ଶସ୍ତାରେ ଡାଲି ଯୋଗାଇବେ ସରକାର ! କେଜିକୁ ମାତ୍ର ୫୫ଟଙ୍କା, ଜାଣନ୍ତୁ ମିଳିବ କେଉଁଠି
Advertisement
Article Detail0/zeeodisha/odisha1785312

ଶସ୍ତାରେ ଡାଲି ଯୋଗାଇବେ ସରକାର ! କେଜିକୁ ମାତ୍ର ୫୫ଟଙ୍କା, ଜାଣନ୍ତୁ ମିଳିବ କେଉଁଠି

ବର୍ତ୍ତମାନ ଭାରତ ବଜାରରେ ବିଭିନ୍ନ ପ୍ରକାରର ପନିପରିବାର ଦର ଅଧିକ ରହିଥିବାବେଳେ ଟମାଟୋର ମୂଲ୍ୟ ଆକାଶ ଛୁଆଁ (High price) ରହିଛି । କିନ୍ତୁ ବର୍ତ୍ତମାନ ବିଭିନ୍ନ ପ୍ରକାରର ଡାଲିର ଦର ସାଧାରଣ ଲୋକ ତଥା ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏଭଳି ପରିସ୍ଥିତିରେ ଖାଉଟିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ

ଶସ୍ତାରେ ଡାଲି ଯୋଗାଇବେ ସରକାର ! କେଜିକୁ ମାତ୍ର ୫୫ଟଙ୍କା, ଜାଣନ୍ତୁ ମିଳିବ କେଉଁଠି

Cheap Pulses: ବର୍ତ୍ତମାନ ଭାରତ ବଜାରରେ ବିଭିନ୍ନ ପ୍ରକାରର ପନିପରିବାର ଦର ଅଧିକ ରହିଥିବାବେଳେ ଟମାଟୋର ମୂଲ୍ୟ ଆକାଶ ଛୁଆଁ (High price) ରହିଛି । କିନ୍ତୁ ବର୍ତ୍ତମାନ ବିଭିନ୍ନ ପ୍ରକାରର ଡାଲିର ଦର ସାଧାରଣ ଲୋକ ତଥା ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏଭଳି ପରିସ୍ଥିତିରେ ଖାଉଟିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସରକାର ଶସ୍ତା ଦରରେ ଟମାଟୋ (Tamato) ବିକ୍ରି କରୁଥିବାର ଖବର ଆପଣ ନିଶ୍ଚେ ଜାଣିଥିବେ । ତେବେ ବର୍ତ୍ତମାନ ଡାଲି ବିକ୍ରି ପାଇଁ ପ୍ରସ୍ତୁତି ଚାଲିଛି । ମୁଗ, ହରଡ ସମେତ ବିଭିନ୍ନ ପ୍ରକାରର ଡାଲିର ଦରକୁ ନିୟନ୍ତ୍ରଣ (Control) କରିବା ପାଇଁ ସରକାର ବର୍ତ୍ତମାନ ଚଣା ଡାଲି ବିକ୍ରୟ କରିବାକୁ ଘୋଷଣା କରିଛନ୍ତି । ଗ୍ରାହକମାନେ ଭାରତ ଡାଲ ବ୍ରାଣ୍ଡ୍ ଅଧିନରେ କେଜି ପିଛା ୬୦ଟଙ୍କା ଦରରେ ଚଣା ଡାଲି ପାଇପାରିବେ । କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନୁହେଁ ବରଂ ଏହା ସମଗ୍ର ଦେଶରେ ବିଭିନ୍ନ ଷ୍ଟୋରରେ ବିକ୍ରି (Sale) ହେବ । ଏନସିସିଏଫ (NCCF), ମଦର ଡେରୀର ସଫଲ ଷ୍ଟୋର ଓ କେନ୍ଦ୍ରୀୟ ଭଣ୍ଡାରରେ ଉପଲବ୍ଧ ହେବ । 

