Bhadrak News: ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର

Bhadrak News In Odia : ଭଦ୍ରକରେ(Bhadrak) ବଡ଼ ଧରଣର ଅଘଟଣ ଘଟିଛି । ନଦୀରେ ବୁଡି ଯାଇ ତିନି ଜଣ ଛାତ୍ରଙ୍କ (Three Students Death)ମୃତ୍ୟୁ ହୋଇ ଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ (Critical) ରହିଛି। ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ଗାଧୋଇଲା ବେଳେ ସମସ୍ତ ଛାତ୍ର ବୁଡ଼ି (Drown) ଯାଇଥିବା ଜଣାପଡ଼ିଛି । ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ୪ ଛାତ୍ର ଗୋଟିଏ କଲେଜରେ ପଢୁଥିବା ସୂଚନା ମିଳିଛି ।

Bhadrak News: ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର
Image Credit: ସୌଜନ୍ୟ- ସୋସିଆଲ ମିଡ଼ିଆ

About the Author