ମହିଳାଙ୍କୁ ଦେଖିଲେ ମନରେ ଛନକା ! ୫୫ ବର୍ଷ ହେବ ନାରୀଙ୍କ ଛାଇ ପଡିବାକୁ ଦେଇନାହାନ୍ତି ଏହି ବ୍ୟକ୍ତି
Advertisement
Article Detail0/zeeodisha/odisha1915024

ମହିଳାଙ୍କୁ ଦେଖିଲେ ମନରେ ଛନକା ! ୫୫ ବର୍ଷ ହେବ ନାରୀଙ୍କ ଛାଇ ପଡିବାକୁ ଦେଇନାହାନ୍ତି ଏହି ବ୍ୟକ୍ତି

Man hiding from women: ମହିଳାଙ୍କୁ ଭୟ କରୁଥିବାରୁ ୫୫ ବର୍ଷୀୟ ବ୍ୟକ୍ତି କ୍ୟାଲିଟକ୍ସ ନଜାମଭିଟା ନିଜକୁ ନାରୀଙ୍କ ଠାରୁ ଦୂରେଇ ରଖନ୍ତି । ତେବେ ସେ କାହିଁକି ଭୟ କରନ୍ତି ମହିଳାଙ୍କୁ ଆସନ୍ତୁ ଜାଣିବା ତା ପଛର ରହସ୍ୟ ।

ମହିଳାଙ୍କୁ ଦେଖିଲେ ମନରେ ଛନକା ! ୫୫ ବର୍ଷ ହେବ ନାରୀଙ୍କ ଛାଇ ପଡିବାକୁ ଦେଇନାହାନ୍ତି ଏହି ବ୍ୟକ୍ତି

Man hiding from women: ଦୁନିଆରେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଥିବା ଲୋକ ଅଛନ୍ତି । ବର୍ତ୍ତମାନ ଜଣେ ଅଜବ ବ୍ୟକ୍ତିଙ୍କ କାହାଣୀ ସାମ୍ନାକୁ ଆସିଛି ଯିଏ ମହିଳାମାନଙ୍କୁ ଖୁବ୍ ଭୟ କରନ୍ତି । ତାଙ୍କ ମନରେ ମହିଳାମାନଙ୍କ ପ୍ରତି ଏତେ ମାତ୍ରାରେ ଭୟ (Fear) ରହିଛି ଯେ, ବ୍ୟକ୍ତି ଜଣକ ଦୀର୍ଘ ୫୫ ବର୍ଷ ହେବ ସେମାନଙ୍କଠାରୁ ଦୂରତା ବଜାୟ ରଖିଛନ୍ତି । ବର୍ତ୍ତମାନ ବ୍ୟକ୍ତି ଜଣକଙ୍କ ବୟସ ୭୧ ହୋଇଥିବା ସମୟରେ ସେ ୧୬ ବର୍ଷ ବୟସରୁ ନାରୀଙ୍କଠାରୁ ଦୂରରେ ରହିଛନ୍ତି । ମହିଳାଙ୍କଠାରୁ ଦୂରରେ ରହିବା ପାଇଁ ସେ ୧୫ ଫୁଟ ଉଚ୍ଚତାର ଏକ କାନ୍ଥ (15 feet high wall) ନିର୍ମାଣ କରିଛନ୍ତି । ତେବେ ଏ ଅଜବ କାହାଣୀରେ କଣ ରହସ୍ୟ ରହିଛି ଆସନ୍ତୁ ଜାଣିବା ।

ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କ୍ୟାଲିଟକ୍ସ ନଜାମଭିଟା ନାମକ ଏହି ମହିଳାଙ୍କୁ ଦେଖିଲେ ଖୁବ୍ ଭୟ କରିଥାନ୍ତି । ସେ ସବୁବେଳେ କେବଳ ପୁରୁଷଙ୍କ ସହ ହିଁ କଥା ହୁଅନ୍ତି । ମହିଳାଙ୍କ ସଂସ୍ପର୍ଶରେ ନଆସିବା ପାଇଁ ସେ ଅନେକ କିଛି ମାନି ଚଳନ୍ତି । ସେ ଘରୁ ବାହାରକୁ ଯାଆନ୍ତି ନାହିଁ । ଘରେ ଗୋଟିଏ କାନ୍ଥ ତିଆରି କରିବା ପରେ ଏହାର କାରଣ ଆହୁରୀ ଆଶ୍ଚର୍ଯ୍ୟ ହୋଇଗଲାଣି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ, ଯଦିଓ ଏହି ବ୍ୟକ୍ତି ମହିଳାମାନଙ୍କୁ ଭୟ କରନ୍ତି, ତଥାପି ସେ ମହିଳାଙ୍କଠାରୁ ଅନେକ ସାହଯ୍ୟ (help from woman) ପାଇ ଜୀବନ ଅତିବାହିତ କରୁଛନ୍ତି । ଯେହେତୁ ସେ ଘରୁ ବାହାରକୁ ଯାଆନ୍ତି ନାହିଁ ତେଣୁ ତାଙ୍କ ଗାଁର ମହିଳାମାନେ ବ୍ୟକ୍ତି ରହୁଥିବା ଘର ସାମ୍ନାରେ ଖାଦ୍ୟ ଦେଇଯାଆନ୍ତି । ମହିଳା ଖାଦ୍ୟ ରଖି ଯିବା ପରେ ସେହି ଖାଦ୍ୟକୁ ଖାଇ ବ୍ୟକ୍ତି ଜଣକ ନିଜର କ୍ଷ୍ୟୁଧା ମେଣ୍ଟାନ୍ତି ।

