Swarna Prasan Yojana: ୧୦ଟି ବିଦ୍ୟାଳୟର ୩୭୦୦ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଲା ସ୍ୱର୍ଣ୍ଣ ପ୍ରାଶନ ଟିକାକରଣ ଅଭିଯାନ
Advertisement
Article Detail0/zeeodisha/odisha2487475

Swarna Prasan Yojana: ୧୦ଟି ବିଦ୍ୟାଳୟର ୩୭୦୦ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଲା ସ୍ୱର୍ଣ୍ଣ ପ୍ରାଶନ ଟିକାକରଣ ଅଭିଯାନ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଆୟୁଷ ମନ୍ତ୍ରଣାଳୟ ସହଭାଗିଦାରୀରେ ‘ସ୍ୱର୍ଣ୍ଣ ପ୍ରାଶନ' ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବିସ୍ତୃତ ଅଭିଯାନ ଆରମ୍ଭ କରିଛି । ଏହା କଳାହାଣ୍ଡିର ୧୦ଟି ବିଦ୍ୟାଳୟର ଏବଂ ୩୭୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି । ବ୍ରଜବିହାର ସ୍ଥି

Swarna Prasan Yojana: ୧୦ଟି ବିଦ୍ୟାଳୟର ୩୭୦୦ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଲା ସ୍ୱର୍ଣ୍ଣ ପ୍ରାଶନ ଟିକାକରଣ ଅଭିଯାନ

Swarna Prasan Yojana: ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଆୟୁଷ ମନ୍ତ୍ରଣାଳୟ ସହଭାଗିଦାରୀରେ ‘ସ୍ୱର୍ଣ୍ଣ ପ୍ରାଶନ' ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବିସ୍ତୃତ ଅଭିଯାନ ଆରମ୍ଭ କରିଛି । ଏହା କଳାହାଣ୍ଡିର ୧୦ଟି ବିଦ୍ୟାଳୟର ଏବଂ ୩୭୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି । ବ୍ରଜବିହାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ ବେଡବାକ ଓ ଡାକ୍ତର କ୍ଷେତେରା କାଣ୍ଡ ଓ ବ୍ରଜବିହାର ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ମନୋଜ କୁମାର ମୁଣ୍ଡନ ପ୍ରମୁଖ ଉପସ୍ଥିତ ଥିଲେ ।

‘ସ୍ୱର୍ଣ୍ଣ ପ୍ରାଶନ' କାର୍ଯ୍ୟକ୍ରମକୁ ଚଳାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀ ଘୋଷଣା କରିବା ପରଠାରୁ ବେଦାନ୍ତ ଆଲୁମିନିୟମ ୫୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି । ଓଡ଼ିଶା ସରକାର, ଆୟୁଷ ମନ୍ତ୍ରଣାଳୟର ସଚିବ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁଛି ଏବଂ ଆଉ ଦୁଇଟି ଜିଲ୍ଲା ଯଥା ରାୟଗଡ଼ା ଓ କୋରାପୁଟକୁ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି ।
ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ସହ ଆମର ସହଯୋଗ ମାଧ୍ୟମରେ ଆମେ ପୁରୁଣା, ପାରମ୍ପରିକ ଅଭ୍ୟାସ ମାଧ୍ୟମରେ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ । ‘ସ୍ୱର୍ଣ୍ଣ ପ୍ରାଶନ' କାର୍ଯ୍ୟକ୍ରମ ସାମୂହିକ ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆମର ସମର୍ପଣକୁ ପ୍ରତିଫଳିତ କରୁଛି ଏବଂ ଆମେ ଭବିଷ୍ୟତ ପିଢ଼ିକୁ ସୁସ୍ଥ ଆକାର ପ୍ରଦାନ କରୁଛୁ ।

ବେଦାନ୍ତ ଆଲୁମିନିୟମର ବକ୍ସାଇଟ୍ ମାଇନ୍ସର ସିଇଓ ନୀତିନ କୁମାର ତିୱାରୀ କହିଛନ୍ତି ଯେ ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ସହ ଆମର ଭାଗିଦାରୀ ମାଧ୍ୟମରେ ଆମେ ସେପ୍ଟେମ୍ବରରେ ପ୍ରାୟ ୧୦୦୦ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବା ପାଇଁ ଏହି ପଦକ୍ଷେପ ଆରମ୍ଭ କରିଥିଲୁ ଏବଂ ଏହାକୁ ଆହୁରି ବ୍ୟାପକ କରିଛୁ । ଏହି ଅବସରରେ ଜିଲ୍ଲା ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ ବେଦବାକ କହିଥିଲେ, ସ୍ୱର୍ଣ୍ଣ ପ୍ରାଶନ ପିଲାମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଏବଂ ଜ୍ଞାନ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । ଏ କ୍ଷେତ୍ରରେ ବେଦାନ୍ତ ଆଲୁମିନିୟମର ସହଯୋଗ ପ୍ରଶଂସନୀୟ । ସରସ୍ୱତୀ ଶିଶୁ ମନ୍ଦିରର ଅଧ୍ୟକ୍ଷ ମନୋଜ କୁମାର ମୁଣ୍ଡନ ବେଦାନ୍ତର ଅତୁଟ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ ।