World Fastest Plane: ବିଶ୍ୱର ଦ୍ରୁତତମ ଯାତ୍ରୀବାହୀ ବିମାନ; ଯାହାର ବେଗ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ
Advertisement
Article Detail0/zeeodisha/odisha1807598

World Fastest Plane: ବିଶ୍ୱର ଦ୍ରୁତତମ ଯାତ୍ରୀବାହୀ ବିମାନ; ଯାହାର ବେଗ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ

ବିଶ୍ୱ ସମୁଦାୟର ନିଜର ସ୍ୱତନ୍ତ୍ର ପରିଚୟ ସଷ୍ଟି କରିବା ପାଇଁ ବିଭିନ୍ନ ଦେଶ ମଧ୍ୟରେ ଚାଲିଛି ପ୍ରତିଯୋଗୀତା। ଏନେଇ ହେଉଥିବା ଦୌଡ଼ରେ ଆଗେଇବା ପାଇଁ ଅନେକ ଦେଶ ବିଭିନ୍ନ ପ୍ରକାରର ଉଦ୍ଭାବନ କରୁଛନ୍ତି। ହେଲେ ଏହି ଦୌଡ଼ରେ ସାମିଲ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକା ବର୍ତ୍ତମାନ ବିଶ୍ୱର ସବୁଠାର ଦ୍ରୁତତମ ବିମାନ ଉଦ୍ଭା

World Fastest Plane: ବିଶ୍ୱର ଦ୍ରୁତତମ ଯାତ୍ରୀବାହୀ ବିମାନ; ଯାହାର ବେଗ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ

first supersonic aircraft of the world: ବିଶ୍ୱ ସମୁଦାୟର ନିଜର ସ୍ୱତନ୍ତ୍ର ପରିଚୟ ସଷ୍ଟି କରିବା ପାଇଁ ବିଭିନ୍ନ ଦେଶ ମଧ୍ୟରେ ଚାଲିଛି ପ୍ରତିଯୋଗୀତା। ଏନେଇ ହେଉଥିବା ଦୌଡ଼ରେ ଆଗେଇବା ପାଇଁ ଅନେକ ଦେଶ ବିଭିନ୍ନ ପ୍ରକାରର ଉଦ୍ଭାବନ କରୁଛନ୍ତି। ହେଲେ ଏହି ଦୌଡ଼ରେ ସାମିଲ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକା ବର୍ତ୍ତମାନ ବିଶ୍ୱର ସବୁଠାର ଦ୍ରୁତତମ ବିମାନ ଉଦ୍ଭାବନ କରିଥିବା ଦାବି କରିଛି। ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା ପକ୍ଷରୁ କୁହାଯାଇଛି ଯେ ସଙ୍ଗଠନ ପକ୍ଷରୁ ଏପରି ଏକ ବିମାନ ନିର୍ମାଣ କରାଯାