Advertisement
Photo Details/zeeodisha/odisha2273498
photoDetails0hindi

Weekly Horoscope: କେମିତି ରହିବ ଆପଣଙ୍କ ଆର୍ଥିକ ସ୍ଥିତି ସହ ପାରିବାରିକ ଜୀବନ, ଜାଣନ୍ତୁ କଣ କହୁଛି ରାଶିଫଳ?

Weekly Horoscope 3rd June to 9th June 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ତେବେ, ଆସନ୍ତୁ ଜାଣିବା ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ: ଆସନ୍ତା ସପ୍ତାହଟି ଏ-ହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଙ୍ଗଳମୟ ରହିବ। ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରୁ କୌଣସି ଖୁସି ଖବର ପାଇପାରନ୍ତି। ପଦୋନ୍ନତି ପାଇବାର ସମ୍ଭାବନା ରହିଛି। କଠିନ ପରିଶ୍ରମର ଫଳ ପାଇବେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କାମ ଗୁଡିକରେ କିଛି ସମସ୍ୟା ଦେଖାଦେଇପାରେ। ଏବଂ ସପ୍ତାହର ଦ୍ଵିତୀୟ ଭାଗ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ। ପ୍ରେମ ସମ୍ପର୍କ ସୁଦୃଢ ହେବା ସହ ଆପଣ ନିଜର ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ । ଏବଂ ନିଜ ପରିବାର ସହିତ ଏକ ଦୂର ସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି। ନିଜ ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ।  ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିବା ସହ ଆୟ-ବ୍ୟୟ ମଧ୍ୟ ସମାନ ରହିବ । 

2/12

ବୃଷ: ଆସନ୍ତା ସପ୍ତାହ ଏ-ହି ରାଶିର ବ୍ୟକ୍ତିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ସପ୍ତାହର ଆରମ୍ଭରୁ ପାରିବାରିକ ବିବାଦ ଦେଖା ଦେବା ସହ ଧାର-କରଜ କରିପାରନ୍ତି। ଆୟ ଠାରୁ ବ୍ୟୟ ଅଧିକ ହେବ। କ୍ୟାରିଅର ଓ ବ୍ୟବସାୟ ଉପରେ ଧ୍ୟାନ ଦେବା ଜରୁରୀ । ସପ୍ତାହର ଆରମ୍ଭରୁ ଆପଣଙ୍କ ଜୀବନ ବ୍ୟସ୍ତବହୁଳ ରହିବା ସହ କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ। ବିରୋଧୀମାନେ ଆପଣଙ୍କ କାମ ଗୁଡିକ ବାଧା ସୃଷ୍ଟି କରିବା ପାଇଁ ଚେଷ୍ଟା କରିପାରନ୍ତି। ତେଣୁ ନିଜ ଶତ୍ରୃଙ୍କ ସହ କଥାବାର୍ତ୍ତା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଯଦି ଆସନ୍ତା ସପ୍ତାହରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରୁଛନ୍ତି । ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ସପ୍ତାହରେ ଶେଷ ବେଳକୁ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ ଅଟେ । ଅବିବାହିତ ଲୋକମାନେ ନିଜ ସାଥୀଙ୍କ ସହିତ ଲଙ୍ଗ୍ ଡ୍ରାଇଭ୍ ରେ ଯାଇପାରନ୍ତି।

 

