Tomato Farmer News: ଚାଷୀଙ୍କ ଭାଗ୍ୟ ବଦଳାଇ ଦେଲା ଟମାଟୋ; ୧୫ ଦିନରେ କମାଇଲେ ୨ କୋଟି
Advertisement
Article Detail0/zeeodisha/odisha1799270

Tomato Farmer News: ଚାଷୀଙ୍କ ଭାଗ୍ୟ ବଦଳାଇ ଦେଲା ଟମାଟୋ; ୧୫ ଦିନରେ କମାଇଲେ ୨ କୋଟି

Telangana Tomato News: ଚାଷୀଙ୍କ ଭାଗ୍ୟ ବଦଳାଇ ଦେଇଛି ଟମାଟୋ। ତେଲଙ୍ଗାନା ମେଦକ ଜିଲ୍ଲାରେ ମାତ୍ର ୧୫ ଦିନରେ ୨ କୋଟି ରୋଜଗାର କରିଛନ୍ତି ଜଣେ ଚାଷୀ।

 

Tomato Farmer News: ଚାଷୀଙ୍କ ଭାଗ୍ୟ ବଦଳାଇ ଦେଲା ଟମାଟୋ; ୧୫ ଦିନରେ କମାଇଲେ ୨ କୋଟି

Tomato Change Fate of Farmer: ଚାଷୀଙ୍କ ଭାଗ୍ୟ ବଦଳାଇ ଦେଲା ଟମାଟୋ। ତେଲେଙ୍ଗାନାର ମେଦକ୍ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ସଦ୍ୟତମ ଉଦାହରଣ। ଯେଉଁଠି ଜଣେ କୃଷକ ବିଗତ ୧୫ ଦିନ ମଧ୍ୟରେ ଟମାଟୋ ଫସଲ ବିକ୍ରି କରି ପ୍ରାୟ ୨ କୋଟି ଟଙ୍କା ରୋଜଗାର କରିଛନ୍ତି। ୧୫ ଦିନରେ ଟମାଟୋ ବିକ୍ରି କରି କୋଟିପତି ହୋଇଥିବା କୃଷକ ଜଣଙ୍କ ହେଉଛନ୍ତି ମେଦକ ଜିଲ୍ଲାର କୌଡିପଲ୍ଲୀ ମଣ୍ଡଳର ମହମ୍ମଦ ନଗର ଗ୍ରାମର ବି.ମହିପାଲ ରେଡ୍ଡୀ। 

ଗତ ମଙ୍ଗଳବାର ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ କୃଷକ ବି.ମହିପାଲ ରେଡ୍ଡୀ କହିଛନ୍ତି ଯେ ତାଙ୍କ ଜମିରେ ଏବେ ମଧ୍ୟ ଏକ କୋଟି ଟଙ୍କାର ଟମାଟୋ ଫସଲ ଅମଳ ହେବା ବାକି ରହିଛି। କୃଷକ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ସେ ତାଙ୍କର ଫସଲକୁ ନେଇ ଚିନ୍ତିତ ଅଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ସାରା ଦେଶରେ ଟମାଟୋ ମୂଲ୍ୟ (Tomato Price in India) ବୃଦ୍ଧି ପାଇଛି। ଦେଶର ବିଭିନ୍ନ ସ୍ଥାନରେ ଟମାଟୋ ମୂଲ୍ୟ ବିଭିନ୍ନ ସ୍ଥାନରେ କିଲୋଗ୍ରାମ ପିଛା ୧୦୦ ଟଙ୍କାରୁ ଅଧିକ ରହିଛି।

ନିଜର ଯାତ୍ରା ଉପରେ ପ୍ରତିକ୍ରିୟା ରଖି ବି.ମହିପାଲ ରେଡ୍ଡୀ କହିଛନ୍ତି ଯେ ସେ ନିଜ ଗ୍ରାମର ରହିଥିବା ୨୦ ଏକର କୃଷି ଜମିରେ ଧାନ ଚାଷ କରୁଥିଲେ। ପ୍ରାୟ ୮ ବର୍ଷ ପୂର୍ବେ ସେ ଧାନ ଚାଷ କରି ଅନେକ ଥର କ୍ଷତି ସହିବା ପରେ ୮  ଏକର ଜମିରେ ପନିପରିବା ଚାଷ କରିବା ଆରମ୍ଭ କରିଥିଲେ। ତେଲେଙ୍ଗାନାକୁ ପଡୋଶୀ ଆନ୍ଧ୍ର ପ୍ରଦେଶର ମଦନପଲ୍ଲୀ (Madanapalle Area Andhra Pradesh) ଏବଂ କର୍ଣ୍ଣାଟକର କୋଲାର (Kolar Area Karnataka) ଅଞ୍ଚଳରୁ ଟମାଟୋ ଯୋଗାଣ (Tomato Supply to Telangana) ହୋଇଥାଏ। ମୁଁ ପଡୋଶୀ ରାଜ୍ୟର ସେହି ଅଞ୍ଚଳ ପରିଦର୍ଶନ କରି ସେମାନଙ୍କର ଚାଷ ଶୈଳୀ ଏବଂ କୌଶଳ ଅଧ୍ୟୟନ କରିଥିଲେ। ଏପ୍ରିଲ ଏବଂ ମେ ମାସରେ ତେଲେଙ୍ଗାନା ଉଚ୍ଚ ତାପମାତ୍ରା ଅନୁଭୂତ (Temperature in Telangana) ହୋଇଥାଏ। ଯାହା ଟମାଟୋ ଚାଷ ପାଇଁ ଅନୁକୂଳ (Climate for Tomato Farming) ପାଣିପାଗ ନୁହେଁ। ତାପମାତ୍ରା ଏବଂ ଜଳବାୟୁ ପରିସ୍ଥିତିର ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ମହିପାଲ ରେଡ୍ଡୀ ତାଙ୍କର ୮ ଏକର ଜମିରେ ଟମାଟୋ ଚାଷ କରିବା ପାଇଁ ଜାଲ ଶେଡ ନିର୍ମାଣ ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।