ବ୍ୟକ୍ତି ଜଣକ କାହିଁକି ବନ୍ଦି?
କ୍ୟାଲିଟକ୍ସ ନଜାମଭିଟାଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ନିଜକୁ କାରାଗାରରେ ରଖିଛି କାରଣ ମୁଁ କୌଣସି ମହିଳାଙ୍କ ସଂସ୍ପର୍ଶରେ ଆସିବାକୁ ଚାହୁଁନାହିଁ । ଜଣେ ମହିଳା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦିଓ ସେ ମହିଳାମାନଙ୍କୁ ଭୟ ତଥାପି ଆମେ ହିଁ ତାଙ୍କୁ ସାହାଯ୍ୟ କରିଥାଉ । ମହିଳା ଏକଥା ମଧ୍ୟ କହିଛନ୍ତି ଯେ, ଆମେ ତାଙ୍କ ସହ କଥାବାର୍ତ୍ତା ନକରି ମଧ୍ୟ ତାଙ୍କ ନିକଟରେ ଖାଦ୍ୟ ପହଞ୍ଚାଉ । କେବଳ ସେତିକି ନୁହେଁ ସେ ଯାହା ଆବଶ୍ୟକ କରନ୍ତି ତାହା ମହିଳାମାନେ ତାଙ୍କ ନିକଟରେ ପହଞ୍ଚାଇଥାନ୍ତି । କିନ୍ତୁ ସିଧାସଳଖ ମହିଳାଙ୍କ ସଂସ୍ପର୍ଶରେ ସେ ଆସନ୍ତି ନାହିଁ ।

ମହିଳାମାନଙ୍କୁ ଭୟର କାରଣ ?
ସୂଚନା ମୁତାବକ କ୍ୟାଲିଟକ୍ସ ନଜାମଭିଟା ଗିନୋଫୋବିୟା (gynophobia) ରୋଗରେ ପୀଡିତ ଅଛନ୍ତି । ଯେଉଁ କାରଣରୁ ତାଙ୍କ ମନରେ ମହିଳାଙ୍କ ପ୍ରତି ଭୟ ସୃଷ୍ଟି ହୋଇଛି । ତେଣୁ ତନଜମଭିତାଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି । ଗିନୋଫୋବିୟା ରୋଗ ହେଲେ ରୋଗୀ ଖୁବ ଆତଙ୍କିତ ହୋଇଯାଏ , ଏଥିସହ ଛାତି ଟାଣିବା (chest pain), ଅତ୍ୟଧିକ ଝାଳ ବୋହିବା, ହୃଦସ୍ପନ୍ଦନ ଅଧିକ ହେବା ସହିତ ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ । ଏହି ରୋଗ ଖୁବ୍ କୌଚିତ ଦେଖିବାକୁ ମିଳିଥାଏ ବୋଲି କୁହାଯାଏ । ଏହି ରୋଗ ଅନେକ ବ୍ୟକ୍ତିଙ୍କ ସ୍ୱଭାବକୁ ପରିବର୍ତ୍ତନ କରିଥାଏ । ଏହି ରୋଗର ଲକ୍ଷଣ ଜଣାପଡିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।

Also Read- Vastu Tips: ଘରର ମୁଖ୍ୟଦ୍ବାରରେ ସିଞ୍ଚନ୍ତୁ ଏହି ପାଣି, ଶୀଘ୍ର ଧନୀ ହେବେ

Also Read- Veg Soya Biryani: ଘରେ ପ୍ରସ୍ତୁତ କରନ୍ତୁ ଭେଜ୍ ସୋୟା ବିରିୟାନି, ସଭିଏଁ କହିବେ ସ୍ୱାଦିଷ୍ଟ