Vikramaditya Vedic Clock: କିପରି କାମ କରିବ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା ବିକ୍ରମାଦିତ୍ୟ? ଯିଏ କହିବ ୩୦ ଘଣ୍ଟାର ସମୟ
Advertisement
Article Detail0/zeeodisha/odisha2134710

Vikramaditya Vedic Clock: କିପରି କାମ କରିବ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା ବିକ୍ରମାଦିତ୍ୟ? ଯିଏ କହିବ ୩୦ ଘଣ୍ଟାର ସମୟ

Worlds First Vedic Watch: ଦେଶର ପ୍ରମୁଖ ଧର୍ମନଗରୀ ଉଜ୍ୱୈନ ଠାରେ ସ୍ଥାପିତ ହେଉଛି ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା ବିକ୍ରମାଦିତ୍ୟ। ଯିଏ ୨୪ ନୁହେଁ ବରଂ ୩୦ ଘଣ୍ଟାର ସମୟ ଲୋକଙ୍କୁ ଜଣାଇବ।

Vikramaditya Vedic Clock: କିପରି କାମ କରିବ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା ବିକ୍ରମାଦିତ୍ୟ? ଯିଏ କହିବ ୩୦ ଘଣ୍ଟାର ସମୟ

Ujjain Vedic Clock: ଚଳିତ ବର୍ଷର ଫେବୃଆରୀ ୨୯ ତାରିଖ ଏକ ବିଶେଷ ଦିନ ହେବାକୁ ଯାଉଛି। ଏହି ଦିନ ଦେଶ ତଥା ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ୨୦୨୪ ଫେବୃଆରୀ ୨୯ ତାରିଖ ଗୁରୁବାର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାବା ମହାକାଳଙ୍କ ନଗରୀ କୁହାଯାଉଥିବା ଉଜ୍ୱୈନ ଠାରେ ବିକ୍ରମାଦିତ୍ୟ ବୈଦିକ ଘଣ୍ଟା ଏବଂ ଏହାର ଡିଜିଟାଲ ଆପ୍ ସଂସ୍କରଣକୁ ଉଦଘାଟନ କରିବେ। ଏହି ଘଣ୍ଟା ମଧ୍ୟ ପ୍ରଦେଶର ଉଜ୍ୱୈନ ଜିଲ୍ଲାରେ ସ୍ଥାପିତ ହେବାକୁ ଯାଉଛି। ଯାହାର ଉଚ୍ଚତା ହେଉଛି ପ୍ରାୟ ୮୫ ଫୁଟ। ଏନେଇ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ରାଜଧାନୀ ଭୋପାଳ ଠାରୁ ଯୋଗଦେବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ। 

ଏହି କାର୍ଯ୍ୟକ୍ରମ ଉଜ୍ୱୈନ ସ୍ଥିତ ଚିନ୍ତାମଣି ବାଇପାସ୍ ରାସ୍ତାରେ ଅବସ୍ଥିତ ଜନ୍ତର ମନ୍ତର ପରିସରରେ ଆୟୋଜିତ ହେଉଛି। ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ ଗତ ୨୦୨୨ ବର୍ଷରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ମଧ୍ୟ ପ୍ରଦେଶ ଉଚ୍ଚଶିକ୍ଷା ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ, ସେତେବେଳେ ସେ ସେହି ବର୍ଷ ମାର୍ଚ୍ଚ ୨୨ ତାରିଖରେ ପ୍ରାୟ ୮୫ ଫୁଟ ଉଚ୍ଚତା ବିଶିଷ୍ଟ ବିକ୍ରମାଦିତ୍ୟ ନାମକ ବୈଦିକ ଘଣ୍ଟାର ମୂଳଦୁଆ ପକାଇଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ ବିକ୍ରମାଦିତ୍ୟ ନାମକ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା କିପରି କାମ କରିବ? ଏହି ଘଣ୍ଟାର ବିଶେଷତା କ'ଣ? ଏହି ଘଣ୍ଟା କେଉଁ ସୂଚନା ଦେବ?

ପଞ୍ଚାଗ ଏବଂ ଶୁଭ ମୁହୂର୍ତ୍ତ ଦେଖିପାରିବେ ଆପଣ 
ବିକ୍ରମାଦିତ୍ୟ ହେଉଛି ବିଶ୍ୱର ପ୍ରଥମ ଡିଜିଟାଲ୍ ଘଣ୍ଟା ଯାହା ବୈଦିକ ସମୟ, ଭାରତୀୟ ପ୍ରମାଣିକ ସମୟ (IST), ଗ୍ରିମୱିଚ୍ ମିନ୍ ଟାଇମ୍ (GMT) ସହିତ ଭାରତୀୟ ସମୟ ଗଣନା କରିପାରିବ। ବିକ୍ରମାଦିତ୍ୟ ନାମକ ବୈଦିକ ଘଣ୍ଟା  ବିକ୍ରମ ସମ୍ୱତ ପଞ୍ଚାଗ, ୩୦ ମୁହୁର୍ତ୍ତ ଯେଉଁଥିରେ ଗ୍ରହ, ଯୋଗ, ଭଦ୍ରା, ଚନ୍ଦ୍ରମା ସ୍ଥିତି, ନକ୍ଷତ୍ର, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ବିଷୟରେ ଜାଣି ହେବ।

୩୦ ମୁହୂର୍ତ୍ତରେ ବିଭକ୍ତ ହୋଇଛି ୨୪ ଘଣ୍ଟାର ସମୟ 
ଏହି ବୈଦିକ ଘଣ୍ଟା ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଆଧାରରେ ସମୟ କହିବ। ଯାହାକୁ ସାଧାରଣ ଭାଷାରେ ଅଭିଜିତ୍ ମୁହୂର୍ତ୍ତ, ବ୍ରହ୍ମ ମୁହୂର୍ତ୍ତ ଏବଂ ଅମୃତ କାଳ କୁହାଯାଏ। ବିକ୍ରମାଦିତ୍ୟ ବୈଦିକ ଘଣ୍ଟାରେ ୨୪ ଘଣ୍ଟିଆ ଗ୍ରିମୱିଚ୍ ମିନ୍ ଟାଇମ୍ ୩୦ ମୁହୂର୍ତ୍ତରେ ବିଭକ୍ତ ହୋଇଛି। ପ୍ରତ୍ୟେକ ମୁହୂର୍ତ୍ତର ଏକ ଧାର୍ମିକ ନାମ ସହ ଏହାର ଏକ ବିଶେଷ ଅର୍ଥ ମଧ୍ୟ ରହିଛି। ଏହି ଘଣ୍ଟାରେ ଘଣ୍ଟା, ମିନିଟ୍ ଏବଂ ସେକେଣ୍ଡ ମଧ୍ୟ ରହିବ। ଏହା ବ୍ୟତୀତ ପାଣିପାଗ ଏବଂ ପର୍ବପର୍ବାଣୀ ସମ୍ବନ୍ଧୀୟ ସମସ୍ତ ସୂଚନା ମଧ୍ୟ ପ୍ରଦାନ କରିବ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା ବିକ୍ରମାଦିତ୍ୟ। 

Also Read: Vedic Clock: ଧାର୍ମକ ନଗରୀ ଉଜ୍ୱୈନ ଠାରେ ସ୍ଥାପିତ ହେବ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା, ଏହା କିପରି କରିବ କାମ ଏବଂ କ’ଣ ରହିଛି ଏହାର ଗୁରୁତ୍ୱ

ବିକ୍ରମାଦିତ୍ୟ ବୈଦିକ ଘଣ୍ଟାରେ ଦେଖିହେବ ଦେଶ ବିଦେଶର ସୂର୍ଯ୍ୟ ପରାଗ-ଚନ୍ଦ୍ର ଗ୍ରହଣ 
ବିକ୍ରମାଦିତ୍ୟ ବୈଦିକ ଘଣ୍ଟାରେ ସ୍ଥାପିତ ସ୍ୱତନ୍ତ୍ର ଗ୍ରାଫିକ୍ସ ହେତୁ, ପ୍ରତି ଘଣ୍ଟାରେ ବିଭିନ୍ନ ପ୍ରକାରର ଚିତ୍ର ଦେଖିବାକୁ ମିଳିବ। ଯେଉଁଥିରେ ଅଯୋଧ୍ୟା ରାମ ମନ୍ଦିର, କୈଳାଶ ମାନସରୋବର, ୧୨ ଜ୍ୟୋତିର୍ଲିଙ୍ଗ, ଦେଶ ବିଦେଶର ସୂର୍ଯ୍ୟ ପରାଗ-ଚନ୍ଦ୍ର ଗ୍ରହଣ ରାଶି ଚିହ୍ନ, ନବଗ୍ରହ ଦୃଶ୍ୟମାନ ହେବ। ଏହି ଘଣ୍ଟା ଜିପିଏସ୍ (GPS) ସହିତ ସଂଯୁକ୍ତ ହେବ ଏବଂ ଏହାର ନିକଟରେ ଏକ ଟେଲିସ୍କୋପ୍ ମଧ୍ୟ ସ୍ଥାପନ କରାଯିବ। ଯେଉଁଠାରୁ ଜ୍ୟୋତିର୍ବିଜ୍ଞାନ ସମ୍ପର୍କିତ ଘଟଣା ଦେଖିବାକୁ ମିଳିବ।

ମୋବାଇଲ୍ ଆପ୍ ସହ ଯୋଡ଼ିହେବ ବିକ୍ରମାଦିତ୍ୟ ବୈଦିକ ଘଣ୍ଟା
ବିକ୍ରମାଦିତ୍ୟ ବୈଦିକ ଘଣ୍ଟା ଏକ ମୋବାଇଲ୍ ଆପ୍ ସହ ଯୋଡ଼ି ହେବ। ଯାହାର ନାମ ବିକ୍ରମାଦିତ୍ୟ ବୈଦିକ ଘଡ଼ି ରଖାଯାଇଛି। ଏହି ଆପ୍ ଉତ୍ତର ପ୍ରଦେଶର ବାସିନ୍ଦା ଆରୋହ ଶ୍ରୀବାସ୍ତଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଯେହେତୁ ବିକ୍ରମାଦିତ୍ୟ ବୈଦିକ ଘଡ଼ି  ଆପ୍, ଇଣ୍ଟରନେଟ୍ ଏବଂ ଜିପିଏସ୍ ସହିତ ସଂଯୁକ୍ତ ହୋଇଛି  ସେଥିପାଇଁ ଆପଣ ଏହାକୁ ବିଶ୍ୱର ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବେ। ଏହା ମୋବାଇଲ୍ ଏବଂ ଟିଭି ମାଧ୍ୟମରେ ମଧ୍ୟ ସେଟ୍ ହୋଇପାରିବ। ଆପଣ ଏହି ଆପ୍ ମାଧ୍ୟମରେ ବିଶ୍ୱର ପ୍ରଥମ ବୈଦିକ ଘଡ଼ିରେ ଘଟୁଥିବା ସମସ୍ତ ପରିବର୍ତ୍ତନ ଦେଖିପାରିବେ।