ବର୍ତ୍ତମାନର ବଜାରରେ ୭୦ରୁ ୮୦ଟଙ୍କା ମଧ୍ୟରେ ଆପଣ ଚଣା ଡାଲି କିଣୁଥିବେ କିନ୍ତୁ ଆଗକୁ ଆପଣ ନିର୍ଦ୍ଦିଷ୍ଟ ତଥା ନିର୍ଦ୍ଧାରିତ ଦରରେ ଏହି ସାମଗ୍ରୀ କିଣିପାରିବେ । ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ (Union Minister Piyush Goyal) ସୋମବାର ସବସିଡିଯୁକ୍ତ ଚଣା ଡାଲି ବିକ୍ରୟ ଆରମ୍ଭ କରିଛନ୍ତି ଯାହା ଦ୍ୱାରା ଗ୍ରାହକମାନେ ଶସ୍ତାରେ ଡାଲି କିଣିପାରିବେ । ବଜାରରେ ଚଣା ଡାଲି ଆପଣଙ୍କୁ ୧ କେଜି ପ୍ୟାକେଟକୁ ୬୦ ଟଙ୍କା ଓ ଏକାଥରେ ୩୦କେଜିର ପ୍ୟାକେଟ (Packet) କିଣିଲେ କେଜି ପିଛା ୫୫ ଟଙ୍କାରେ ଆପଣ ଚଣା ଡାଲି ପାଇପାରିବେ । ସରକାର ଚଣା ଷ୍ଟକକୁ ଦୃଷ୍ଟିରେ ରଖି ଏହାକୁ ଡାଲି ଭାବରେ ପ୍ରସ୍ତୁତ କରି ଗ୍ରାହକଙ୍କୁ ସୁଲଭ ମୁଲ୍ୟରେ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରିବାକୁ ଅନେକ ବ୍ୟକ୍ତି ସ୍ୱାଗତ ମଧ୍ୟ କରିଛନ୍ତି । କିଛି ବ୍ୟକ୍ତି କହିଛନ୍ତି ଯେ, ଏପରି ନିଷ୍ପତ୍ତି ସରକାରଙ୍କର ଏକ ବଡ଼ ପଦକ୍ଷପ । କାରଣ ଏହାଦ୍ୱାରା ଲୋକଙ୍କ ଆବଶ୍ୟକତା ସହଜରେ ପୂରଣ ହୋଇପାରିବ ।

ଚଣା ଶସ୍ୟକୁ ଆମ ଦେଶର ଲୋକମାନେ ବିଭିନ୍ନ ଉପାୟରେ ଖାଦ୍ୟ ରୂପରେ ଗ୍ରହଣ କରିଥାନ୍ତି । କେହି କେହି ଏହାକୁ ବାଲିରେ ଭାଜି ଖାଉଥିବାବେଳେ କିଛି ବ୍ୟକ୍ତି ଚଣାରେ ଛତୁଆ ପ୍ରସ୍ତୁତ କରିଥାନ୍ତି । ଏଥିସହ ଏହାକୁ ଆହୁରୀ ଅନେକ ପଦ୍ଧତିରେ ବ୍ୟବହାର (Use) କରାଯାଏ । ଆମ ଦେଶର ଅନେକ ରାଜ୍ୟରେ କୃଷକ (Farmer)ମାନେ ଚଣା ଫସଲ ଚାଷ କରି ଲାଭବାନ (Profitable) ମଧ୍ୟ ହୋଇଛନ୍ତି । 

ଅନ୍ୟ ଡାଲି ଜାତୀୟ ସାମଗ୍ରୀ ମହଙ୍ଗା
ଆମ ଦେଶର ବିଭିନ୍ନ ରାଜ୍ୟରେ ହରଡ, ମସୁର, ମୁଗ ସମେତ ଅନ୍ୟାନ୍ୟା ଡାଲି ଖୁବ୍ ମହଙ୍ଗା ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ବର୍ଷ ମଧ୍ୟରେ କିଛି ଡାଲିର ମୂଲ୍ୟ ପାଖାପାଖି ୩୨ ପ୍ରତିଶତ ବୃଦ୍ଧି (Hike) ପାଇଛି । ଚଳିତ ବର୍ଷ ଜୁନ୍ ମାସରେ କିଛି ଡାଲିର ମୂଲ୍ୟ ହାରାହାରୀ ୭ ପ୍ରତିଶତ ପର୍ଯ୍ୟନ୍ତ ବଢିଥିଲା । ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ମିଳିଥିବା ଖବର ଅନୁସାରେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଦରକୁ ନେଇ ହିସାବ କଲେ ଏହା ଜଣାପଡେ ଯେ, ହରଡର ମୁଲ୍ୟ ୩୨ ପ୍ରତିଶତ ବୃଦ୍ଧି ପାଇ ପାଖାପାଖି ୧୩୭ ଟଙ୍କା ଛୁଇଁଲାଣି । ବର୍ଷେ ପୂର୍ବରୁ ଏହାର ଦର ଥିଲା ମାତ୍ର ୧୦୩ ଟଙ୍କା ।

Also Read- Sahara Refund Portal: ବଡ଼ ଖୁସି ଖବର: ମିଳିବ ସାହାରାରେ ଫସି ରହିଥିବା ଟଙ୍କା ! ଲଞ୍ଚ ହେଲା ପୋର୍ଟାଲ