Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1900625

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines | 04 October 2023 | ଦିନଯାକର ୧୦ ପ୍ରମୁଖ ଖବର

ସୌ: ଜୀ ଓଡ଼ିଶା
Top 10 News Headlines Of 04 October 2023 |  1. କୃଷି ସଚିବଙ୍କୁ ସ୍କ୍ରବ୍‍ ଟାଇଫସ୍‍: ବରିଷ୍ଠ ଆଇଏଏସ୍‍ ଅଧିକାରୀ ତଥା ରାଜ୍ୟସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‍ ଟାଇଫସ୍‍ ରେ ଆକ୍ରାନ୍ତ ହୋଇଛନ୍ତି । ଏବାବଦରେ ଆବଶ୍ୟକ ଟେଷ୍ଟିଂ ରେଜଲ୍ଟ ପଜିଟିଭ୍‍ ଆସିବା କାରଣରୁ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି । ରେଜଲ୍ଟ ପଜିଟିଭ୍‍ ଆସିଛି ଏବଂ ସେ ଆବଶ୍ୟକ ମେଡିସିନ୍‍ ଗ୍ରହଣ କରୁଥିବା ସୂଚନା ଦେଇଛନ୍ତି । ନିକଟରେ ନୂଆଖାଇ ପାଳନ ପାଇଁ ଶ୍ରୀ ପାଢ଼ି ନିଜ ଗାଁକୁ ଯାଇଥିଲେ । ସେଠାରେ ସେ ସମ୍ପୃକ୍ତ କୀଟାଣୁ ଦଂଶନରେ ଆସିଥାଇପାରନ୍ତି ବୋଲି କୁହାଯାଉଛି । ସେ ଘରୁ ଫରିବା ପରେ ଅସୁସ୍ଥ ହୋଇଥିଲେ । ଏବଂ କ୍ୟାପିଟାଲ୍‍ ହସ୍‍ପିଟାଲରେ ପରୀକ୍ଷଣ ପାଇଁ ନମୁନା ଦେଇଥିଲେ । ନମୁନା ପଜିଟିଭ୍‍ ଆସିଥିବା ସେ କହିଛନ୍ତି । 
 
2. କିଶୋରଙ୍କୁ ରୌପ୍ୟ, ନୀରଜଙ୍କ ସ୍ୱର୍ଣ୍ଣ: ଓଡ଼ିଆ ପୁଅ କିଶୋର ଜେନାଙ୍କୁ ୨୦୨୩ ଏସୀୟ କ୍ରୀଡ଼ାର ଜାଭେଲିନ୍‍ ଫିଙ୍ଗାରେ ରୌପ୍ୟ ପଦକ ହାସଲ କରିଛନ୍ତି । ଅପରପକ୍ଷେ ହରିୟାଣାର ଖଳାଳି ନୀରଜ ଚୋପ୍ରାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ଉଭୟ ଭାରତ ପାଇଁ ଗର୍ବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 
 
3. କିଶୋରଙ୍କୁ ରାଜ୍ୟ ସରକାରଙ୍କ ପୁରସ୍କାର: ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତି ରାଜ୍ୟ ପାଇଁ ଗୌରବ ହାସଲ କରିଥିବା ଜାଭେଲିନ୍‍ ଖେଳାଳି କିଶୋର କୁମାର ଜେନାଙ୍କ ଉଦ୍ଦେଶ୍ୟର ଦେଢ଼ କୋଟି ଟଙ୍କାର ନଗଦ ରାଶି ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ରୌପ୍ୟ ଜିତିବା ସାରା ଦେଶ ତଥା ରାଜ୍ୟ ପାଇଁ ଏକ ଗୌରବର ବିଷୟ ବୋଲି କହିବା ସହ ଏହା ଇତିହାସରେ ଲିପିବଦ୍ଧ ରହିବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ । ଏହାସହ ତାଙ୍କର ଅଲମ୍ପିକ୍‍ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଆବଶ୍ୟକ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
 
4. ଏସୀୟ କ୍ରୀଡ଼ାରେ ଭାରତକୁ ଅଭୂତପୂର୍ବ ସଫଳତା: ୨୦୨୩ ଏସୀୟ କ୍ରୀଡ଼ାରେ ଭାରତକୁ ଅଭୂତପୂର୍ବ ସଫଳତା ମିଳିଛି । ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଏପର୍ଷ ସର୍ବାଧିକ ପଦକ ହାସଲ କରିଛି। ଭାରତର ପଦକ ସଂଖ୍ୟା ଏବେ ୮୧ରେ ପହଞ୍ଚିଛି। ଆଗକୁ ଆହୁରି ଅଧିକ ପଦକ ପାଇବାର ସମ୍ଭାବନା ରହିଛି। ୨୦୧୮ରେ ଭାରତ ୧୬ଟି ସ୍ୱର୍ଣ୍ଣ ପାଇଥିଲା ଏଥର ଏହି ସ୍ୱର୍ଣ୍ଣ ପଦକ ସଂଖ୍ୟା ରହିଛି ୧୮ । ସେହିପରି ସମୁଦାୟ ପଦକରେ ରୌପ୍ୟ ପଦକ ସଂଖ୍ୟା ୩୧ ଥିବାବେଳା ୩୨ଟି ବ୍ରୋଞ୍ଜ ପଦକ ହାସଲ କରିଛି ଭାର ତ। 
 
