Success Story: ୬୦ ବର୍ଷ ହେବ କାମ କରୁଛନ୍ତି, ୯୦ ବର୍ଷରେ ବି ଅଫିସ ଯାଆନ୍ତି
Advertisement
Article Detail0/zeeodisha/odisha1832256

Success Story: ୬୦ ବର୍ଷ ହେବ କାମ କରୁଛନ୍ତି, ୯୦ ବର୍ଷରେ ବି ଅଫିସ ଯାଆନ୍ତି

Apollo Hospital Group Founder Prathap C Reddy: ଦେଶର ସର୍ବ ପୁରାତନ ବିଲିୟନେୟାରମାନଙ୍କ ମଧ୍ୟରୁ ପ୍ରତାପ ସି ରେଡ୍ଡୀଙ୍କୁ ୯୦ ବର୍ଷ ବୟସ ହୋଇଛି। ଆପୋଲୋ ହସ୍ପିଟାଲ୍ ଗ୍ରୁପର ମାଲିକ ସଫଳତା ପରେ ବିଶ୍ରାମ କରିବା ପରିବର୍ତ୍ତେ ସପ୍ତାହରେ ୬ ଦିନ କାମ କରନ୍ତି ।

Success Story: ୬୦ ବର୍ଷ ହେବ କାମ କରୁଛନ୍ତି, ୯୦ ବର୍ଷରେ ବି ଅଫିସ ଯାଆନ୍ତି

Apollo Hospital Group Founder Prathap C Reddy: ୬୦ ବର୍ଷ ବୟସରେ ପହଞ୍ଚିବା ପରେ ଲୋକମାନେ ପ୍ରାୟତଃ ଚାକିରି କିମ୍ବା କାର୍ଯ୍ୟରୁ ଅବସର (Retirement) ନେଇଥା’ନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଅବସର ପରେ ମଧ୍ୟ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରନ୍ତି । ଆମେ ଆପଣଙ୍କୁ ଜଣେ ବ୍ୟବସାୟୀ (Merchant)ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ୯୦ ବର୍ଷ ବୟସରେ ପ୍ରତିଦିନ ଅଫିସ (Office)କୁ ଯାଆନ୍ତି । ଏହି ବୟସରେ ଲୋକମାନେ ସାଧାରଣତଃ ବିଶ୍ରାମ ନିଅନ୍ତି, କିନ୍ତୁ ପ୍ରତାପ ସି ରେଡ୍ଡୀ ଅଫିସରେ ତାଙ୍କ କାମ କରନ୍ତି । ଦେଶର ସର୍ବ ପୁରାତନ ବିଲିୟନେୟାରମାନଙ୍କ ମଧ୍ୟରୁ ପ୍ରତାପ ସି ରେଡ୍ଡୀଙ୍କୁ ୯୦ ବର୍ଷ ବୟସ ହୋଇଛି। ଆପୋଲୋ ହସ୍ପିଟାଲ୍ ଗ୍ରୁପର ମାଲିକ ସଫଳତା ପରେ ବିଶ୍ରାମ କରିବା ପରିବର୍ତ୍ତେ ସପ୍ତାହରେ ୬ ଦିନ କାମ କରନ୍ତି । ତାଙ୍କ ବ୍ୟବସାୟ ଉଦ୍ୟୋଗର ବଜାର ପୁଞ୍ଜିକରଣ ଆଜି ୬୯,୭୦୦ କୋଟିରୁ ଅଧିକ ।

ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ୬ ଦିନ କାମ କରନ୍ତି

ହୃଦରୋଗ ବିଶେଷଜ୍ଞ (Cardiologist) ପ୍ରତାପ ସି ରେଡ୍ଡୀ ୧୯୭୦ ରେ ଆମେରିକାରୁ ଫେରି ୧୯୮୩ ରେ ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜେସ୍ (Apollo Hospitals Enterprises) ପ୍ରତିଷ୍ଠା କରିଥିଲେ। ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ଆପୋଲୋ ହସ୍ପିଟାଲରେ ତାଙ୍କ ପରିବାରର ପ୍ରାୟ ୨୮ ପ୍ରତିଶତ ଅଂଶଧନ ଅଛି । ତାଙ୍କର ନିଟ୍ ମୂଲ୍ୟ ୧୮,୦୦୦ କୋଟିରୁ ଅଧିକ । ୪୦ ବର୍ଷ ବିତିଯାଇଥିବା କ୍ୟାରିୟର ପରେ ମଧ୍ୟ ପ୍ରତାପ ସି ରେଡ୍ଡୀ ତାଙ୍କ ଚେନ୍ନାଇ ଅଫିସ (Chennai Office)ରେ କେବଳ ସାପ୍ତାହିକ ଛୁଟି ନେଇ କଠିନ ପରିଶ୍ରମ (hard work) କରନ୍ତି । ସକାଳ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ୬ ଦିନ, ଜଣେ ଦାୟିତ୍ବବାନ ଅଧିକାରୀଙ୍କ ପରି କାର୍ଯ୍ୟରେ ରୁହନ୍ତି।

