Elon Muskଙ୍କ ନିଷ୍ପତ୍ତି ପରେ ଅନେକ ଭାରତୀୟ ବେରୋଜଗାର, ଅନେକଙ୍କ ଆଖିରେ ବିଷାଦର ଲୁହ
Advertisement
Article Detail0/zeeodisha/odisha1425009

Elon Muskଙ୍କ ନିଷ୍ପତ୍ତି ପରେ ଅନେକ ଭାରତୀୟ ବେରୋଜଗାର, ଅନେକଙ୍କ ଆଖିରେ ବିଷାଦର ଲୁହ

Elon Musk: ଟ୍ୱିଟର ଇଣ୍ଡିଆ କାର୍ଯ୍ୟାଳୟ ବାହାରେ ଅନେକ ଲୋକ ଆଖିରେ ଲୁହ ଦେଖି ଆପଣଙ୍କର ମଧ୍ୟ ଆଖି ଛଳ ଛଳ ହୋଇଯିବେ । କର୍ମଚାରୀମାନଙ୍କୁ ବାହାରକୁ ଯିବା ବାଟ ଦେଖାଉଥିବା ଏହି ଇମେଲ୍ ବିଶ୍ୱରେ କାର୍ଯ୍ୟ କରୁଥିବା ଟ୍ୱିଟରର ଅଧିକାଂଶ କର୍ମଚାରୀଙ୍କ ନିକଟରେ ପହଞ୍ଚିଛି ।

ସୌ: ସୋସିଆଲ ମିଡିଆ

Elon Musk: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରର କମାଣ୍ଡ୍ ନେବା ମାତ୍ରେ ଏଲୋନ୍ ମସ୍କ (Elon Musk) କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରି ଦେଇଛନ୍ତି ଓ ବହୁ କର୍ମଚାରୀଙ୍କୁ ଚାକିରୀରୁ ଇସ୍ତଫା ଦେବା ପାଇଁ କମ୍ପାନୀ ତରଫରୁ ଇମେଲ ମଧ୍ୟ ପହଞ୍ଚି ସାରିଛି । ଏହା ପରେ ଆଜି ଅନେକ ଲୋକଙ୍କ ଆଖିରେ ଲୁହ ଓ ଟ୍ୱିଟର ଇଣ୍ଡିଆ ଅଫିସ୍ (Twitter India office) ବାହାରେ ମଧ୍ୟ ଅନେକ କାନ୍ଦୁଥିବା ନଜର ଆସିଛନ୍ତି । ଏହି ଇମେଲ୍ କର୍ମଚାରୀମାନଙ୍କୁ ବାହାରକୁ ଯିବାର ରାସ୍ତା ଦେଖାଉଥିବା ବିଶ୍ୱରେ କାର୍ଯ୍ୟ କରୁଥିବା ଟ୍ୱିଟରର (Twitter) ଅଧିକାଂଶ କର୍ମଚାରୀଙ୍କ ନିକଟରେ  ପହଞ୍ଚିଛି ।

ଶୁକ୍ରବାର ଦିନ ସକାଳେ ଟ୍ୱିଟର ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ପରିବେଶ ଅତ୍ୟନ୍ତ ଦୁଃଖଦାୟକ ଥିଲା । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଅନେକ ଲୋକ ପରସ୍ପର ସହ ନିଜର ସମସ୍ୟା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା, କିଛି ଲୋକଙ୍କ ଆଖି ଲୁହରେ ଛଳ ଛଳ ଥିଲା । ଟ୍ୱିଟର ଦ୍ୱାରା ଅନେକ ଲୋକଙ୍କୁ ପଠାଯାଇଥିବା ଏକ ଇମେଲରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା କାର୍ଯ୍ୟାଳୟ ଛାଡିବାକୁ କୁହାଯାଇଥିଲା ।

