ଆପଣ ନିଜ ସ୍ମାର୍ଟଫୋନ, ଏହା ହେଉଛି ଉପାୟ
Advertisement
Article Detail0/zeeodisha/odisha1578341

Science: ପରିସ୍ରାରେ ଚାର୍ଜ କରିପାରିବ ଆପଣ ନିଜ ସ୍ମାର୍ଟଫୋନ, ଏହା ହେଉଛି ଉପାୟ

Smartphone Charge With Urine: ବ୍ରିଟେନରେ ଆପଣଙ୍କ ଶରୀରର ବର୍ଜ୍ୟବସ୍ତୁ ଅର୍ଥାତ୍ ପରିସ୍ରାକୁ ବିଦ୍ୟୁତରେ ପରିଣତ କରିବା ପାଇଁ ବହୁତ କାମ ଚାଲିଛି । ବ୍ରିଟେନର ବୈଜ୍ଞାନିକ ଟିମ୍ ଏହି କାର୍ଯ୍ୟକୁ ସମ୍ଭବ କରିବା ପାଇଁ ନିରନ୍ତର ଗବେଷଣା କରୁଛନ୍ତି । ଆସନ୍ତୁ ଜାଣିବା ବିସ୍ତୃତ ଭବରେ ...

ସାଙ୍କେତିକ ଛବି

Smartphone Charge With Urine: ଦିନରେ ଆମେ ଅନେକଥର ବାଥରୁମକୁ ଯାଇ ମଳ ଓ ମୂତ୍ର ତ୍ୟାଗ କରିଥାଉ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଆପଣଙ୍କ ଶରୀରରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯଥା ମୂତ୍ର (Urine) ମଧ୍ୟ କିଛି ଉପଯୋଗୀ ହୋଇପାରେ? ଯଦି ଆପଣଙ୍କ ଉତ୍ତର ନା', ତେବେ କହିରଖୁଛୁ ଯେ ଟେକ୍ନୋଲୋଜି ସହ ବିଜ୍ଞାନ (Science) ବହୁତ ଆଗକୁ ଯାଇସାରିଛି । ଏତେ ଆଗକୁ ଯାଇସାରିଛି ଯେ ବର୍ତ୍ତମାନ ପରିସ୍ରା ଓ ମଳରୁ ମଧ୍ୟ ବିଦ୍ୟୁତ୍ ତିଆରି ହେବା ଆରମ୍ଭ ହୋଇସାରିଛି । ଏହି ବିଦ୍ୟୁତ୍ ବିଷୟରେ କୁହାଯାଇଛି ଯେ ଏହା ମୋବାଇଲ୍ (Mobile) କିମ୍ବା ଲାପଟପ୍ ଚାର୍ଜିଂ ପାଇଁ ଯଥେଷ୍ଟ ହେବ । ଏବେ ପ୍ରଶ୍ନ ହେଉଛି ଏହି ବିଦ୍ୟୁତ୍ (Electricity) କିପରି ଉତ୍ପନ୍ନ ହେବ? ଆସନ୍ତୁ  ଜାଣିବା ଏହାର ଉତ୍ତର ...

ବ୍ରିଟେନରେ ଆପଣଙ୍କ ଶରୀରର ବର୍ଜ୍ୟବସ୍ତୁ ଅର୍ଥାତ୍ ପରିସ୍ରାକୁ ବିଦ୍ୟୁତରେ ପରିଣତ କରିବା ପାଇଁ ବହୁତ କାମ ଚାଲିଛି । ବ୍ରିଟେନର ଏକ ବୈଜ୍ଞାନିକ ଟିମ୍ ଏହି କାର୍ଯ୍ୟକୁ ସମ୍ଭବ କରିବା ପାଇଁ ନିରନ୍ତର ଗବେଷଣା କରୁଛନ୍ତି । ଖବର ଅନୁଯାୟୀ, ଅନେକ ବୈଜ୍ଞାନିକ ଏହି କାର୍ଯ୍ୟରେ ସଫଳତା ମଧ୍ୟ ପାଇଛନ୍ତି । ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ଶରୀରର ବର୍ଜ୍ୟବସ୍ତୁରୁ ବିଦ୍ୟୁତ୍ ଉତ୍ପନ୍ନ ହୁଏ, ତେବେ ଭବିଷ୍ୟତ ପାଇଁ ଏହାଠାରୁ ଭଲ ଆଉ କଣ ହୋଇପାରେ, କାରଣ ମଣିଷର ମଳ-ମୂତ୍ର କେବେ ସରିବ ନାହିଁ ।

ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ପରିସ୍ରା ମାଧ୍ୟମରେ ଏତେ ବିଦ୍ୟୁତ୍ ଉତ୍ପାଦନ କରିଛନ୍ତି ଯେ ଏକ ଛୋଟ ମୋବାଇଲ୍ ଚାର୍ଜ ମଧ୍ୟ ହୋଇପାରିବ । ବାସ୍ତବରେ, ବିଦ୍ୟୁତ୍ ଉତ୍ପାଦନ ପ୍ରକ୍ରିୟା ସମାପ୍ତ କରିବାକୁ 'ମାଇକ୍ରୋବାୟଲ୍ ଇନ୍ଧନ ସେଲ୍' ବ୍ୟବହୃତ ହୁଏ । ଏହା ଏକ ଶକ୍ତି ରୂପାନ୍ତରକାରୀ । ଏଥିପାଇଁ କେତେକ ଭୂତାଣୁ ମଧ୍ୟ ମୂତ୍ରରେ ମିଶାଯାଏ । ବ୍ରିଷ୍ଟଲ୍ ରୋବୋଟିକ୍ସ ଲାବୋରେଟୋରୀର ବୈଜ୍ଞାନିକମାନେ ମଧ୍ୟ କହିଛନ୍ତି ଯେ ପରିସ୍ରାରୁ ନିର୍ମିତ ବିଦ୍ୟୁତ୍ ବିନା ମୂଲ୍ୟରେ ହେବ । ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ଏହି ଟେକ୍ନୋଲୋଜି ସଫଳ ହୁଏ, ତେବେ ଏହାର ବ୍ୟବହାର ବାଥରୁମରେ ମଧ୍ୟ କରାଯାଇପାରିବ । ଏହା ଦ୍ୱାରା ସାୱାର, ଲାଇଟିଙ୍ଗ, ରେଜର୍ସ ଓ ସ୍ମାର୍ଟଥୋମ୍ ଚାର୍ଜ କରିବାକୁ ପର୍ଯ୍ୟାପ୍ତ ବିଦ୍ୟୁତ୍ ଉତ୍ପାଦନ କରିବ ।

ଏହା ବି ପଢ଼ନ୍ତୁ: Shakuntala Railways: ବ୍ରିଟିଶଙ୍କ ଅଧୀନରେ ଏବେ ବି ଅଛି ଦେଶର ଏହି ରେଳ ଲାଇନ... ପ୍ରତିବର୍ଷ ଦେବାକୁ ପଡେ କୋଟି କୋଟି ଟଙ୍କାର ରୟାଲଟି!

ଏହା ବି ପଢ଼ନ୍ତୁ: Murderous Mary: ହଜାର ହଜାର ଲୋକଙ୍କ ଭିଡ଼ରେ ଏହି ହାତୀକୁ ଦିଆଯାଇଥିଲା ଫାଶୀ, ଜାଣନ୍ତୁ କ'ଣ କରିଥିଲା ଅପରାଧ

ଏହା ବି ପଢ଼ନ୍ତୁ: Indian Parliament: ଆପଣ ଜାଣନ୍ତି କି ସଂସଦରେ ନାହିଁ 420 ନମ୍ବର ସିଟ୍? ଏହି ସିଟ୍ ନମ୍ବରକୁ ଦିଆଯାଇଛି ଅନ୍ୟ ଏକ ନମ୍ବର, ଏହା ରହିଛି କାରଣ