3/12

ମିଥୁନ:  ସପ୍ତାହ ଆରମ୍ଭରୁ ଏ-ହି ରାଶିର ଲୋକଙ୍କୁ ଅନେକ ବାଧାବିଘ୍ନର ସମୁଖିନ ହେବାକୁ ପଡିପାରେ।  ଏନେଇ ସମସ୍ତ ପରିସ୍ଥିତିର ମୁକାବିଲା କରିବା ପାଇଁ ଧୌର୍ଯ୍ୟ ରଖନ୍ତୁ। ବ୍ୟବସାୟରେ ଜଡ଼ତ ଥିବା ଲୋକଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ସପ୍ତାହ ଆରମ୍ଭରୁ ନିଜର ଚାକିରିରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ଆପଣଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ । ନିଜ ବ୍ୟବସାୟ ବୃଦ୍ଧି ବିଷୟରେ ମଧ୍ୟ ଚିନ୍ତା କରନ୍ତୁ । ଅନ୍ୟମାନଙ୍କ ମତାମତ ଆଧାରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଭଳି ଭୁଲ କରନ୍ତୁ ନାହିଁ । ସେହିପରି, ସପ୍ତାହର ଦ୍ଵିତୀୟ ଭାଗରେ ପରିବାରର ମାତାପିତାଙ୍କ ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିବେ।  ବୈବାହିକ ଜୀବନ ସୁଖମୟ ହେବ । ମହିଳାମାନେ ସେମାନଙ୍କ ଅଧିକାଂଶ ସମୟ ଧାର୍ମିକ କାର୍ଯ୍ୟଗୁଡିକରେ ଅତିବାହିତ କରିବେ।

4/12

କର୍କଟ:   ଆସନ୍ତା ସପ୍ତାହ ଆପଣଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ସପ୍ତାହ ଆରମ୍ଭରୁ ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ । ଚାକିରି ଖୋଜୁଥିବା ଲୋକେ ଚାକିରି ପାଇବେ। ଆଇଟି, କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ଖୁବ୍ ମଙ୍ଗଳମୟ ରହିବ। ସପ୍ତାହର ମଧ୍ୟ ଭାଗରେ ଧାର୍ମିକ କାମରେ ନିଜକୁ ଲିପ୍ତ ରଖିବେ । ସପ୍ତାହର ଦ୍ଵିତୀୟାର୍ଦ୍ଧରେ ବ୍ୟବସାୟ ସମ୍ବନ୍ଧିତ ଭ୍ରମଣରୁ ଆର୍ଥିକ ଲାଭ ହେବ । ଏହି ସମୟରେ ଜଣେ ଘନିଷ୍ଠ ବନ୍ଧୁ କିମ୍ବା ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସାକ୍ଷାତ ହେବ । ପ୍ରେମ ସମ୍ପର୍କ ବିଷୟରେ କହିବାକୁ ଗଲେ, ଏହି ସପ୍ତାହରେ ଆପଣ ଭାଗ୍ୟଶାଳୀ ହେବେ । ଯଦି କାହାକୁ ବିବାହ ପ୍ରସ୍ତାବ ଦେବା ଆପଣଙ୍କ ମନରେ ଥାଏ, ତେବେ ସେହି ଇଚ୍ଛା ପୂରଣ ମଧ୍ୟ ପୂରଣ ହେବ।  ବୈବାହିକ ଜୀବନ ସୁଖମୟ ହେବା ସହ ଅବିବାହିତ ଲୋକଙ୍କ ଘରକୁ ବିବାହ ପ୍ରସ୍ତାବ ଆସିପାରେ।

 

5/12

ସିଂହ:  ଆସନ୍ତା ସପ୍ତାହ ଆପଣଙ୍କୁ ମଧ୍ୟମ ଫଳ ପ୍ରଦାନ କରିବ। ଏହି ସପ୍ତାହରେ କ୍ରୋଧାନ୍ଵିତ କିମ୍ବା ଆବେଗପୂର୍ଣ୍ଣ ଭାବର ଆଧାରରେ କୌଣସି ବଡ ନିଷ୍ପତ୍ତି ନେବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ସପ୍ତାହର ପ୍ରଥମ ଭାଗରେ କାର୍ଯ୍ୟାଳୟରେ ଥିବା ନିଜ ସହକର୍ମୀଙ୍କ ସହ କୌଣସି କାର୍ଯ୍ୟକୁ ନେଇ ମତଭେଦ ଦେଖାଦେଇପାରେ। ତେଣୁ ଜଗିରଖି ଚଳନ୍ତୁ। ସପ୍ତାହର ପ୍ରଥମ ଭାଗ ତୁଳନାରେ ସପ୍ତାହର ଦ୍ଵିତୀୟ ଭାଗ ଆରାମଦାୟକ ହେବ ।  ଏହି ସପ୍ତାହରେ ବିଦେଶରେ କାମ କରୁଥିବା ଲୋକମାନେ ସେମାନଙ୍କ ମନ ମୁତାବକ ସୁବିଧା ସବୁ ପ୍ରାପ୍ତ କରିବେ । ଏହି ସପ୍ତାହରେ ଆପଣଙ୍କ ପ୍ରେମ ସମ୍ପର୍କରେ ଏକ ନାଟକୀୟ ପରିବର୍ତ୍ତନ ହେବ । ଯଦି କୌଣସି ଭୁଲ ବୁଝାମଣା ଥାଏ, ତେବେ ସେଗୁଡିକୁ ନେଇ ଯୁକ୍ତିତର୍କ କରିବା ପରିବର୍ତ୍ତେ ସେଗୁଡିକ ବିଷୟରେ ଖୋଲାଖୋଲି କଥା ହୋଇଯାଆନ୍ତୁ ।  ବୈବାହିକ ଜୀବନ ଆନନ୍ଦମୟ ହେବ। କିନ୍ତୁ ପୁରୁଣା ରୋଗକୁ ନେଇ ଚିନ୍ତିତ ରହିବେ। 