ଖବର ଅନୁଯାୟୀ, ଏହି ଇମେଲ୍ ପାଇବା ପରେ ଅନେକ ଲୋକ ସେମାନଙ୍କର ଅଫିସିଆଲ୍ ଇମେଲ୍ ଆକାଉଣ୍ଟରୁ ଲଗ୍ ଆଉଟ୍ ହୋଇ ନିଜର ଜିନିଷପତ୍ର ସହିତ ଅଫିସରୁ ବାହାରକୁ ଆସିଥିଲେ । ଏଥିରେ କର୍ମଚାରୀମାନଙ୍କୁ କିଛି ପଚରାଯାଇ ନାହିଁ କିମ୍ବା କିଛି କୁହାଯାଇ ନାହିଁ । ଏପରିକି ତାଙ୍କ ମେନେଜରଙ୍କ ସହ ଏ ବାବଦରେ କୌଣସି ଆଲୋଚନା ହୋଇନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ, ଏଲୋନ୍ ମସ୍କ ଟ୍ୱିଟର ହାସଲ କରିବା ପରେ ପ୍ରାୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ବରଖାସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି ପରିସ୍ଥିତିରେ ଟ୍ୱିଟର ପ୍ରାୟ ୭୫୦୦ କର୍ମଚାରୀଙ୍କୁ ବରଖାସ୍ତ କରିଛି ।

ଏଲୋନ୍ ମସ୍କଙ୍କ ଦ୍ୱାରା ଟ୍ୱିଟର ଅଧିଗ୍ରହଣ ପରେ ଅନେକ ବଡ ଏବଂ କଠିନ ନିଷ୍ପତ୍ତି ନିଆଯାଇଛି । ଏଥିରେ ସିଇଓଙ୍କ ସମେତ ବୋର୍ଡ ଅଫ୍ ଡାଇରେକ୍ଟର୍ସ କମିଟି ଭାଙ୍ଗିବାକୁ ନିଷ୍ପତ୍ତି ରହିଛି । ଏହା ପରେ ବ୍ଲୁ ଟିକ୍ (Twitter Blue Tick) ବଦଳରେ ଦେୟର୍ଭୁକ୍ତ କରାଯାଇଛି । 

ଟ୍ୱିଟର ନୂଆ ସିଇଓ, ଏଲୋନ ମସ୍କଙ୍କ ଏହି ଘୋଷଣା ପରେ ସୋସିଆଲ ମିଡିଆରେ ମିଶ୍ରିତ ରିଆକସନ୍ ଦେଖିବାକୁ ମିଳିଛି। ଟ୍ୱିଟର ଦେୟ ମୁକ୍ତ ହେଲେ ଏହା କେବଳ ଧନୀଙ୍କ ପାଇଁ ଉଦ୍ଧିଷ୍ଟ ହେବ ଓ ନକଲି ଏକାଉଣ୍ଟ ସଂଖ୍ୟା ବୃଦ୍ଧି ପାଇବ ବୋଲି କିଛି ଲୋକ ଦାବି କରୁଛନ୍ତି। ସେମାନଙ୍କ କହିବା ହେଲା, ଟ୍ୱିଟର ଯେଉଁ ମାସିକ ୮ ଡଲାର ଫି ପାଇଁ କହୁଛି, ତାହା ଏକ ବଡ ବର୍ଗର ୟୁଜର୍ସଙ୍କ ପାଇଁ ଅଧିକ ହେଉଛି। ଲୋକ ଟଙ୍କା ଦେଇ ନକଲି ଆକାଉଣ୍ଟ ମଧ୍ୟ ଖୋଲିବାର ସମ୍ଭାବନା ଅଛି। ଅନ୍ୟପଟେ ଟ୍ୱିଟରର ଏପରି ଘୋଷଣା ପରେ ଡୋନାଲ୍ଡ ଟ୍ରମ୍ପ ଓ କଙ୍ଗନା ରଣାୱତଙ୍କ ପରି ବ୍ୟକ୍ତିଙ୍କ ଟ୍ୱିଟର ଆକାଣ୍ଟ ପୁଣିଥରେ ଚାଲୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଏହା ବି ପଢ଼ନ୍ତୁ: 'Blue Tick' ପାଇଁ ଏତିକି ଟଙ୍କା ଚାର୍ଜ କରିବ Twitter, ମିଳିବ ଏହି ସବୁ ସୁବିଧା