ଅଣ କ୍ୟାଡରଙ୍କୁ ନିର୍ବାଚନ କମିଶନଙ୍କ ଛାଟ: ଢେଙ୍କାନାଳ ଜିଲ୍ଲାପାଳ, କଟକ ଓ ଦେବଗଡ଼ ଏସ୍‍ପିଙ୍କୁ ବଦଳି ନିର୍ଦ୍ଦେଶ
Advertisement
Article Detail0/zeeodisha/odisha2167320

ଅଣ କ୍ୟାଡରଙ୍କୁ ନିର୍ବାଚନ କମିଶନଙ୍କ ଛାଟ: ଢେଙ୍କାନାଳ ଜିଲ୍ଲାପାଳ, କଟକ ଓ ଦେବଗଡ଼ ଏସ୍‍ପିଙ୍କୁ ବଦଳି ନିର୍ଦ୍ଦେଶ

ଓଡ଼ିଶାର ଯେଉଁ ଜିଲ୍ଲାପାଳଙ୍କୁ ବଦଳି ଆଦେଶ ଦିଆଯାଇଛି ସେ ହେଉଛନ୍ତି ଢେଙ୍କାନାଳର ଜିଲ୍ଲାପାଳ। ସେ କ୍ୟାଡର ଭିତ୍ତିକ ଅଧିକରୀ ନୁହନ୍ତି। ସେହିଭଳି ଦୁଇଜଣ ଏସ୍‍ପିଙ୍କ ଭିତରେ ରହିଛନ୍ତି ଦେବଗଡ଼ ଏସ୍‍ପି ଏବଂ କଟକ ଗ୍ରାମାଞ୍ଚଳ ଏସ୍‍ପି। ଏହି ତିନି ଅଧିକାରୀଙ୍କୁ ତୁରନ୍ତ ବଦଳି ଆଦେଶ ଦିଆଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁଙ୍କୁ ନେଇ ଗଠିତ କମିଟି ଏହି ନିଷ୍ପତ୍ତି ନେଇଛନ୍ତି। 

ଭୁବନେଶ୍ୱର:  ଭାରତର ନିର୍ବଚନ କମିଶନ ଦେଶର ୪ ରାଜ୍ୟରେ ଥିବା ବିଭିନ୍ନ ଅଣ କ୍ୟାଡର ଅଧିକାରୀଙ୍କୁ ବଦଳି ଆଦେଶ ଦେଇଛନ୍ତି। ବିଶେଷକରି ନେତୃତ୍ବ ପଦବୀରେ ରହିଥିବା ୮ ଜଣ ପୁଲିସ ଅଧୀକ୍ଷକ ଏବଂ ୫ ଜଣ ଜିଲ୍ଲାପାଳ ଏହି ଆଦେଶରେ ପ୍ରଭାବିତ ହୋଇଛନ୍ତି। ସେଥିରେ ଓଡ଼ିଶାର ୩ ଅଧିକାରୀ ରହିଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଓଡ଼ିଶାର ଯେଉଁ ଜିଲ୍ଲାପାଳଙ୍କୁ ବଦଳି ଆଦେଶ ଦିଆଯାଇଛି ସେ ହେଉଛନ୍ତି ଢେଙ୍କାନାଳର ଜିଲ୍ଲାପାଳ। ସେ କ୍ୟାଡର ଭିତ୍ତିକ ଅଧିକରୀ ନୁହନ୍ତି। ସେହିଭଳି ଦୁଇଜଣ ଏସ୍‍ପିଙ୍କ ଭିତରେ ରହିଛନ୍ତି ଦେବଗଡ଼ ଏସ୍‍ପି ଏବଂ କଟକ ଗ୍ରାମାଞ୍ଚଳ ଏସ୍‍ପି। ଏହି ତିନି ଅଧିକାରୀଙ୍କୁ ତୁରନ୍ତ ବଦଳି ଆଦେଶ ଦିଆଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁଙ୍କୁ ନେଇ ଗଠିତ କମିଟି ଏହି ନିଷ୍ପତ୍ତି ନେଇଛନ୍ତି। 

ଏହିକ୍ରମରେ ଗୁଜରାଟର ଛୋଟା ଉଦୟପୁର ଏସ୍‍ପି ଏବଂ ଅହମ୍ମଦାବାଦ ଗ୍ରାମାଞ୍ଚଳ ଏସ୍‍ପିଙ୍କୁ ବଦଳି କରାଯାଇଛି। ପଞ୍ଜାବର ପଠାନକୋଟ୍‍, ଫାଜିଲକା, ଜଳନ୍ଧର ଗ୍ରାମାଞ୍ଚଳ, ଏବଂ ମାଲେର କୋଟା ଏସ୍‍ଏସ୍‍ପିଙ୍କୁ ବଦଳି କରାଯାଇଛି। ପଶ୍ଚିମ ବଙ୍ଗର ପୂର୍ବ ମିଦିନାପୁର, ଝାଡଗ୍ରାମ, ପୂର୍ବ ବରଦ୍ଧମାନ ଏବଂ ବୀରଭୂମ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ବଦଳି ପାଇଁ ଆଦେଶ ଦିଆଯାଇଛି।

Also Read- ରାଜମହଲ ଛକରେ ଦୁର୍ଘଟଣା, ଅଟୋକୁ ଧକ୍କାଦେଲା ମୋ ବସ୍

Also Read- Budhaditya Yog: ଆଜି ବୁଦ୍ଧାଦିତ୍ୟ ଯୋଗ, ୫ଟି ରାଶିକୁ ମିଳିବ ଶୁଭଫଳ