US-Saudi Arabia Relationship: ଆମେରିକାର କେବଳ ଗୋଟିଏ ନିଷ୍ପତ୍ତି ଆଉ ବର୍ବାଦ ହୋଇଯିବ ସାଉଦି ଆରବ!
Advertisement

US-Saudi Arabia Relationship: ଆମେରିକାର କେବଳ ଗୋଟିଏ ନିଷ୍ପତ୍ତି ଆଉ ବର୍ବାଦ ହୋଇଯିବ ସାଉଦି ଆରବ!

US-Saudi Arabia Relationship: ଆମେରିକାରେ ଦାବି କରାଯାଉଛି ଯେ ସାଉଦି ସହ ଅସ୍ତ୍ର, ସୁରକ୍ଷା ଉପକରଣର ଯୋଗାଣ ବା ରକ୍ଷଣାବେକ୍ଷଣ ପାଇଁ ଦିଆଯାଉଥିବା ସହାୟତା ରାଶି ଉପରେ ରୋକ୍ ଲଗାଇ ଦେବା ଆବଶ୍ୟକ । ଯଦି ଏପରି ହୁଏ ଓ ଆମେରିକା ଦ୍ୱାରା ଏହି ରୋକ୍ ଲଗାଯାଏ । ତେବେ ସାଉଦି ଆରବ ପାଇଁ ଏହା ଏକ ବଡ଼ ଶକ୍ତ ଧକ୍କା ହୋଇପାରେ । କାରଣ ବର୍ତ୍ତମାନ ସାଉଦି ଆରବ ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ଉପରେ ଅଧିକ ନିର୍ଭରଶୀଳ ରହିଛି ।

US-Saudi Arabia Relationship: ଆମେରିକାର କେବଳ ଗୋଟିଏ ନିଷ୍ପତ୍ତି ଆଉ ବର୍ବାଦ ହୋଇଯିବ ସାଉଦି ଆରବ!

US-Saudi Arabia Relationship: ତୈଳ ଉତ୍ପାଦନ ହ୍ରାସ କରିବାକୁ ତୈଳ ରପ୍ତାନି କରୁଥିବା ଦେଶଗୁଡ଼ିକର ସଂଗଠନ ଓପେକ୍ ପ୍ଲସର ନିଷ୍ପତ୍ତି ପରେ ସାଉଦି ଆରବ ଓ ଆମେରିକା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଆମେରିକା ଲଗାତାର ସାଉଦି ଆରବ ବିରୋଧରେ କଡ଼ା ବୟାନ ଦେବା ଜାରି ରଖିଛି । ଆମେରିକାର ବୟାନ ପରେ ସାଉଦି ଆରବ ତରଫରୁ ମଧ୍ୟ ପାଲଟା ଆକ୍ରମଣ କରାଯାଉଛି । ଏହି ସମୟରେ ଆମେରିକାରେ ଦାବି କରାଯାଉଛି ଯେ ସାଉଦି ସହ ଅସ୍ତ୍ର, ସୁରକ୍ଷା ଉପକରଣର ଯୋଗାଣ ବା ରକ୍ଷଣାବେକ୍ଷଣ ପାଇଁ ଦିଆଯାଉଥିବା ସହାୟତା ରାଶି ଉପରେ ରୋକ୍ ଲଗାଇ ଦେବା ଆବଶ୍ୟକ । ଯଦି ଏପରି ହୁଏ ଓ ଆମେରିକା ଦ୍ୱାରା ଏହି ରୋକ୍ ଲଗାଯାଏ । ତେବେ ସାଉଦି ଆରବ ପାଇଁ ଏହା ଏକ ବଡ଼ ଶକ୍ତ ଧକ୍କା ହୋଇପାରେ । କାରଣ ବର୍ତ୍ତମାନ ସାଉଦି ଆରବ ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ଉପରେ ଅଧିକ ନିର୍ଭରଶୀଳ ରହିଛି ।

ଆମେରିକାର ସାଂସଦ ରିଚାର୍ଡ ବ୍ଲୁମେହଲ ଓ ରୋ ଖାନ୍ନା ସାଉଦି ଆରବ ସହିତ ଅସ୍ତ୍ରଶସ୍ତ୍ର କାରବାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥି ସହିତ ଉଭୟ ସାଂସଦ କହିଛନ୍ତି ଯେ, ଗୋଟିଏ ବର୍ଷ ପର୍ଯ୍ୟନ୍ତ ସାଉଦି ଆରବକୁ ସମସ୍ତ ପ୍ରକାରର ବାଣିଜ୍ୟିକ ବିକ୍ରୟ ଓ ବିଦେଶୀ ସାମରିକ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ । ଏହା ସହିତ ସୁରକ୍ଷା ଉପକରଣ କ୍ରୟ ଓ ବିକ୍ରୟ ମଧ୍ୟ ବନ୍ଦ କରାଯିବା ଆବଶ୍ୟକ । ଆମେରିକୀୟ ନେତାମାନେ ଗୃହରେ ସେମାନଙ୍କ ପ୍ରସ୍ତାବରେ କହିଛନ୍ତି ଯେ, ସାଉଦି ଆରବର ଅଧିକାଂଶ ଅସ୍ତ୍ର ଆମେରିକାରେ ନିର୍ମିତ । ତେଣୁ ଯଦି ଏହା ଉପରେ ପ୍ରତିବନ୍ଧକ ଲଗାଯାଏ ତେବେ ସାଉଦି ଆରବ ସୈନ୍ୟ ଉପରେ ଏହାର ଅନେକ ପ୍ରଭାବ ପଡ଼ିବ । ଏଥି ସହିତ ସାଉଦି ଆରବ ଆମେରିକାର ସାମରିକ ପ୍ରଯୁକ୍ତିବିଦ୍ୟା ଉପରେ ଏତେ ନିର୍ଭରଶୀଳ ଯେ ତାକୁ ଆତ୍ମନିର୍ଭରଶୀଳ ହେବା କିମ୍ବା ବିକଳ୍ପ ଖୋଜିବା ପାଇଁ ବର୍ଷ ବର୍ଷ ଲାଗିଯିବ ।

