Battle of Baghpat: ଆଜିର ଦିନରେ ଲଢାଯାଇଥିଲା ବାଗପତର ପ୍ରସିଦ୍ଧ 'ଚାଟ୍ ଯୁଦ୍ଧ'! ପୁଣି ମନେ ପଡ଼ିଗଲେ ଆଇନଷ୍ଟାଇନ ଚାଚା
Advertisement
Article Detail0/zeeodisha/odisha1582801

Battle of Baghpat: ଆଜିର ଦିନରେ ଲଢାଯାଇଥିଲା ବାଗପତର ପ୍ରସିଦ୍ଧ 'ଚାଟ୍ ଯୁଦ୍ଧ'! ପୁଣି ମନେ ପଡ଼ିଗଲେ ଆଇନଷ୍ଟାଇନ ଚାଚା

Baghpat Chaat Fight: ଏହି ଘଟଣା  ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ବଡୌତ ସହରରେ ଘଟିଥିଲା। ଯେଉଁଠାରେ ବଜାରରେ  ଏକ ମହାଯୁଦ୍ଧ ହୋଇଯାଇଥିଲା। ଏହି ବିବାଦର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର ଭିଡିଓ ଗୋଟିଏ ରାତିରେ ସାରା ଦେଶରେ ଭାଇରାଲ ହୋଇଯାଇଥିଲା।

Battle of Baghpat: ଆଜିର ଦିନରେ ଲଢାଯାଇଥିଲା ବାଗପତର ପ୍ରସିଦ୍ଧ 'ଚାଟ୍ ଯୁଦ୍ଧ'! ପୁଣି ମନେ ପଡ଼ିଗଲେ ଆଇନଷ୍ଟାଇନ ଚାଚା

Baghpat Chaat War: ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ହୋଇଥିବା ଚାଟ୍ ବ୍ୟବସାୟୀଙ୍କ ଯୁଦ୍ଧ କଥା ଆପଣଙ୍କର ମନେ ଅଛି ନା ଆପଣ ଭୁଲି ଯାଇଛନ୍ତି? ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ବେଶ ଭାଇରାଲ ହୋଇଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତି ଯିଏ ଦେଖିବାକୁ ବିଶ୍ୱ ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ସେ ରାତାରାତି ସୋସିଆଲ ମିଡିଆ ଦୁନିଆରେ ପ୍ରସିଦ୍ଧ ହୋଇଯାଇଥିଲେ। ଏହି ଘଟଣାରେ ପରେ ସେହି ବ୍ୟକ୍ତି ଜଣଙ୍କ "ଆଇନଷ୍ଟାଇନ ଚାଚା" ନାମରେ ପରିଚିତ ହୋଇଯାଇଥିଲା। ତାଙ୍କ ଚେହେରାକୁ ନେଇ ଅନେକ କୌତୁକିଆ ମୀମ୍ସ ତିଆରି ହୋଇଥିଲା। ଯାହାର ଫଟୋ ସମଗ୍ର ସୋସିଆଲ ମିଡିଆ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
 
ହେଲେ ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ପୁରୁଣା କଥା କାହିଁକି ପୁନର୍ବାର ଚର୍ଚ୍ଚା କରାଯାଉଛି? ପୁଣି ଥରେ "ଚାଟ୍ ୱାଲା ଚାଚା" ସୋସିଆଲ୍ ମିଡିଆ ଦୁନିଆରେ ଟ୍ରେଣ୍ଡ କରିଛି। କାରଣ ସୋସିଆଲ ମିଡିଆ ମନେ ପକାଇ ଦେଇଛି ଯେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ହୋଇଥିବା ପ୍ରସିଦ୍ଧ 'ଚାଟ୍ ଯୁଦ୍ଧ' ଆଜିର ଦିନରେ ହୋଇଥିଲା। ଗୋଟିଏ ପଟେ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି। ହେଲେ ଅନ୍ୟପଟେ ବାଗପତ ଜିଲ୍ଲାରେ ହୋଇଥିବା ସେହି ଚାଟ ଯୁଦ୍ଧକୁ ଏବେ ବର୍ଷ ପୂରଣ ହୋବାକୁ ଯାଉଛି।

ଗତ ବର୍ଷ ୨୪ ଫେବୃଆରୀରେ ବାଗପତ ଜିଲ୍ଲାରେ ଏକ ଚାଟ୍ ଦୋକାନ ସ୍ଥାପନ କରିଥିବା ଦୁଇ ଦୋକାନୀଙ୍କ ମଧ୍ୟରେ ରାସ୍ତାରେ ହାତାହାତି ହୋଇଯାଇଥିଲା। ଏହି ଘଟଣାର ଭିଡ଼ିଓ ସେହି ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ ହୋଇଥିଲା। ସେହି ଯୁଦ୍ଧରେ ଜଡିତ ଥିବା ଜଣେ ବ୍ୟକ୍ତି ଯିଏ ବିଶ୍ୱ ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କୁ ଭଳି ଦେଖାଯାଉଥିଲେ ସେ ଚର୍ଚ୍ଚାର ପରିସରକୁ ଆସିଯାଇଥିଲେ। ଏବେ ବାଗପତ ଠାରେ ହୋଇଥିବା ସେହି ଚାଟ ଯୁଦ୍ଧକୁ ଗୋଟିଏ ବର୍ଷ ପୂରଣ ହୋଇଯିବା ପରେ ସୋସିଆଲ ମିଡିଆ ଦୁନିଆରେ ରାସ୍ତାରେ ହୋଇଥିବା ସେହି ଯୁଦ୍ଧରେ ଲଢି ଚର୍ଚ୍ଚାକୁ ଆସିଥିବା ଆଇନଷ୍ଟାଇନ ଚାଚାଙ୍କୁ ତାଙ୍କର ପୁରୁଣା ଭିଡିଓ ସେୟାର କରି ସ୍ମରଣ କରାଯାଉଛି।

