ପ୍ରେରଣାର ପ୍ରତୀକ ତ୍ରୀଷ୍ନା, ଆନଭୀ; ଡେଲଟା ଛକରେ ମାନବୀକତା ଦେଖାଇଲେ ଦୁଇ ସ୍କୁଲ ଛାତ୍ରୀ
Advertisement
Article Detail0/zeeodisha/odisha1162911

ପ୍ରେରଣାର ପ୍ରତୀକ ତ୍ରୀଷ୍ନା, ଆନଭୀ; ଡେଲଟା ଛକରେ ମାନବୀକତା ଦେଖାଇଲେ ଦୁଇ ସ୍କୁଲ ଛାତ୍ରୀ

ଦୁଇ ସାଙ୍ଗ ତ୍ରୀଷ୍ନା ଓ ଆନଭୀ ଭୁବନେଶ୍ବରର ଏକ ଘରୋଇ ସ୍କୁଲରେ ପାଠ ପଢନ୍ତି । ଗୁରୁବାର ଉଦୁଉଦିଆ ଖରା ସମୟ ପ୍ରାୟ ଦିନ ୧୧ଟାରେ ଦୁଇ ବନ୍ଧୁ ସ୍କୁଲ ସାରି ନିଜ ବାପାଙ୍କ ସହ ଘରକୁ ଫେରୁଥାନ୍ତି । ହଠାତ ଭୁବନେଶ୍ବରସ୍ଥିତ ଡେଲ୍ଟା ଛକ ନିକଟରେ ଏକ ଘଟଣା ସମ୍ନାକୁ ଆସିଲା । 

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ସୋସିଆଲ ମେଡିଆରେ ଅନେକ ସମୟରେ ଅନେକ କଥା ଭାଇରାଲ ହୋଇଥାଏ । କେତେବେଳେ ଭଲ ତ କେତେବେଳେ ଖରାପ ଖବର ସମସ୍ତଙ୍କୁ ଆନ୍ଦୋଳିତ କରିଥାଏ । ଖାରାପ ଖବର ହୋଇଥିଲେ ଲୋକମାନେ ତାକୁ ସମଲୋଚନା କରବା ସହ ଭଲ ଖବରକୁ ପ୍ରସଂଶା କରିଥାନ୍ତି । ସେହଭଳି ସୋସିଆଲ ମିଡିଆ ଦୁଇ କୁନି ବନ୍ଧୁଙ୍କୁ ନେଇ ଚର୍ଚ୍ଚା ଚାଲିଛି । ସମାନଙ୍କ ଛୋଟିଆ ସାହାଯ୍ୟ ପାଇଁ ତାଙ୍କୁ ଅନେକ ପ୍ରସଂଶା ମିଳୁଛି । 

ଦୁଇ କୁନି ବନ୍ଧୁଙ୍କୁ ସୋସିଆଲ ମେଡିଆଠାରୁ ଆରମ୍ଭ କରି ସଧାରଣ ଲୋକେ ନିଜ ପରିବାର ଓ ସାଙ୍ଗ ସାଥୀମାନେ ମଧ୍ୟ ପ୍ରସଂଶା କରୁଛନ୍ତି । ଦୁଇ ସାଙ୍ଗ ତ୍ରୀଷ୍ନା ଓ ଆନଭୀ ଭୁବନେଶ୍ବରର ଏକ ଘରୋଇ ସ୍କୁଲରେ ପାଠ ପଢନ୍ତି । ଗୁରୁବାର ଉଦୁଉଦିଆ ଖରା ସମୟ ପ୍ରାୟ ଦିନ ୧୧ଟାରେ ଦୁଇ ବନ୍ଧୁ ସ୍କୁଲ ସାରି ନିଜ ବାପାଙ୍କ ସହ ଘରକୁ ଫେରୁଥାନ୍ତି । ହଠାତ ଭୁବନେଶ୍ବରସ୍ଥିତ ଡେଲ୍ଟା ଛକ ନିକଟରେ ଏକ ଘଟଣା ସମ୍ନାକୁ ଆସିଲା । ଟ୍ରାଫିକ ନିକଟରେ ଗୋଟିଏ କୁନି ଝିଅଟିଏ ସାଇକେଲରେ କୋଣ୍ଟ୍ରେଲରୁ ମିଳିଥିବା ଚାଉଳ ନେଇ ଯାଉଥାଏ । ତାର ବାପା ମାଆ କାମକୁ ଯାଇଥିବାରୁ ଝିଅଟି କଣ୍ଟ୍ରୋଲ ଚାଉଳ ଆଣିବାକୁ ଆସିଥିବା ଅନୁମାନ କରାଯାଇ ପାରେ । 

Also Read: ଏଥର ଖରାଛୁଟି ନା ବର୍ଷାଛୁଟି? ଏମିତି ଉତ୍ତର ଦେଲେ ଗଣଶିକ୍ଷା ମନ୍ତ୍ରୀ

ତେବେ ସେହି କୁନି ଝିଅଟି ଚାଉଳ ନେଇ ଟ୍ରାଫିକ କ୍ରସ କରୁଥିବା ବେଳେ ଡେଲ୍ଟା ଛକରେ ହିଁ ତାର ଚାଉଳ ବ୍ୟାଟି ଫାଟି ଯାଇଥିଲା । ଆଉ ବ୍ୟାଗରେ ଥିବା ୮୦ ପ୍ରତିଶତରୁ ଅଧିକ ଚାଉଳ ରାସ୍ତାରେ ବିଛେଇ ହୋଇ ପଡିଗଲା । ଚାଉଳ ପଡିଯିବା ଦେଖି କୁନି ଝିଅଟି କାନ୍ଦିବାକୁ ଲାଗିଲା ଏବଂ କଣ କରିବ ସେ କିଛି ବୁଦ୍ଧି ପାଇଲା ନାହିଁ । ନିଜେ ଯାଇ ଚାଉଳ ଗୋଟାଇବ ନା କାହାକୁ ସାହାଯ୍ୟ ମାଗିବ କିଛି ବୁଝିବା ତା ପକ୍ଷେ  କଷ୍ଟକର ହୋଇଯାଇଥିଲା ।  ଅନ୍ୟପଟେ ସେହି ଝିଅଟିର ଅବସ୍ଥା ଅନେକ ଲୋକ ଦେଖୁଥାନ୍ତି, କିନ୍ତୁ ନା କେହି ଅଟକୁ ଥାନ୍ତି ନା କେହି ସାହାଯ୍ୟ କରିବା ପାଇଁ ଆସୁଥାନ୍ତି ।       

                 

ଠିକ ସେହି ସମୟରେ ତ୍ରୀଷ୍ନାର ବାପା ସେଠି ଗାଡି ରଖି ଏହି ଦୃଶ୍ୟକୁ ଦେଖୁଥାନ୍ତି । ତ୍ରୀଷ୍ନା ମଧ୍ୟ ନିଜ ବାପାଙ୍କ ସହ ସେହି ଝିଅଟିର ଅବସ୍ତା ଦେଖୁଥାଏ । କିଛି ସମୟ ସେହି ଦୃଶ୍ୟ ଦେଖି  ୧୩ ବର୍ଷର ତ୍ରୀଷ୍ନା ନିଜକୁ ରୋକି ପାରିଲା ନାହିଁ ଆଉ ସେହି କୁନି ଝିଅଟି ପାଖକୁ ସାହାଯ୍ୟ କରବା ପାଇଁ ବାହାରି ଗଲା । ଏହା ଦେଖି ତ୍ରୀଷ୍ନାର ସାଙ୍ଗ ଆନଭୀ ମଧ୍ୟ ତାସହ ପାଇଁ ବାହାରି ଗଲା । ସେମାନେ ଦୁଇ ଜଣ ସେହି କୁନି ଝିଅଟିକୁ ପ୍ରଥମେ ସାନ୍ୱନା ଦେଇ ତାକୁ ବୁଝାଇଲେ ଓ ଏହାପରେ ତାର ସମସ୍ତ ପଡି ଯାଇଥିବା ଚାଉଳ ଗୋଟାଇବାକୁ ଆରମ୍ଭ କଲେ । ଏହାପରେ କୁନି ଝିଅଟି ସାହାସ ବନ୍ଧିଲା ଓ ତ୍ରୀଷ୍ନା, ଆନଭୀ ସହ ନିଜେ ମଧ୍ୟ ଚାଉଳ ଗୋଟାଇ ବାକୁ ଲାଗିଲା । 

Also Read: ଏହି ପ୍ରସିଦ୍ଧ ଗାୟିକାଙ୍କ MMS ଲିକ୍, ଭାଇରାଲ ହେଉଛି ଭିଡିଓ

ସେଠାରେ ଉପସ୍ଥିତ ଅନେକ ଲୋକ ଏହି ଦୃଶ୍ୟ ଦେଖୁଥିଲେ। କିଛି କେଲଜ ପଢୁଆ ଛାତ୍ର ମଧ୍ୟ ସେମାଙ୍କୁ ସହାଯ୍ୟ କରବା ପାଇଁ ବାହାରି ଆସିଲେ । ଅନ୍ୟପଟେ ଏହି ପୁରା ଘଟଣାକୁ ଦେଖୁଥିବା କିଛି ଉପସ୍ଥିତ ଲୋକେ ବେଶ ପ୍ରସଂଶା କରିଥିଲେ । ଝିଅ ତ୍ରୀଷ୍ନାର ଏହି ପୁରା ଘଟଣାକୁ ବାପା ପ୍ରମୋଦ (Pramod Kumar Dev) ନିଜ ସୋସିଆଲ ମେଡିଆରେ ପୋଷ୍ଟ କରିଥିଲେ । ଯାହାକୁ ଦେଖି ଝିଅ ତ୍ରୀଷ୍ନା ପାଇଁ ଏବେ ପ୍ରଶଂସାର ସୁଅ ଛୁଟୁଛି । ସୋସିଆଲ ମାଡିଆରେ ଅନେକ ଲୋକ ଏହି କାର୍ଯ୍ୟକୁ ବାହା ବାହା କରିବା ସହ ତ୍ରୀଷ୍ନା ଓ ଆନଭୀର ମହାନତାକୁ ସାବାସୀ ଦେଇଛନ୍ତି ।