DA News: ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ନୂଆ ଅପଡେଟ, ଖୁବଶୀଘ୍ର ବଢିପାରେ ମହଙ୍ଗା ଭତ୍ତା
Advertisement
Article Detail0/zeeodisha/odisha2361710

DA News: ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ନୂଆ ଅପଡେଟ, ଖୁବଶୀଘ୍ର ବଢିପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଯଦି ଆପଣ ଅଷ୍ଟମ ବେତନ ଆୟୋଗ (Dearness Allowance) ଗଠନକୁ ଅପେକ୍ଷା କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ଅଟେ। ବାସ୍ତବରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ ସମ୍ପର୍କରେ ସରକାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୂରୀ ଦୁଇ ରାଜ୍ୟସଭା ସାଂସଦ ରାମଜୀ ଲାଲ ସୁମନ ଏବଂ ଜାଭେଦ ଅଲି ଖାନଙ୍କ ପ୍ରଶ

DA News: ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ନୂଆ ଅପଡେଟ, ଖୁବଶୀଘ୍ର ବଢିପାରେ ମହଙ୍ଗା ଭତ୍ତା

DA News: ନୂଆଦିଲ୍ଲୀ: ଯଦି ଆପଣ ଅଷ୍ଟମ ବେତନ ଆୟୋଗ (Dearness Allowance) ଗଠନକୁ ଅପେକ୍ଷା କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ଅଟେ। ବାସ୍ତବରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ ସମ୍ପର୍କରେ ସରକାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୂରୀ ଦୁଇ ରାଜ୍ୟସଭା ସାଂସଦ ରାମଜୀ ଲାଲ ସୁମନ ଏବଂ ଜାଭେଦ ଅଲି ଖାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଅଷ୍ଟମ ଆୟୋଗ କମିଶନ ଗଠନ ସମ୍ପର୍କରେ ସରକାର ପ୍ରସ୍ତାବ ଗ୍ରହଣ କରିଛନ୍ତି। 

 

କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ କହିଛନ୍ତି କି ଜୁନି ୨୦୨୪ରେ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ଦୁଇଟି ପ୍ରସ୍ତାବ ଆମର ହସ୍ତଗତ ହୋଇଛି। ସପ୍ତମ ବେତନ ଆୟୋଗର ଗଠନ ଫେବୃଆରୀ ୨୦୧୪ ମସିହାରେ ହୋଇଥିଲା। ଏହାର ସୁପାରିସ ୨୦୧୬ ମସିହା ଜାନୁଆରୀ ପହିଲା ଠାରୁ ଲାଗୁ କରାଯାଇଥିଲା। ଏଠାରେ କହି ରଖୁ କି ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ କମିଟି ଯାହା କେନ୍ଦ୍ର ସରକାରଙ୍କ ବେତନ ଢାଞ୍ଚା, ଭତ୍ତା, ଓ ଅନ୍ୟାନ୍ୟ ଲାଭର ସମୀକ୍ଷା କରି ପରିବର୍ତ୍ତନର ସୁପାରିସ ପ୍ରଦାନ କରିଥାଏ। 

 

ମହଙ୍ଗା ଭତ୍ତାକୁ ଅପେକ୍ଷା
ସପ୍ତମ ବେଦନ ଆୟୋଗର ସୁପାରିଶ କ୍ରମେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଦ୍ୱିତୀୟ ଛମାସିଆ ମହଙ୍ଗା ଭତ୍ତା ବା ଡିଏକୁ ଅପେକ୍ଷା ରହିଛି। ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ଅବଧୀର ଭତ୍ତା ୪ ପ୍ରତିଶତ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଯଦି ଏଭଳି ହୋଇଥାଏ ତେବେ କେନ୍ଦ୍ର କର୍ମଚାରୀଙ୍କ ଭତ୍ତା ୫୪ ପ୍ରତିଶତ ହୋଇଯିବ। ଏହି ବୃଦ୍ଧି ସହିତ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଢାଞ୍ଚା ଅନୁଯାୟୀ ଦ୍ୱିତୀୟ ଛମାସିଆ ଭତ୍ତା ଉପରେ ନବରାତ୍ରୀ ମଧ୍ୟରେ ହେବାର ସମ୍ଭାବନା ରହିଛି। 

 

ସେପଟେ ଅନୁମାନ କରାଯାଉଛି କି ଅନୁମାନ ଜୁଲାଇରୁ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ହୋଇପାରେ। ଯଦି ଏହା ଘଟେ ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରେ ପହଞ୍ଚିବ। ମେ ୨୦୨୪ ରେ AICPI ସୂଚକାଙ୍କ ୧୩୯.୯ ପଏଣ୍ଟରେ ପହଞ୍ଚିଛି। ଏଥିରେ ୦.୫ ପଏଣ୍ଟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଏହାକୁ ଭିତ୍ତିକରି ମହଙ୍ଗା ଭତ୍ତାର ହିସାବ ମଧ୍ୟ ୫୨.୯୧ ପ୍ରତିଶତ ହୋଇଛି। ଏହା କେବଳ ୫୩ ପ୍ରତିଶତ ଗଣାଯିବ। କିନ୍ତୁ ଗୋଟିଏ ମାସର ଆକଳନ ଏପର୍ଯ୍ୟନ୍ତ ଆସିବ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ, ଗଣନାକୁ ଆଧାର କରି ସୂଚକାଙ୍କ ଜୁନ୍ ୨୦୨୪ରେ ୦.୫ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ଦେଖାଇପାରେ। ଯଦିଓ ଏହା ଘଟେ ମହଙ୍ଗା ଭତ୍ତା ସ୍କୋର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

 

କ୍ଷତି ୧ ପ୍ରତିଶତ
ଜାନୁୟାରୀରୁ ଜୁନ୍ ୨୦୨୪ ମଧ୍ୟରେ AICPI-IW ସୂଚକାଙ୍କ ସଂଖ୍ୟା ସ୍ଥିର କରିବ ଯେ କର୍ମଚାରୀମାନେ ଜୁଲାଇ ୨୦୨୪ରୁ କେତେ ମହଙ୍ଗା ଭତ୍ତା ବୃଦ୍ଧି ପାଇବେ।  ଜୁନ୍ ସଂଖ୍ୟା ଏପର୍ଯ୍ୟନ୍ତ ଆସି ନାହିଁ, ଯାହା ଜୁଲାଇ ଶେଷରେ ପ୍ରକାଶ ପାଇବ। ଜାନୁଆରୀରେ, ସୂଚକାଙ୍କ ସଂଖ୍ୟା ୧୩୮.୯ ପଏଣ୍ଟ ଥିଲା, ଯେଉଁଥିପାଇଁ ମହଙ୍ଗା ଭତ୍ତା ୫୦.୮୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏହା ପରେ ଫେବୃଆରୀରେ ସୂଚକାଙ୍କ ୧୩୯.୨ ପଏଣ୍ଟ, ମାର୍ଚ୍ଚରେ ୧୩୮.୯ ପଏଣ୍ଟ, ଏପ୍ରିଲରେ ୧୩୯.୪ ପଏଣ୍ଟ ଏବଂ ମେ ମାସରେ ୧୩୯.୯ ପଏଣ୍ଟରେ ପହଞ୍ଚିଛି। ଏହି ଢାଞ୍ଚାରେ ମହଙ୍ଗା ଭତ୍ତା ୫୧.୪୪ ପ୍ରତିଶତ, ୫୧.୯୫ ପ୍ରତିଶତ, ୫୨.୪୩ ପ୍ରତିଶତ ଏବଂ ୫୨.୯୧ ପ୍ରତିଶତରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ କର୍ମଚାରୀମାନେ ୧ ପ୍ରତିଶତ ପର୍ଯ୍ୟନ୍ତ କ୍ଷତିର ସମ୍ମୁଖୀନ ହେଉଛନ୍ତି।