Vastu Tips: ଘରର ମୁଖ୍ୟଦ୍ବାରରେ ସିଞ୍ଚନ୍ତୁ ଏହି ପାଣି, ଶୀଘ୍ର ଧନୀ ହେବେ
Advertisement
Article Detail0/zeeodisha/odisha1912703

Vastu Tips: ଘରର ମୁଖ୍ୟଦ୍ବାରରେ ସିଞ୍ଚନ୍ତୁ ଏହି ପାଣି, ଶୀଘ୍ର ଧନୀ ହେବେ

Vastu Tips: ଗାଧୋଇ ସାରିବା ପରେ ମୁଖ୍ୟଦ୍ବାରରେ ୩ ଟି ଜିନିଷ ସିଞ୍ଚନ ଦ୍ବାରା ଘରେ ମାଆ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଆପଣ ଶ୍ରୀଘ୍ର ଧନୀ ହୋଇଯିବେ । ଆସନ୍ତୁ ଜାଣିବା ୩ଟି ଜିନିଷ କଣ ?

Vastu Tips: ଘରର ମୁଖ୍ୟଦ୍ବାରରେ ସିଞ୍ଚନ୍ତୁ ଏହି ପାଣି, ଶୀଘ୍ର ଧନୀ ହେବେ

Vastu Tips: ବାସ୍ତୁଶାସ୍ତ୍ରରେ ଘରର ମୁଖ୍ୟ ଦ୍ବାର (Main gate)କୁ ପ୍ରାଥମିକତା ଦିଆଯାଇଛି । ଏକଥା ମଧ୍ୟ କୁହାଯାଏ ଯେ, ସକାଳ ସମୟରେ ମୁଖ୍ୟ ଦ୍ବାରରେ ପଜିଟିଭ୍ ଏନର୍ଜି (Positive energy) ଥାଏ । ସେଥିପାଇଁ ଧର୍ମରେ ମଧ୍ୟ ଏକଥା କୁହାଯାଇଛି ଯେ, ସକାଳୁ ଉଠିବା ମାତ୍ରେ ଘରର ମୁଖ୍ୟଦ୍ବାର ଖୋଲିବା ଦରକାର । ଫଳରେ ଘରକୁ ମାଆ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ସେହିପରି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ, ଗାଧୋଇ ସାରିବା ପରେ ମୁଖ୍ୟଦ୍ବାରରେ ୩ ଟି ଜିନିଷ ସିଞ୍ଚନ ଦ୍ବାରା ଘରେ ମାଆ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଆପଣ ଶ୍ରୀଘ୍ର ଧନୀ ହୋଇଯିବେ । ଆସନ୍ତୁ ଜାଣିବା ୩ଟି ଜିନିଷ କଣ ? 

ହଳଦୀ ପାଣି 

ଧାର୍ମିକ ମାନ୍ୟତା ଅନୁସାରେ ହଳଦୀକୁ ଶୁଭ ବୋଲି ମନେ କରାଯାଏ । ସେଥିପାଇଁ ପ୍ରତ୍ୟେକ ଦିନ ପାଣିରେ ହଳଦୀ ପକାଇ ମୁଖ୍ୟ ଦ୍ବାରରେ ସିଞ୍ଚନ କରିବା ଦ୍ବାରା ଘରେ ଶୁଭ ହେବା ସହ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଘରେ ପୂଜା କରିବା ସମୟରେ ତମ୍ବା ପାତ୍ରରେ ହଳଦୀ ପକାଇ ରଖନ୍ତୁ, ପୂଜା ସରିବା ପରେ ସେ ପାଣିକୁ ଘରର ମୁଖ୍ୟ ଦ୍ବାରରେ ଛିଞ୍ଚି ଦିଅନ୍ତୁ । ଏଭଳି କରିବା ଦ୍ବାରା ଘରେ ପଜିଟିଭ୍ ଏନର୍ଜି ବଢ଼ିବ । ଏବଂ ଘରେ କେବେ କୌଣସି ଜିନିଷର ଅଭାବ ରହିବ ନାହିଁ ।  

ଗଙ୍ଗାଜଳ 

ଗଙ୍ଗାଜଳକୁ ଧାର୍ମିକ କଥା ଅନୁସାରେ ସବୁଠାରୁ ପବିତ୍ର ବୋଲି କୁହାଯାଇଛି । କୁହାଯାଏ ଯେ ଗଙ୍ଗାଜଳ ପ୍ରତିଟି ନକରାତ୍ମକ ଶକ୍ତି (Negative energy)କୁ ଦୂର କରିଥାଏ । ପ୍ରତ୍ୟେକ ଦିନ ଘରର ମୁଖ୍ୟ ଦ୍ବାରରେ ଗଙ୍ଗାଜଳ ପକାନ୍ତୁ  । ମନରେ ଶାନ୍ତି ଆସିବ । ଏବଂ ନକାରାତ୍ମକ ଉର୍ଜା ଦୂର ହେବ ।

ଲୁଣ ପାଣି 

ବାସ୍ତୁରେ ଲୁଣକୁ ମଧ୍ୟ ସ୍ବତନ୍ତ୍ରତା ବୋଲି ମନେ କରାଯାଏ । ଲୁଣ ପାଣିରେ ମଧ୍ୟ କିଛି ଲୋକ ପ୍ରତ୍ୟେକ ଦିନ ନିଜ ଘରକୁ ପୋଛିଥାନ୍ତି । ଯଦି ଆପଣ ପ୍ରତ୍ୟେକ ଦିନ ଲୁଣ ପାଣି ଘରର ମୁଖ୍ୟ ଦ୍ବାରରେ ପକାଇବେ ତାହେଲେ ଜୀବାଣୁ ମୁକ୍ତ ହେବେ । ଏହାସହ ନକାରାତ୍ମକ ପ୍ରଭାବ ମଧ୍ୟ ଦୂର ହୋଇଯିବ । ଏବଂ ଆପଣଙ୍କ ପରିବାର ରୋଗ ଦୋଷରୁ ମୁକ୍ତ ହେବ ।  

Also Read- ଏହା କେବଳ ଫଳ ନୁହେଁ ଔଷଧ ମଧ୍ୟ, ଥାଇରଡ୍ ଓ ବ୍ଲଡପ୍ରେସର୍ ପାଇଁ ରାମବାଣ

Also Read- Veg Soya Biryani: ଘରେ ପ୍ରସ୍ତୁତ କରନ୍ତୁ ଭେଜ୍ ସୋୟା ବିରିୟାନି, ସଭିଏଁ କହିବେ ସ୍ୱାଦିଷ୍ଟ