5. ସୁଲତା ଆଉଟ୍‍: ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ପଦବୀରୁ ବହିଷ୍କୃତ ହୋଇଛନ୍ତି ସୁଲତା ଦେଓ। ତାଙ୍କ ସ୍ଥାନରେ ମାନସ ମଙ୍ଗରାଜଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଦିଆଯାଇଥିବା ଦାୟିତ୍ବକୁ ନିଜ ପଦବୀ ମାଧ୍ୟମରେ ସୁଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି ଶ୍ରୀ ମଙ୍ଗରାଜ । ଅପରପକ୍ଷେ ସୁଲତାଙ୍କୁ କାହିଁକି ଦଳ ଏ ପଦବୀରୁ ବହିଷ୍କାର କରିଛି ତାହା ଜଣାପଡ଼ି ନାହିଁ। ତେବେ ପଦଯାତ୍ରା ସମୟରେ ସୁଲତା  ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ କାନ୍ଧରେ ବିଜେଡି ଉତ୍ତରୀୟ ପକାଇବା ଘଟଣାକୁ କେନ୍ଦ୍ର କରି ଏହି ନିଷ୍ପତ୍ତି ନିଆାଯାଇଥିବା କୁହାଯାଇଛି । 
 
6. ଆକ୍ସେଞ୍ଚର ଗ୍ଲାବାଲ୍‍ ସେଣ୍ଟର:  ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଆବଶ୍ୟକ ମୁତାବକ ବେୈଷୟିକ ସେବା ଯୋଗାଇବା ପାଇଁ ଆକ୍ସେଞ୍ଚର ଭୁବନେଶ୍ୱରରେ ଏକ କେନ୍ଦ୍ର ଖୋଲିବାକୁ ଯାଉଛି। ଏଥିନେଇ ପ୍ରସ୍ତୁତି ସରିଥିବା କମ୍ପାନୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି । ରାଜ୍ୟରେ ୧୨ଶହରୁ ଅଧିକ ନିଯୁକ୍ତି ଏହାଦ୍ୱାରା ସୃ୍ଷ୍ଟି ହେବ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି । 
 
7. ହାଓଡ଼ା ଅଭିମୁଖେ ଥିବା ୧୮ ଟ୍ରେନ୍‍ ବାତିଲ: ବାଲେଶ୍ୱର ଓ ହଳଦୀପଦାଠାରେ ରେଳଲାଇନ୍‍ ତଳୁ ଅତଡ଼ା ଖସିବାରୁ ରେଳଲାଇନ୍‍ ଦବିଯାଇଛି । ନିରାପତ୍ତା ରକ୍ଷା ଅଥବା ମରାମତି ଉଦ୍ଦେଶ୍ୟରା ପୂର୍ବତଟ ରେଳବାଇ ୧୮ଟି ଟ୍ରନ୍‍କୁ ବାତିଲ କରିଛନ୍ତି। ଆସନ୍ତା କାଲି ଏହି ଟ୍ରେନ୍‍ସବୁ ଚଳାଚଳ କରିଥାଆନ୍ତା। ଏହାସହ ୪ଟି ଟ୍ରେନ୍‍କୁ ଅଧାରୁ ଅଟକ ରଖାଯାଇଥିବାବେଳେ ଗୋଟିଏ ଟ୍ରେନ୍‍ର ଦିଗ ପରିବର୍ତ୍ତନ କରାଯାଇଛି। 
 
8. ରାଜ୍ୟ  ଖର୍ଚ୍ଚରେ ୨୬ ଆମ୍ବୁଲାନ୍ସ: ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦଶ୍ୟରେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠି ବ୍ୟୟ କରି ୨୬ ଆମ୍ବୁଲାନ୍ସ କିଣିଛନ୍ତି। ଏହି ଆମ୍ବୁଲାନ୍ସ ସେବା ଆଜି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିସବୁ ଗାଡ଼ିକୁ ସବୁଜ ପତାକା ଦେଖାଇ ଜନସେବାରେ ନିୟୋଜିତ କରିଛନ୍ତି। ଏହି ଆମ୍ବୁଲାନ୍ସ ସେବା ପାଇଁ ୧୦ କୋ ୯୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। 
 
9. ଶସ୍ତାହେଲା ଉଜ୍ଜଳା ଗ୍ୟାସ: କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାରେ ଦିଆଯାଉଥିବା ସବ୍‍ସିଡି ଆହୁରି ୧୦୦ ଟଙ୍କା ବଢିଛି । ଏହାଦ୍ୱାରା ସମ୍ପୃକ୍ତ ଗ୍ରାହକ ଏଣିକି ୨୦୦ ଟଙ୍କା ବଦଳରେ ୩୦୦ ଟଙ୍କା ସବ୍‍ସିଡି ପାଇବ । ଗାଁ ଗହଳର ମହିଳାମାନଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଣ ତଥା ସେମାନଙ୍କ ସ୍ୱାସ୍ଥ୍ୟରେ ଯତ୍ନ ପାଇଁ ସରକାର ୨୦୧୬ ମସିହାରେ ଏହି ଯୋଜନା ଆରମ୍ଭ କରିଥିଲେ।  
 
10. ଆମ୍‍ ଆଦ୍‍ମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କୁ ଆଜି ପ୍ରବରତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ତଦନ୍ତକାରୀ ସଂସ୍ଥା ଦ୍ୱାରା ଆଜି ସକାଳେ ତାଙ୍କ ଘର ରେଡ୍‍ କରାଯାଇଥିଲା। ଏହାର ଅନେକ ସମୟ ପରେ ଶ୍ରୀ ସିଂହଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ମଦ ନୀତିରେ ବେଆଇନ ଅର୍ଥ କାରବାର କରୁଥିବା ଅଭିଯୋଗ ତାଙ୍କ ନାଁରେ ରହିଛି।