ଯାହା ଦ୍ୱାରା ଟମାଟୋ ଫସଲର ଉଚ୍ଚ ଅମଳ ଏବଂ ଗୁଣାତ୍ମକ ଉତ୍ପାଦନ ସୁନିଶ୍ଚିତ ହୋଇଥାଏ। ଟମାଟୋ ଚାଷ ପାଇଁ (Tomato Farming in Telangana) ଅପ୍ରେଲ ମାସରେ ମଞ୍ଜି ବୁଣିଥାନ୍ତି ଏବଂ ଜୁନ୍ ଶେଷ ବେଳକୁ ଅମଳ ପାଇଁ ପ୍ରସ୍ତୁତି କରିଥାନ୍ତି। ମହିପାଲ ରେଡ୍ଡୀ କହିଛନ୍ତି ଯେ ସେ ଚାଷରେ ଡ୍ରପ୍ ଜଳସେଚନ ଏବଂ 'ଷ୍ଟେକିଂ' ପ୍ରଣାଳୀ ବ୍ୟବହାର କରିଥାନ୍ତି। ତେଲେଙ୍ଗାନାର (Telangana) ମେଦକ୍ ଜିଲ୍ଲାର (Medak District) କୃଷକ ଜଣଙ୍କ କହିଛନ୍ତି ଯେ ଯଦି ସବୁ ଠିକଠାକ୍ ରହେ ତାହେଲେ ସେ ଗୋଟିଏ ସପ୍ତାହ ମଧ୍ୟରେ ତାଙ୍କର ଅବଶିଷ୍ଟ ଟମାଟୋ ବିକ୍ରି କରିବେ। ସେ ହାଇଦ୍ରାବାଦ ବୋୟେନପଲ୍ଲୀ, ଶାହପୁର ଏବଂ ପଟାନଚେରୁ ବଜାରରେ ନିଜର ଟମାଟୋ ବିକ୍ରି କରିଛନ୍ତି।

ପ୍ରାୟ ୨୫-୨୮ କିଲୋଗ୍ରାମ ଟମାଟୋ ପାଇଁ ତାଙ୍କୁ ୨୫୦୦ ଟଙ୍କାରୁ ୨୭୦୦ ଟଙ୍କା ମିଳିଥାଏ। କୃଷକ ଜଣଙ୍କ ଏପରି ପ୍ରାୟ ୭୦୦୦ କ୍ରେଟ ବିକ୍ରି କରି ପ୍ରାୟ ୨ କୋଟି ଟଙ୍କା ରୋଜଗାର କରିଛନ୍ତି। ସୋମବାର ରାଜଧାନୀ ହାଇଦ୍ରାବାଦ (Hyderabad) ଠାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (Telangana CM K Chandrashekar Rao) ରାଜ୍ୟର ମେଦକ ଜିଲ୍ଲାର କୌଡିପଲ୍ଲୀ ମଣ୍ଡଳର ମହମ୍ମଦ ନଗର ଗ୍ରାମର କୃଷକଙ୍କୁ ପ୍ରଶଂସା କରିଥିଲେ। ଏନେଇ ଚାଷୀ ବି.ମହିପାଲ ରେଡ୍ଡୀ କହିଛନ୍ତି ଯେ ୨୦ ଏକର ଜମି ବ୍ୟତୀତ ସେ ୮୦ ଏକର ଜମି ଲିଜ୍ ନେଇଛନ୍ତି। ୬୦ ଏକର ଜମିରେ ଧାନ ଚାଷ କରିଛନ୍ତି। ବାକି ଜମିରେ ଅନ୍ୟ ଫସଲ ଚାଷ କରିଥିବା ଚାଷୀ ଜଣଙ୍କ କହିଛନ୍ତି।