Also Read- Business Tips: ବ୍ୟବସାୟରେ ଉନ୍ନତି ଚାହାନ୍ତି କି? ଆପଣାନ୍ତୁ ଏହି ଟିପ୍ସ୍

Also Read- ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼, କାନ୍ଦିକାନ୍ଦି ପଣତରେ ପୋଛିଦେଲେ ମହିଳା

୪ ଝିଅଙ୍କ ହାତରେ ବ୍ୟବସାୟର ଦାୟିତ୍ଵ 

ପ୍ରତାପ ସି ରେଡ୍ଡୀଙ୍କ ଏହି ସ୍ୱାସ୍ଥ୍ୟ ସେବା ବ୍ୟବସାୟ (Health care business) ଉଦ୍ୟୋଗକୁ ତାଙ୍କର ୪ ଝିଅ- ପ୍ରୀତା ରେଡ୍ଡୀ (MD), ସୁନୀତା ରେଡ୍ଡୀ (କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ), ଶୋଭାନା କାମିନେନି (କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ) ଏବଂ ସଙ୍ଗିତା ରେଡ୍ଡୀ (ସଂଯୁକ୍ତ MD) ପରିଚାଳନା କରୁଛନ୍ତି। ଦ୍ୱିତୀୟ ପୀଢ଼ିକୁ ସଫଳ ତଥା ପୁରସ୍କାର ପ୍ରାପ୍ତ ବ୍ୟବସାୟ ନେତା ଭାବରେ ପ୍ରସ୍ତୁତ କରିବା ପରେ ଡକ୍ଟର ରେଡ୍ଡୀ ବର୍ତ୍ତମାନ ତାଙ୍କର ତୃତୀୟ ପୀଢ଼ିକୁ ଆପୋଲୋ ଗ୍ରୁପରେ ସ୍ଥାନ ପାଇବାକୁ ସାହାଯ୍ୟ କରୁଛନ୍ତି। ଆଜି ଆପୋଲୋ ଗ୍ରୁପ୍ ସାରା ଦେଶରେ ୭୨ ଡାକ୍ତରଖାନା, ୫୦୦୦ ଫାର୍ମାସି, ୨୯୧ ପ୍ରାଥମିକ ଚିକିତ୍ସା କ୍ଲିନିକ୍, ଡାଇଗ୍ନୋଷ୍ଟିକ୍ ଚେନ୍ ମାଧ୍ୟମରେ ସେବା ଯୋଗାଉଛି । ଏହିପରି ଏକ ବିଶାଳ ବ୍ୟବସାୟ ଗୋଷ୍ଠୀକୁ ପରିଚାଳନା କରିବା ପାଇଁ ପ୍ରତାପ ସି ରେଡ୍ଡୀ ତାଙ୍କ ପରବର୍ତ୍ତୀ ପୀଢ଼ିଠାରେ ନେତୃତ୍ୱ ଗୁଣଗୁଡିକୁ ଉତ୍ସାହିତ କରୁଛନ୍ତି । ବୋଧହୁଏ ଏହି କାରଣ ଯୋଗୁଁ ଡକ୍ଟର ରେଡ୍ଡୀ ୯୧ ବର୍ଷ ବୟସରେ ମଧ୍ୟ ଅଫିସକୁ ଯାଆନ୍ତି। ଡକ୍ଟର ପ୍ରତାପ ସି ରେଡ୍ଡୀଙ୍କ ୧୦ ନାତିଙ୍କ ମଧ୍ୟରୁ ୯ ଜଣ ତାଙ୍କ ବ୍ୟବସାୟର ଏକ ଅଂଶ । ଲାଇଭମିଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଡ଼ ରେଡ୍ଡୀ ନାତି ନାତୁଣୀମାନଙ୍କୁ ବ୍ୟବସାୟ ପ୍ରତି ସେମାନଙ୍କର ଆଗ୍ରହ ବିଷୟରେ ପଚାରିଥିଲେ।

Also Read- Saturday Shopping: ଶନିବାର ଦିନ ଭୁଲରେ କିଣନ୍ତୁନି ଏହି ଜିନିଷ, ଜାଣନ୍ତୁ ଶନିଦେବଙ୍କୁ ସନ୍ତୁଷ୍ଟ କରିବାର ନିୟମ

Also Read- Puri News କାଳି ମାଡ କରିଥିବା ଭାସ୍କର ସାହୁ କିଏ?