 

6/12

କନ୍ୟା:  ସପ୍ତାହର ଆରମ୍ଭରେ ବ୍ୟବସାୟୀମାନେ ଖୁସି ଖବର ପାଇପାରନ୍ତି।  ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଚାକିରି କରୁଥିବା ଲୋକମାନଙ୍କ ପାଇଁ ଅର୍ଥ ଲାଭର ନୂତନ ସ୍ରୋତ ସବୁ ବିକଶିତ ହେବ । ଏହାର ମଧ୍ୟବର୍ତ୍ତୀ କାଳରେ, ଆପଣ ଗୁଡିଏ ଅନାବଶ୍ୟକ କଥାକୁ ନେଇ ଦୁଶ୍ଚିନ୍ତାରେ ରହିବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଥିବା ଲୋକମାନଙ୍କୁ ସେମାନଙ୍କର ଉଭୟ ଅଧସ୍ତନ ଓ ବରିଷ୍ଠ କର୍ମଚାରୀମାନଙ୍କ ସହ ସନ୍ତୁଳନ ରକ୍ଷା କରି କାମ କରିବାକୁ ପଡିବ । ଆପଣ କୌଣସି ପ୍ରକାରର ସନ୍ତାନ ସମ୍ବନ୍ଧୀୟ ସମସ୍ୟା କାରଣରୁ ଚିନ୍ତିତ ରହିବାର ସମ୍ଭାବନା ଅଛି । ବ୍ୟକ୍ତିଗତ ସମ୍ପର୍କ କାରଣରୁ ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ଏବଂ ଝଗଡା ହେବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କରେ ସର୍ତକତାର ସହ ଆଗକୁ ବଢନ୍ତୁ । ସପ୍ତାହର ଶେଷ ଆଡକୁ ଆପଣ ଦୂର ଯାଗାକୁ ଯିବା ପାଇଁ ଗୋଟିଏ ସୁଯୋଗ ଆସିବ । ଭ୍ରମଣ କରିବା ସମୟରେ ନିଜର ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ଟିକେ ଅଧିକ ସତର୍କ ହୁଅନ୍ତୁ । 

