Union Budget 2024: ବଜେଟରେ କାହାକୁ କେତେ ମିଳିଲା
Advertisement
Article Detail0/zeeodisha/odisha2349436

Union Budget 2024: ବଜେଟରେ କାହାକୁ କେତେ ମିଳିଲା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ତାଙ୍କର ସପ୍ତମ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ବ୍ୟତୀତ ମୋଦୀ ସରକାର ୩.୦ର ଏହା ମଧ୍ୟ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଏହି ବଜେଟରେ ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେବାକୁ ପ୍ରୟାସ କରିଛନ୍ତି ସରକାର। ତେବେ ଚଳିତ ବର୍ଷ ମୋଟ ୩୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ରହିଛି। 

Union Budget 2024: ବଜେଟରେ କାହାକୁ କେତେ ମିଳିଲା

Union Budget 2024 : ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ତାଙ୍କର ସପ୍ତମ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ବ୍ୟତୀତ ମୋଦୀ ସରକାର ୩.୦ର ଏହା ମଧ୍ୟ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଏହି ବଜେଟରେ ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେବାକୁ ପ୍ରୟାସ କରିଛନ୍ତି ସରକାର। ଚଳିତ ବର୍ଷ ମୋଟ ୩୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ରହିଛି। ତେବେ ଆସନ୍ତୁ ନଜର ପକାଇବା କାହାକୁ କେତେ ଟଙ୍କା ବଜେଟ ବ୍ୟୟବରାଦ ହୋଇଛି। 

fallback

ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୪,୫୪,୭୭୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଗ୍ରାମାଞ୍ଚଳର ବିକାଶ ପାଇଁ ୨୬୫୮୦୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। କୃଷି ଓ ସମ୍ବନ୍ଧ କାର୍ଯ୍ୟକଳାପର ଉନ୍ନତି ପାଇଁ ୧୫୧୮୫୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଗୃହ ବିଭାଗ ପାଇଁ ୧୫୦୯୮୩ କୋଟି ଟଙ୍କା, ଶିକ୍ଷା ୧୨୫୬୩୮ କୋଟି ଟଙ୍କା, ସୂଚନା ଓ ଔଦ୍ୟୋଗିକ ଏବଂ ଦୂରସଂଚାର ପାଇଁ ୧୧୬୩୪୨ କୋଟି ଟଙ୍କା, ସ୍ୱାସ୍ଥ୍ୟ ପାଇଁ ୮୯୨୮୭ କୋଟି ଟଙ୍କା, ଉର୍ଜା ପାଇଁ ୬୮୭୬୯ କୋଟି ଟଙ୍କା, ସମାଜ କଲ୍ୟାଣ ପାଇଁ ୫୬୫୦୧ କୋଟି ଟଙ୍କା ଓ ବାଣିଜ୍ୟ ଏବଂ ଉଦ୍ୟୋଗ ପାଇଁ ୪୭୫୫୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।