ସେପଟେ ଆମେରିକାର ସାଂସଦ ରୋ ଖାନ୍ନା କହିଛନ୍ତି ଯେ, ପ୍ରତିରକ୍ଷା ପ୍ରସଙ୍ଗରେ ସାଉଦି ତୁରନ୍ତ ଋଷ କିମ୍ବା ଚୀନ୍ ଆଡକୁ ଯାଇପାରିବ ନାହିଁ । ଆମେରିକା ଯେଉଁ ପ୍ରକାର ଅସ୍ତ୍ର ଯୋଗାଉଛି, ସାଉଦିକୁ ଅନ୍ୟ କୌଣସି ସ୍ଥାନରୁ ଏଭଳି ଅସ୍ତ୍ରଶସ୍ତ୍ର ପାଇବାକୁ ଅତି କମରେ ୧୦ ବର୍ଷ ଲାଗିବ । ବାସ୍ତବରେ ଯଦି ସାଉଦିରେ ଆମେରିକୀୟ ଟେକ୍ନିସିଆନ ନ ରହିବ, ତେବେ ସେମାନଙ୍କର ବାୟୁସେନା ଗୋଟିଏ ଦିନରେ ଭୂପୃଷ୍ଠରେ ଆସିଯିବ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଭରସାରେ ପାକିସ୍ତାନର ସେମିଫାଇନାଲ ଟିକେଟ୍...ବାବର ବ୍ରିଗେଡକୁ ଡରାଉଛି ଏହି ଭୟାନକ ରେକର୍ଡ

ଅଧିକ ପଢ଼ନ୍ତୁ:-ଆଚ୍ଛା! ତେବେ ଏ ହେଉଛନ୍ତି RP, ଉର୍ବଶୀ ରୌତେଲା କଲେ ଖୁଲାସା! ପନ୍ତ ନୁହେଁ, ଏହି ବ୍ୟକ୍ତିଙ୍କ ବିଷୟରେ କହୁଥିଲେ ଅଭିନେତ୍ରୀ

ଅଧିକ ପଢ଼ନ୍ତୁ:-ସକାଳର ଜଳଖିଆରେ ଖାଉଛନ୍ତି କି ହ୍ୱାଇଟ୍ ବ୍ରେଡ୍, ତେବେ ହୋଇଯାଆନ୍ତୁ ସାବଧାନ; ଆପଣଙ୍କ ସ୍ୱାସ୍ଥ୍ୟରେ ହୋଇପାରେ ଏସବୁ କ୍ଷତି​

ଏଠାରେ କହି ରଖୁଛୁ ଯେ, ଆମେରିକାର ଆଧୁନିକ F-15 ଯୁଦ୍ଧ ବିମାନ ବର୍ତ୍ତମାନ ରୟାଲ ସାଉଦି ଆରବ ବାୟୁସେନା (RSAF) ର ବଳ ଅଟେ । ୨୦୧୫ରେ ଯେତେବେଳେ ସାଉଦି ଆରବ ୟେମେନ ଯୁଦ୍ଧରେ ଏୟାର ଆକ୍ରମଣ କରିଥିଲା, ସେତେବେଳେ ବାୟୁସେନା ସୈନ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ରେଡିଓ ସିଗନାଲ୍ ସଠିକ୍ ଭାବରେ କାମ କରୁ ନ ଥିବାରୁ ପାଇଲଟମାନଙ୍କୁ ଉଡ଼ିବା ସମୟରେ ସାଟଲାଇଟ୍ ଫୋନ୍ ସହିତ ଯୋଗାଯୋଗ କରିବାକୁ ପଡୁଥିଲା ।

ସେହି ସମୟରେ ଆମେରିକା ଯୁଦ୍ଧ ବିମାନର ରିଫିଲିଂରେ ସାଉଦି ଯୁଦ୍ଧ ବିମାନକୁ ସାହାଯ୍ୟ କରିଥିଲା । ଏଭଳି ଘଟଣାରୁ ଏହା ସ୍ପଷ୍ଟ ହୋଇଛି ଯେ, ଯଦି ଆମେରିକା ସାଉଦିକୁ ସାହାଯ୍ୟ ଦେବା ସମ୍ପୂର୍ଣ୍ଣ ବନ୍ଦ କରିଦିଏ, ତେବେ ସାଉଦି ବାୟୁସେନାକୁ ଏକ କଷ୍ଟଦାୟକ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଅବଶ୍ୟ, ସାଉଦି ଆରବ ବାୟୁସେନାରେ F-16 ସହିତ ଅଣ-ଆମେରିକୀୟ ୟୁରୋଫାଇଟର ଟାଇଫୁନ୍ ଓ ପାନଭିଆ ଟର୍ନାଡୋ ଫ୍ଲିଟ୍ ମଧ୍ୟ ଅଛି ।