7/12

ତୁଳା: ଆସନ୍ତା ସପ୍ତାହ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ପରିବର୍ତ୍ତନ ଆଣିବ।  ଆର୍ଥିକ ଅବସ୍ଥା ଭଲ ରହିବ । କର୍ମକ୍ଷେତ୍ରରେ ସହକର୍ମୀ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସହଯୋଗ କରିବେ।  ଦିର୍ଘ ଦିନର ଆଶା ପୂରଣ ହେବ।  ଜମି କିମ୍ବା ନୂଆ ଘର କିଣିବାର ସମ୍ଭାବନା ରହିଛି। ନିଜର ଇଚ୍ଛା ପୂରଣ କରିବା ପାଇଁ ଆପଣ ଜଣେ ଘନିଷ୍ଠ ବନ୍ଧୁ କିମ୍ବା ନିକଟତର ବ୍ୟକ୍ତିଙ୍କ ଠାରୁ ଅତିରିକ୍ତ ସହାୟତା ପାଇବେ । ଏହାସତ୍ତ୍ୱେ ଯୋଜନାବଦ୍ଧ କାର୍ଯ୍ୟ ସହ ବ୍ୟବସାୟରେ ଟଙ୍କା ରୋଜଗାରର ସମ୍ଭାବନା ବଢିବ । ପ୍ରେମ ସମ୍ପର୍କ ଆବେଗପୂର୍ଣ୍ଣ ହେବ । ନିଜର ସାଥୀଙ୍କ ସହ ସମୟ କଟାଇବା ପାଇଁ ଅନେକ ସୁଯୋଗ ପାଇବେ ଏବଂ ପରସ୍ପର ପ୍ରତି ଆସ୍ଥା ବୃଦ୍ଧି ପାଇବ । ନିଜ ସନ୍ତାନ ସନ୍ତତିଙ୍କ ଠାରୁ ଶୁଭ ଖବର ପାଇ ମନ ଆନନ୍ଦିତ ରହିବ। 

 

8/12

ବିଛା: ସପ୍ତାହ ଆରମ୍ଭରୁ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ନଗଦ ଲାଭ ବ୍ୟତୀତ ପ୍ରଭାବଶାଳୀ ଲୋକଙ୍କ ସହ ଯୋଗାଯୋଗରେ ସପ୍ତାହଟି ଆରମ୍ଭ ହେବ । ଏହି ସପ୍ତାହରେ, ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କର ଏକ ପଦୋନ୍ନତି ହେବା ସହ ଏକ ବଡ଼ ପଦବୀ ପାଇବାର ସମ୍ଭାବାନ ରହିଛି।  କର୍ମକ୍ଷେତ୍ରରେ ବରିଷ୍ଠ କର୍ମଚାରୀମାନଙ୍କ ସହ ଆପଣ ଏକାଠି ଏବଂ ପରସ୍ପର ସହଯୋଗିତାରେ କାମ କରିବେ । ନିଜର ଫାର୍ମ ବଢାଇବା ପାଇଁ ଆର୍ଥିକ ବିନିଯୋଗ କରିବାବେଳେ ସତର୍କତା ଅବଲମ୍ବନ କରନ୍ତୁ । ଏବଂ  ଜଣେ ଏକ୍ସପର୍ଟଙ୍କ  ସହିତ ପରାମର୍ଶ କରିବା ପାଇଁ ଭୁଲିବ ନାହିଁ । ସପ୍ତାହର ମଧ୍ୟଭାଗରେ  ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି।  ଏହି ସପ୍ତାହରେ ଜାଗାବାଡି ଏବଂ କୋଠା କିଣାବିକା କରିବାର ଇଚ୍ଛା ପୂରଣ ହେବାର ସମ୍ଭାବନା ଅଛି । 

 

9/12

ଧନୁ: ସପ୍ତାହ ଆରମ୍ଭରୁ ନିଜ ସମ୍ପର୍କୀୟଙ୍କ ଠାରୁ କୌଣସି ଖୁସି ଖବର ପାଇପାରନ୍ତି। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଖୁଚୁରା ବ୍ୟବସାୟୀ (କ୍ଷୁଦ୍ର ବ୍ୟବସାୟୀ) ଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ସପ୍ତାହ ଶେଷ ବେଳକୁ, ଚାକିରି କରୁଥିବା ଲୋକମାନେ  ନିଜ କାମ ପାଇଁ ପୁରସ୍କୃତ ହୋଇପାରନ୍ତି। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଏଥିପାଇଁ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଏବଂ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ। ଆୟ ବ୍ୟୟ ସମାନ ରହିବ। ସଞ୍ଚୟ ବୃଦ୍ଧି ପାଇବ। 

 

