Indian Railways: ଟ୍ରେନ ଭିତରୁ ବାହାରୁଥିଲା ଧୂଆଁ; ତଦନ୍ତ ପରେ ସାମ୍ନାକୁ ଆସିଲା ସତ
Advertisement
Article Detail0/zeeodisha/odisha2066087

Indian Railways: ଟ୍ରେନ ଭିତରୁ ବାହାରୁଥିଲା ଧୂଆଁ; ତଦନ୍ତ ପରେ ସାମ୍ନାକୁ ଆସିଲା ସତ

Fire Breaks Out in  Sangam Express: ଟ୍ରେନ ଭିତରୁ ଧୂଆଁ ବାହାରିବା ପରେ କାନପୁର ଦେହାତ ଜିଲ୍ଲାର ଝିଞ୍ଝକ ରେଳ ଷ୍ଟେସନ ଠାରେ ଠାରେ ଅଟକି ଯାଇଥିଲା ସଙ୍ଗମ ଏକ୍ସପ୍ରେସ।  

 

Indian Railways: ଟ୍ରେନ ଭିତରୁ ବାହାରୁଥିଲା ଧୂଆଁ; ତଦନ୍ତ ପରେ ସାମ୍ନାକୁ ଆସିଲା ସତ

Fire Breaks Out in Train in UP: ସଦ୍ୟ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଶୀତ ଦାଉରୁ ନିଜକୁ ରକ୍ଷା କରିବାକୁ ଯାଇ କୃଷକ ସଂଘର ନେତା ଟ୍ରେନ ଯୋଗେ ଯାତ୍ରା କରିବା ସମୟରେ ଅନ୍ୟ ଯାତ୍ରୀଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେବା ଭଳି କାମ କରିଥିଲେ। ଏହି କାରଣରୁ କାନପୁର ଦେହାତ ଠାର ସଙ୍ଗମ ଏକ୍ସପ୍ରେସ ମଧ୍ୟରୁ ଧୂଆଁ ବାହାରିବାର ଖବର ମିଳିବା ମାତ୍ରେ କାନପୁର କେନ୍ଦ୍ରୀୟ ରେଳ ଷ୍ଟେସନ ଠାରେ ଆତଙ୍କ ଖେଳିଯାଇଥିଲା। ହେଲେ କୌଣସି ଅଘଟଣ ଘଟି ନଥିବାରୁ ରେଳବାଇ ଅଧିକାରୀ ତଥା କର୍ମଚାରୀ ଆଶ୍ୱସ୍ତ ହୋଇଥିଲେ। 

ଏନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଅଗ୍ନିକାଣ୍ଡ କାରଣରୁ କୌଣସି ଧୂଆଁ ବାହାରି ନଥିଲା। ବରଂ ଶୀତ ଦାଉରୁ ନିଜକୁ ରକ୍ଷା କରିବାକୁ ଯାଇ କୃଷକ ସଂଘର ନେତା ଟ୍ରେନ ମଧ୍ୟରେ ଉଠା ଚୁଲି ଜାଳି ସେକ ନେଉଥିଲେ। ମେରଠା ଠରୁ ପ୍ରୟାଗରାଜ ଅଭିମୁଖେ ଚଳାଚଳ କରୁଥିବା ସଙ୍ଗମ ଏକ୍ସପ୍ରେସ ଯୋଗେ ଯାତ୍ରା କରୁଥିଲେ କୃଷକ ସଂଘର ନେତା। ଯେତେବେଳେ ଟ୍ରେନ ଭିତରେ ପ୍ରବଳ ଧୂଆଁ ଦେଖାଗଲା, ସେତେବେଳେ ଯାତ୍ରୀ ଅନ୍ୟ କୋଚ୍ ଆଡକୁ ଦୌଡ଼ିଥିଲେ। ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ଜଣାପଡ଼ିଲା ​​ଯେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କୃଷକ ସଂଘର କର୍ମକର୍ତ୍ତା ଉଠା ଚୁଲି ଜାଳି ସେକ ନେଉଥିଲେ।

