Kuwait Fire Tragedy: ଭାରତରେ ପହଞ୍ଚିଲା ୪୫ ଭାରତୀୟଙ୍କ ମୃତଦେହ
Advertisement
Article Detail0/zeeodisha/odisha2292920

Kuwait Fire Tragedy: ଭାରତରେ ପହଞ୍ଚିଲା ୪୫ ଭାରତୀୟଙ୍କ ମୃତଦେହ

Kuwait Fire Tragedy: କେରଳ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ମୋଦୀ ସରକାରଙ୍କୁ ତାଙ୍କ ରାଜ୍ୟବାସୀଙ୍କୁ ସାହାଯ୍ୟ କରିବାକୁ କୁଏତ ଯିବାକୁ ଅନୁମତି ଦେଇ ନ ଥିବା ଅଭିଯୋଗ କରିଛନ୍ତି। ଭାରତ ସରକାର ବ୍ୟତୀତ ଗଲ୍ଫ ଦେଶର ଅଗ୍ରଣୀ ବ୍ୟବସାୟ ଗୋଷ୍ଠୀ ଲୁଲୁ ଗ୍ରୁପ୍ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଗୋଷ୍ଠୀ କେରଳର ବାସିନ୍ଦା ୟୁସୁଫ ଅଲିଙ୍କର ଅଟେ। 

Kuwait Fire Tragedy: ଭାରତରେ ପହଞ୍ଚିଲା ୪୫ ଭାରତୀୟଙ୍କ ମୃତଦେହ

Kuwait Fire Tragedy: କୁଏତର ମଙ୍ଗଫ ରେ ଏକ ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟ ନାଗରିକଙ୍କ ଅକାଳ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ କେରଳର କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି । ଏହି ୪୫ ଭାରତୀୟଙ୍କ ମୃତଦେହ ସ୍ୱତନ୍ତ୍ର ବାୟୁସେନା ବିମାନ ସାହାଯ୍ୟରେ ଆସିଥିଲା।ଭାରତୀୟ ବାୟୁସେନାର ହରକୁଲାସ ୧୩୦ଜେ ରେ ଅଣାଯାଇଥିବା ଏହି ମୃତଦେହ ଗୁଡିକ କୁଏତରେ DNA ପରୀକ୍ଷା ପରେ ଫେରାଇ ନିଆଯାଇଛି। ତେବେ ସେପଟେ କୁଏତରେ ଭାରତ ସରକାରଙ୍କ ଉଦ୍ୟମକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଛି। କେରଳ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ମୋଦୀ ସରକାରଙ୍କୁ ତାଙ୍କ ରାଜ୍ୟବାସୀଙ୍କୁ ସାହାଯ୍ୟ କରିବାକୁ କୁଏତ ଯିବାକୁ ଅନୁମତି ଦେଇ ନ ଥିବା ଅଭିଯୋଗ କରିଛନ୍ତି। ଭାରତ ସରକାର ବ୍ୟତୀତ ଗଲ୍ଫ ଦେଶର ଅଗ୍ରଣୀ ବ୍ୟବସାୟ ଗୋଷ୍ଠୀ ଲୁଲୁ ଗ୍ରୁପ୍ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଗୋଷ୍ଠୀ କେରଳର ବାସିନ୍ଦା ୟୁସୁଫ ଅଲିଙ୍କର ଅଟେ। 

କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁର ଲୋକଙ୍କ ମୃତଦେହକୁ କୁଏତରୁ କୋଚିନ୍ ବିମାନବନ୍ଦରକୁ (Kochin Airport) ବାୟୁସେନା ବିମାନ ଦ୍ୱାରା ଅଣାଯାଇଛି। ବିମାନରେ ଆସିଥିବା ୪୫ଟି ମୃତଦେହ ମଧ୍ୟରୁ ୨୩ଟି କେରଳର, ୭ଟି ତାମିଲନାଡୁର ଏବଂ ୧ଟି କର୍ଣ୍ଣାଟକର ରହିଛି। ବିମାନବନ୍ଦରରେ କେରଳ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ରାଜନ କହିଛନ୍ତି, 'ବିମାନରେ ଆସୁଥିବା ସମସ୍ତ ଶବକୁ ଗ୍ରହଣ କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଯେହେତୁ କେରଳରୁ ଅଧିକ ମୃତକ ଅଛନ୍ତି, ଆମେ ବିମାନକୁ ସିଧାସଳଖ ସେଠାରେ ପଠାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ନିବେଦନ କରିଥିଲୁ। 

କୁଏତରୁ ମୃତଦେହକୁ ନେଇ ଆସିଥିବା ବିମାନ ସକାଳ ପ୍ରାୟ ଦଶଟାରେ କୋଚିନ୍ ବିମାନବନ୍ଦରରେ ପହଞ୍ଚିଥିଲା। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ କହିଛନ୍ତି,ଯେ 'ଆମେ ସମସ୍ତ ପ୍ରସ୍ତୁତି କରିଛୁ। ସବୁକିଛି ଠିକ୍ ସମୟରେ କରାଯିବ । ସରକାରୀ ପ୍ରକ୍ରିୟା ସମାପ୍ତ ହେବାକୁ ଆମେ କେବଳ ଅପେକ୍ଷା କରିଛୁ । ସବୁ ମୃତଦେହ ରେ କିଛି କିଛି ନମ୍ବର ହୋଇଛି । ସମସ୍ତ ଆମ୍ବୁଲାନ୍ସଗୁଡିକ ନମ୍ବର ହୋଇଛି ଏବଂ ସମସ୍ତ ଆମ୍ବୁଲାନ୍ସକୁ ନାମ ଏବଂ ଠିକଣା ଦିଆଯାଇଛି । ପୋଲିସର ସମନ୍ୱୟରେ ସବୁକିଛି କରାଯାଉଛି।

କୁଏତରେ(Kuwait Fire Tragedy) ହୋଇଥିବା ଏହି ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି, ସେଥିମଧ୍ୟରୁ ୪୫ ଜଣ କେବଳ ଭାରତର ଏବଂ ତିନିଜଣ ଫିଲିପାଇନ୍ସର ବାସିନ୍ଦା। ଡିଏନଏ ପରୀକ୍ଷା କରିବା ପରେ କୁଏତ ଅଧିକାରୀମାନେ ସେମାନଙ୍କୁ ଚିହ୍ନଟ କରିଛନ୍ତି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ କେରଳରୁ ସର୍ବାଧିକ ୨୩ ଜଣ, କର୍ଣ୍ଣାଟକରୁ୨ ଜଣ, ଆନ୍ଧ୍ରପ୍ରଦେଶରୁ ୩ ଜଣ, ତାମିଲନାଡୁର ୭ଜଣ, ବିହାରରୁ ଜଣେ, ଓଡିଶାରୁ ୨ଜଣ, ମହାରାଷ୍ଟ୍ରରୁ ଜଣେ, ଝାଡଖଣ୍ଡରୁ ଜଣେ, ହରିୟାଣାର ଜଣେ, ପଞ୍ଜାବରୁ ଜଣେ ଏବଂ ପଶ୍ଚିମବଙ୍ଗର ଜଣେ ଲେଖା ଅଛନ୍ତି। ଏହା ବ୍ୟତୀତ ଉତ୍ତରପ୍ରଦେଶର ୩ ଜଣ ମୃତକ ରହିଛନ୍ତି।

Also Read:  Poi Saag Benefits: ପୋଇ ଶାଗ ଖାଉଛନ୍ତି କି? ଖାଇବା ପୂର୍ବରୁ ଜାଣିରଖନ୍ତୁ ଏହି ଜରୁରୀ କଥା