Road rage in Bengaluru: ବାଙ୍ଗାଲୋରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବାସ୍ତବରେ ସାମାନ୍ୟ ବିବାଦ ପରେ ମହିଳା ଜଣକ କାରରେ ଜଣେ ପୁରୁଷଙ୍କୁ ଧକ୍କା ଦେଇଥିଲେ । ଏହାପରେ ତାଙ୍କୁ ୧ କିମି ପାଇଁ ବୋନେଟ ଉପରେ ଘୋଷାଡ଼ି ନେଇଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Trending Photos
Bangalore Road rage: ବେଙ୍ଗାଲୁରୁରେ ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳା ତାଙ୍କ କାରରେ ଜଣେ ପୁରୁଷଙ୍କୁ ଧକ୍କା ଦେଇଥିଲେ । ତା’ପରେ ବନେଟରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ । କୁହାଯାଉଛି ଯେ ଉଭୟ କାର ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବର୍ତ୍ତମାନ ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଯୁବକ ଜଣକ ବନେଟରେ ଝୁଲୁଛନ୍ତି ଓ ମହିଳା ଜଣକ ତାଙ୍କୁ କାର ଚଳାଇ ଘୋଷାଡ଼ି ନେଉଛନ୍ତି ।
ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ପ୍ରିୟଙ୍କା ଓ ଯୁବକଙ୍କ ନାମ ଦର୍ଶନ ବୋଲି କୁହାଯାଉଛି । ଉଭୟ କାର ପରସ୍ପର ସହ ମୁହାଁମୁହିଁ ହୋଇଥିଲେ ପରେ ବିବାଦ ଲାଗି ରହିଥିଲା । କୁହାଯାଉଛି ଯେ ଧକ୍କା ହେବା ପରେ ମହିଳା ଜଣକ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ଯୁବକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତା’ପରେ ମହିଳା ଜଣକ ତାଙ୍କ କାରରେ ତାଙ୍କୁ ଧକ୍କା ଦେଇ ବନେଟରେ ଘୋଷାଡ଼ି ନେଇଥିଲେ ।
बेंगलुरु में एक महिला ने शख्स को कार के बोनट पर 1 किमी तक घसीटा...#Karnataka#bengalururoad #rashdriving pic.twitter.com/rojGjyR27g
— Sweta Gupta (@swetaguptag) January 20, 2023
ଡେପୁଟି କମିଶନର ଅଫ୍ ଟ୍ରାଫିକ୍ ୱେଷ୍ଟ୍ କହିଛନ୍ତି, 'ପ୍ରିୟଙ୍କା ଦର୍ଶନଙ୍କ କାରକୁ ଧକ୍କା ଦେଇଥିଲା, ଏହା ପରେ ଦର୍ଶନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଏହି ସମୟରେ ମହିଲ ତାଙ୍କୁ ଏକ ଅଶ୍ଳୀଳ ଇଙ୍ଗିତ କରି ଖସିଯିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ଦର୍ଶନ ତାଙ୍କୁ କାରରୁ ବାହାରକୁ ଆସିବାକୁ କହିଥିଲେ, ସେ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ ଓ ମହିଳା ଜଣକ କାର ଚଳାଇବାକୁ ଲାଗିଲେ । ନିଜକୁ ବଞ୍ଚାଇବା ପାଇଁ ଦର୍ଶନ ତାଙ୍କ ବନେଟ ଉପରେ ଚଢ଼ିଯାଇଥିଲେ, ଏପରିକି ପ୍ରିୟଙ୍କା ଅଟକି ନ ଯାଇ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଗାଡି ଚଳାଇଥିଲେ ।
ଡିସିପି ଆହୁରି କହିଛନ୍ତି, 'ଯେତେବେଳେ ପ୍ରିୟଙ୍କା କାରକୁ ଅଟକାଇଥିଲେ, ଦର୍ଶନ ଓ ତାଙ୍କ ସାଙ୍ଗମାନେ ତାଙ୍କ କାରର କିଛି ଅଂଶ ଭାଙ୍ଗିଥିଲେ। ଉଭୟ ପକ୍ଷରୁ ପରସ୍ପର ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି । ଉଭୟ ପକ୍ଷର ଅଭିଯୋଗ ପରେ ପୋଲିସ ପ୍ରିୟଙ୍କାଙ୍କ ବିରୋଧରେ ଧାରା ୩୦୭ ଅନୁଯାୟୀ ମାମଲା ରୁଜୁ କରିଥିବାବେଳେ ଦାର୍ଶନ ଓ ତାଙ୍କ ସାଙ୍ଗମାନଙ୍କ ବିରୋଧରେ ଧାରା ୩୫୪ ଅନୁଯାୟୀ ମାମଲା ରୁଜୁ ହୋଇଛି ।
ଏହା ବି ପଢନ୍ତୁ: Rishi Sunak: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ମିଳିବ ସଜ୍ଜା, ଏହି ମାମଲାରେ ତଦନ୍ତ କରୁଛି ପୋଲିସ୍
ଏହା ବି ପଢନ୍ତୁ: Google Layoffs: ସାରା ବିଶ୍ୱରେ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍
ଏହା ବି ପଢନ୍ତୁ: Shubman Gill: ଶୁବମନ ଗିଲଙ୍କ ଦ୍ୱିଶତକ ପରେ ଭାଇରାଲ ହେଉଛି ରୋହିତ ଶର୍ମାଙ୍କର ଅଢ଼େଇ ବର୍ଷର ପୁରୁଣା ଟ୍ୱିଟ୍, ଜାଣନ୍ତୁ ମାମଲା