China-US War: ଆମେରିକା ଓ ଚୀନ୍ ମଧ୍ୟରେ ହେବ ଏକ ଭୟଙ୍କର ଯୁଦ୍ଧ! US ଜେନେରାଲଙ୍କ ଦାବି ପରେ ଚକିତ ସାରା ବିଶ୍ୱ
Advertisement

China-US War: ଆମେରିକା ଓ ଚୀନ୍ ମଧ୍ୟରେ ହେବ ଏକ ଭୟଙ୍କର ଯୁଦ୍ଧ! US ଜେନେରାଲଙ୍କ ଦାବି ପରେ ଚକିତ ସାରା ବିଶ୍ୱ

China-US War: ୨୦୨୫ ମସିହାରେ ଆମେରିକା ଓ ଚୀନ୍ (America and China) ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ହୋଇପାରେ । ଆମେରିକାର ବାୟୁସେନା ଜେନେରାଲ ମାଇକ ମୀନିହାନ (Mike Minahan) କହିଛନ୍ତି ଯେ ଯୁଦ୍ଧର ସମ୍ଭାବନା ବଢୁଛି । ସେନା ଅଧିକାରୀଙ୍କୁ ମଧ୍ୟ ସେ ପ୍ରସ୍ତୁତ ରହିବାକୁ କହିଛନ୍ତି ।

ସୌ: ସୋସିଆଲ ମିଡିଆ

Mike Minahan On US-China War: ଆମେରିକାର ବାୟୁସେନା ଜେନେରାଲଙ୍କ (US Air Force general) ଏକ ଦାବି ବର୍ତ୍ତମାନ ସମଗ୍ର ବିଶ୍ୱକୁ ଚକିତ କରାଇଛି । ଅଧିକାରୀ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଆମେରିକା ଓ ଚୀନ୍ (US-China) ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ହୋଇପାରେ । ଏନବିସିର ଏକ ରିପୋର୍ଟ ଅନୁଯାୟୀ, ଅଧିକାରୀ ମଧ୍ୟ ଏ ସମ୍ପର୍କରେ ଏକ ମେମୋ ପଠାଇଛନ୍ତି । କୁହାଯାଇଛି ଯେ ୨୦୨୫ ମସିହାରେ ଆମେରିକା ଓ ଚୀନ୍ (America and China) ମଧ୍ୟରେ ଯୁଦ୍ଧ ହୋଇପାରେ । ଯୁଦ୍ଧର ସମ୍ଭାବନା ବୃଦ୍ଧି ପାଉଛି । କେବଳ ଏତିକି ନୁହେଁ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ସେନା ଅଧିକାରୀମାନଙ୍କୁ ମଧ୍ୟ ସତର୍କ କରାଇଛନ୍ତି ।

ୱିଅନ୍ୟୁସରେ (Wionews) ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ବାୟୁସେନା ଜେନେରାଲ ମାଇକ ମିନିହାନ ୨୭ ଜାନୁଆରୀରେ ତାଙ୍କ ଅଧିକାରୀଙ୍କ ନିକଟକୁ ଏକ ମେମୋ ପଠାଇଥିଲେ । ଏଥିରେ ସେ କହିଛନ୍ତି ଯେ ୱାଶିଂଟନ୍ ଆସନ୍ତା ୨ ବର୍ଷ ମଧ୍ୟରେ ଚୀନ୍ ସହିତ ଯୁଦ୍ଧକୁ ଯାଇପାରେ । ସମ୍ଭବତଃ ତାଇୱାନ ପ୍ରସଙ୍ଗକୁ ନେଇ ଏହି ଯୁଦ୍ଧ ହୋଇପାରେ । କେବଳ ଏତିକି ନୁହେଁ ସେନାକୁ ପ୍ରସ୍ତୁତ ରହିବାକୁ ମଧ୍ୟ କହିଛନ୍ତି ।

ୱିଓନ୍ୟୁଜ୍ ଅନୁଯାୟୀ, ଏହି ଦାବି ସହ ଜଡିତ କିଛି ଦଲିଲ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଏହା ପରେ ପେଣ୍ଟାଗନ୍ ମଧ୍ୟ ଏହାକୁ ନିଶ୍ଚିତ କରିଛି । ଏହି ମେମୋରେ ଏୟାର ମୋବିଲିଟି କମାଣ୍ଡର ମୁଖ୍ୟ ମିନହାନ୍ କହିଛନ୍ତି ଯେ ଆଶା କରୁଛି ଯେ ମୁଁ ଭୁଲ୍ କିନ୍ତୁ ମୋର ବିବେକ କହୁଛି ଯେ ଆମକୁ ୨୦୨୫ ରେ ଯୁଦ୍ଧ କରିବାକୁ ପଡିପାରେ । ରିପୋର୍ଟ ଅନୁଯାୟୀ, ବାୟୁସେନା ଜେନେରାଲ ମାଇକ ମିନିହାନ କହିଛନ୍ତି ଯେ ୨୦୨୪ ମସିହାରେ ଉଭୟ ତାଇୱାନ ଓ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏହି କାରଣରୁ ଆମେରିକା 'ବିଚଳିତ' ହେବ । ଏହି କାରଣରୁ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ତାଇୱାନରେ ଆଗକୁ ବଢ଼ିବାରେ ସୁଯୋଗ ପାଇବେ । ଚୀନ୍‌ର ଆଶଙ୍କାକୁ ଦର୍ଶାଇ ଜେନେରାଲ କହିଛନ୍ତି ଯେ ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଉଚିତ୍ ।

ମିନିହାନ କହିଛନ୍ତି ଯେ ନିର୍ବାଚନର ମାହୋଲ ଯୋଗୁଁ ଉଭୟ ଦେଶରେ ଉତ୍ତେଜନା ଦେଖାଦେଇଛି । ଏଭଳି ପରିସ୍ଥିତିରେ ଚୀନ୍ ଏହାର ରଣନୀତି ପୂରଣ କରିବାର ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ନେବାକୁ ଚେଷ୍ଟା କରିବ । କହିରଖୁଛୁ ଯେ ତାଇୱାନକୁ ନେଇ ଆମେରିକା ଓ ଚୀନ୍ ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି । ଚୀନ୍‌ର ଧମକ ସତ୍ତ୍ୱେ ଆମେରିକାର ସ୍ପିକର ୨୦୨୨ ମସିହାରେ ତାଇୱାନରେ ପହଞ୍ଚିଥିଲେ । ତାଙ୍କ ଗସ୍ତକୁ ନେଇ ଚୀନ୍ ଅନେକ ଆପତ୍ତି ଉଠାଇଥିଲା ।

ଏହା ବି ପଢ଼ନ୍ତୁ: ଭାଇ-ଭଉଣୀ ସହିତ ଡିଜିଟାଲ୍ ରେପ୍, ଅଭିଯୁକ୍ତ ଗିରଫ, ଜାଣନ୍ତୁ କ'ଣ ଏହି ମାମଲା?

ଏହା ବି ପଢ଼ନ୍ତୁ: Health Tips: ବାଥରୁମ୍ ଗଲାବେଳେ ସାଥିରେ ନେଉଛନ୍ତି କି ଫୋନ୍? ଜାଣନ୍ତୁ ଏହାର କୁ ପରିଣାମ, ନଚେତ୍ ଭୋଗିବେ ସମସ୍ୟା!