10/12

ମକର: ସପ୍ତାହ ଆରମ୍ଭରୁ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି।  ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ । କିନ୍ତୁ ଏହି ସମୟରେ ଯେକୌଣସି କାର୍ଯ୍ୟକ୍ରମରେ ଆର୍ଥିକ ବିନିଯୋଗ କରନ୍ତୁ ନାହିଁ, ଯେଉଁଠାରେ କୌଣସି ପ୍ରକାରର ବିପଦ ଥିବ । ଚାକିରି କରୁଥିବା ଲୋକଙ୍କର ଅଧିକ ରୋଜଗାରର ଉତ୍ସ ରହିବ । ଧନର ସ୍ତର ବୃଦ୍ଧି ପାଇବ । ଜଣେ ଗୁରୁଜନ ବ୍ୟକ୍ତି ଜମି ତଥା ଘରବାଡି ସମ୍ବନ୍ଧିତ ଦ୍ୱନ୍ଦର ସମାଧାନ କରିବାରେ ସାହାଯ୍ୟ କରିବେ । ପ୍ରେମ ସମ୍ପର୍କରେ ପରସ୍ପରକୁ ବିଶ୍ୱାସ କରିବାକୁ ମନେରଖ ଏବଂ କେବେବି ନିଜ ସାଥୀଙ୍କ ଭାବନାକୁ ଅବମାନନା କରନ୍ତୁ ନାହିଁ । ବୈବାହିକ ଜୀବନରେ ଶାନ୍ତି ରହିବ ଏବଂ ଆପଣଙ୍କ ସାଥୀ ଯେକୌଣସି ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଆପଣଙ୍କୁ ସମର୍ଥନ କରିବେ ।

11/12

କୁମ୍ଭ: ଏଆସନ୍ତା ସପ୍ତାହଟି ହସଖୁସିରେ କଟିବ। ବିଶେଷ କରି କ୍ୟାରିୟରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ କରିବେ। ଏହି ସପ୍ତାହରେ ଚାକିରି କରୁଥିବା ଲୋକମାନେ ନୂଆ ଚାକିରି  ପାଇ ପାରନ୍ତି। ଆପଣ ସହଭାଗିତାରେ କରୁଥିବା ବ୍ୟବସାୟରୁ ଲାଭବାନ ହେବେ। ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଯୋଗ ସହକାରେ ଅଧ୍ୟୟନ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ନିଜର କିଛି ବଦଭ୍ୟାସ କାରଣରୁ ଆପଣର କିଛି ସମସ୍ୟାର ଦେଖାଦେଇପାରେ। ଆପଣ ନିଜ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ । ନଚେତ୍ ଆର୍ଥିକ ସମସ୍ୟା ଦେଇ ଗତି କରିପାରନ୍ତି। ସପ୍ତାହ ଶେଷ ଆଡ଼କୁ କୌଣସି ଧାର୍ମିକ ସ୍ଥାନକୁ ଦର୍ଶନ ପାଇଁ ଯାଇପାରନ୍ତି। 

 

12/12

ମୀନ: ଏହି ସପ୍ତାହରେ ନିଜର ଆର୍ଥିକ ଅବସ୍ଥାକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରି ବିନିଯୋଗ କରନ୍ତୁ। ନିଜ ବନ୍ଧୁ ମାନଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିଆ ଲୋକେ କର୍ମକ୍ଷେତ୍ରରେ ପଦୋନ୍ନୋତି ମିଳିପାରେ। ଏବଂ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ବେଶ୍ ପ୍ରଶଂସା କରିପାରନ୍ତି। କିନ୍ତୁ ମନେରଖନ୍ତୁ ଆପଣଙ୍କ ନିଜ ପ୍ରିୟର ମିତ୍ର ମଧ୍ୟ ଆପଣଙ୍କୁ ବିଶ୍ବାସଘାତକତା କରିପାରେ। ଏଥିପ୍ରତି ସଚେତନ ରୁହ ଏବଂ ଅନ୍ଧ ଭାବରେ କାହାକୁ ବିଶ୍ୱାସ କର ନାହିଁ ।  ଆପଣଙ୍କ ସାଥୀଙ୍କ ପିଲାମାନଙ୍କ ସହିତ ସମୟ ବିତାଇବେ। ଆର୍ଥିକ ସମସ୍ୟା ପୂର୍ବ ଅପେକ୍ଷା ସୁଦୃଢ ରହିବ।