କେହି କେହି ସେମାନଙ୍କର ଯୁଦ୍ଧ ଭିଡିଓ ଟ୍ୱିଟ କରି ପୋଷ୍ଟ କରୁଛନ୍ତି। କେହି କେହି ସେମାନଙ୍କର ମଜାଳିଆ ମୀମ୍ସ ସେୟାର କରୁଛନ୍ତି। ଯାହାକୁ ଦେଖିବା ପରେ ଆପଣଙ୍କୁ ମଧ୍ୟ ଗୋଟିଏ ବର୍ଷର ପୁରୁଣା ସ୍ମୃତିୁ ମନେ ପଡ଼ିଯିବ। ସୋସିଆଲ ମିଡିଆ ଦୁନିଆ ସହ ଜଡ଼ିତ ଲୋକ ଏହାକୁ ଏକ ଐତିହାସିକ ଯୁଦ୍ଧ ବୋଲି କହୁଛନ୍ତି।  କାରଣ ସୋସିଆଲ ମିଡିଆ ଦୁନଆରେ ଚାଟ୍ ବ୍ୟବସାୟୀ ଚାଚାଙ୍କ ବହୁତ ପ୍ରଶଂସକ ହୋଇସାରିଛନ୍ତି। ବର୍ତ୍ତମାନ ବାଗପାତ ଠାରେ ଘଟିଥିବା ଏହି ଯୁଦ୍ଧକୁ ଗୋଟିଏ ବର୍ଷ ପୂରଣ ହୋଇଯିବା ପରେ ଜଣେ ସୋସିଆଲ ମିଡ଼ିଆ ୟୁଜର ଏହି ଯୁଦ୍ଧର ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ଏନେଇ ସେ ଲେଖିଛନ୍ତି, "ବାଗପତର ପ୍ରସିଦ୍ଧ ଚାଟ୍ ଯୁଦ୍ଧ ଆଜିର ଦିନରେ ଲଢାଯାଇଥିଲା।! ଯୁଦ୍ଧର ପ୍ରଥମ ବାର୍ଷିକୀ ଅବସରରେ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି! 

ସେହିପରି ଅନ୍ୟଜଣେ ୟୁଜର ଏହି ଘଟଣାରେ ଗିରଫ ହୋଇଥିବା ଲୋକଙ୍କ ଫଟୋ ସେୟାର କରି କହିଛନ୍ତି, "ରାସ୍ତା ଉପରେ ହୋଇଥିବା ଏହି ଯୁଦ୍ଧକୁ ଗୋଟିଏ ବର୍ଷ ପୂରଣ ହୋଇଯାଇଛି।" ଭିଡିଓ ସେୟାର କରି ଆଉ ଜଣେ ୟୁଜର ଲେଖିଛନ୍ତି, "ଆଜକୁ ଠିକ୍ ଗୋଟିଏ ବର୍ଷ ପୂର୍ବେ ବାଗପତ ଠାରେ ପ୍ରଥମ ପାନିପୁରୀ (ଗୁପଚୁପ୍-ଚାଟ) ଯୁଦ୍ଧ ହୋଇଥିଲା। ଏହା କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ ଯେ  ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବାକୁ ଏହି ଦିନ ଚୟନ କରିଛନ୍ତି।"

ଏହି ଘଟଣା  ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ବଡୌତ ସହରରେ ଘଟିଥିଲା। ଯେଉଁଠାରେ ବଜାରରେ ଦୁଇ ଚାଟ୍ ଦୋକାନୀଙ୍କ ମଧ୍ୟରେ ରାସ୍ତାରେ ଏକ ମହାଯୁଦ୍ଧ ହୋଇଯାଇଥିଲା। ପରସ୍ପରର ନିକଟରେ ରହିଥିବା ଦୁଇ ଦୋକାନୀଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଅନ୍ୟ ଦୋକାନରୁ ଜଣେ ଗ୍ରାହକଙ୍କୁ ଡାକିବାକୁ ନେଇ ଦୁଇ ଦୋକାନୀଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏହା ପରେ ଉଭୟ ଦୋକାନର ଲୋକଙ୍କ ମଧ୍ୟରେ ଠେଙ୍ଗା ବାଡ଼ି ଧରି ଲଢେଇ ହୋଇଥିଲା। ଏହି ବିବାଦର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର ଭିଡିଓ ଗୋଟିଏ ରାତିରେ ସାରା ଦେଶରେ ଭାଇରାଲ ହୋଇଯାଇଥିଲା। ବର୍ତ୍ତମାନ ଲୋକେ ଏହି ଘଟଣାର ଏକ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି।