Weather Update: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା (Heavy rain) । ଲଘୁଚାପ ଜନିତ ବର୍ଷା ଯୋଗଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
Trending Photos
Weather Update: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। କେତେକ ସ୍ଥାନରେ ବନ୍ୟାସ୍ଥିତି ଦେଖାଦେଇଛି । ଏହାରି ଭିତରେ ପାଣିପାଗ ବିଭାଗ (IMD) ଏକ ଆଶ୍ବସ୍ତିକଲା ପରି ଖବର ଦେଇଛି। ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି । ଏହି ଲଘୁଚାପ ଅବପାତରେ ପରିଣତ ହୋଇ ଝାଡଖଣ୍ତ ମୁହାଁ ହୋଇଛି । ଫଳରେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ(Rain) କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅବପାତ ପ୍ରଭାବରେ ଓଡ଼ିଶା ଉପକୂଳରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ମଧ୍ଯ ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏପରି କି, ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ, ଚାଷ ଜମି ଅଞ୍ଚଳରେ ପାଣି ଜମିବା ସହ ସମ୍ବେଦନଶୀଳ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଏ-ହା ସହ ତିନି ଜିଲ୍ଲାରେ ପ୍ରବଳ ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ(yellow warning) ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲେ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ । ଏହାସହ ଆଭ୍ୟନ୍ତରୀଣ ଓଡି଼ଶାରେ କେତେକ ଜିଲ୍ଲାରେ ମଧ୍ୟ ବର୍ଷା ହେବା ନେଇ ଆଇଏମଡି (IMD) ପକ୍ଷରୁ କୁହାଯାଇଛି।
Also Read: Odisha Flood Update: କୂଳ ଖାଉଛି ସମୂଦ୍ର, ଭୟଭୀତ ପାରାଦୀପବାସୀ
2 GPs (Chamundia & Rasanga) cut off from Gania Block, but connected from Daspalla. Water has not entered any village. Field officers monitoring. Water level receding. Road connectivity would be restored after 4-5 hours on further decrease in water level. @AdmnNayagarh
— SRC, Govt of Odisha (@SRC_Odisha) August 3, 2023
ସେପଟେ, ରାଜ୍ୟରେ ଲଗାଣ ବର୍ଷା ରାଜ୍ୟ(State govt) ସରକାରଙ୍କ ଚିନ୍ତା ବଢାଇଛି । କାହିଁକି ବାଦଲଫଟା ବାର୍ଷାରେ ଟୁଇନ୍ ସିଟିର ଅବସ୍ଥା ବେହାଲ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଗତକାଲି ବର୍ଷା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସମୀକ୍ଷା କରିଛନ୍ତି । ପ୍ରଭାବିତ ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି। NDRD ଓ ODRAF ଟିମ୍ ପ୍ରସ୍ତୁତ ଅଛନ୍ତି। ଏହାସହ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଶୁଖିଲା ବା ନିରାପଦ ସ୍ଥାନକୁ ଯିବାକୁ କୁହାଯାଇଛି। ଏହା ଶୁଖିଲା ଖାଦ୍ୟ ଯେପରିକି ଗୁଡ, ଚୁଡା, ମୁଢି ଏବଂ ମହମବତୀ ,ଔଷଧ ଓ ଆତ୍ୟାବଶ୍ୟକୀୟ ଜିନିଷ ନିଜ ପାଖରେ ରଖିବାକୁ କୁହାଯାଇଛି। ରାଜ୍ୟରେ ଥିବା ଦୁର୍ବଳ ନଦୀବନ୍ଧ ପାଇଁ ୨୪ ଘଣ୍ଟଆ ପାଟ୍ରୋଲିଂ ବ୍ୟବସ୍ଥା (SRC has directed to ensure 24x7 patrolling of vulnerable river embankments ) ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଏହି ଖବରଟି ବର୍ତ୍ତମାନ ଅପଡେଟ୍ କରାଯାଉଛି। ବନ୍ୟା ଜନିତ ଅଧିକ ଖବର ଜାଣିବ ପାଇଁ ZEE ODISHA NEWS ସହ ଯୋଡି ହୋଇ ରୁହନ୍ତୁ।...
SRC has directed to ensure 24x7 patrolling of vulnerable river embankments with support of local police and DoWR engineers, evacuation of people from low-lying areas as may be required & shifting to safe shelter buildings with light, toilet, water and food arrangements. pic.twitter.com/janrGQmvrm
— SRC, Govt of Odisha (@SRC_Odisha) August 3, 2023