ତରବରରେ କାନପୁର ସେଣ୍ଟ୍ରାଲ ରେଲ ଷ୍ଟେସନ ଠାରେ ଅଟକିଥିଲା ସଙ୍ଗମ ଏକ୍ସପ୍ରେସ 
ସଙ୍ଗମ ଏକ୍ସପ୍ରେସ ମଧ୍ୟରୁ ନିଆଁ ବାହାରୁଥିବା ନେଇ ରେଳବାଇ ନିୟନ୍ତ୍ରଣ କକ୍ଷ ଖବର ପାଇବା ମାତ୍ରେ କାନପୁର ଦେହାତ ଜିଲ୍ଲାର ଝିଞ୍ଝକ ରେଳ ଷ୍ଟେସନ ଠାରେ ଅଟକି ଯାଇଥିଲା ସଙ୍ଗମ ଏକ୍ସପ୍ରେସ। ସେଠାରେ ଯାଞ୍ଚ କରିବା ସମୟରେ ଜଣାପଡ଼ିଥିଲା ଯେ  କୃଷକ ସଂଘର ନେତା ଶୀତ ଦାଉରୁ ନିଜକୁ ରକ୍ଷା କରିବାକୁ ଯାଇ ଉଠା ଚୁଲି ଜାଳି ସେକ ନେଉଥିଲେ। ଏହି କାରଣରୁ ଟ୍ରେନ ଭିତରୁ ନିଆଁ ବାହାରୁଥିଲା। ପରେ ଯାତ୍ରୀଙ୍କୁ ଟ୍ରେନ ଭିତରୁ ବାହାର କରାଯାଇଥିଲା ଏବଂ ସେହି ଉଠା ଚୁଲିରେ ଜଳୁଥିବା ନିଆଁକୁ ଲିଭା ଯାଇଥିଲା। ସମ୍ପୂର୍ଣ୍ଣ ଅନୁସନ୍ଧାନ ହୋଇସାରିବା ରେ ଟ୍ରେନ ଏହାର ଯାତ୍ରା ଆରମ୍ଭ କରିଥିଲା। ସଙ୍ଗମ ଏକ୍ସପ୍ରେସ କାନପୁର ସେଣ୍ଟ୍ରାଲ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବରସ ୫ ଠାରେ ପହଞ୍ଚିବା ମାତ୍ରେ ରେଳବାଇ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ଉଚ୍ଚସ୍ତରୀୟ ତଦନ୍ତ। ଯଦିଓ ପୁରା ଟ୍ରେନ୍ ଯାଞ୍ଚ କରାଯାଇଥିଲା ହେଲେ ଉଠା ଚୁଲି କେଉଁଠି ମିଳିଲା ନାହିଁ।

ମଜବୁତ ବ୍ୟବସ୍ଥା ମଧ୍ୟରେ କାନପୁର ଠାରୁ ପ୍ରୟାଗରାଜ ଅଭିମୁଖେ ଯାତ୍ରାସ କରିଥିଲା ଟ୍ରେନ 
ରେଳବାଇ ପୋଲିସ ବଳ ଖବର ପାଇଥିଲା ଯେ ଉଠା ଚୁଲିକୁ ଝିଞ୍ଝକ ରେଳ ଷ୍ଟେସନ ଠାରେ ଫିଙ୍ଗି ଦିଆଯାଇଥିଲା। ଏହା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଏହି ଘଟଣାରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଖବର ନାହିଁ। ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀ ଏବଂ ସୋସିଆଲ ମିଡିଆ ୟୁଜର ଅଭିଯୁକ୍ତ କୃଷକ ନେତା ତଥା ତାଙ୍କ ସମର୍ଥକଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। କୃଷକ ସଂଘର କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ।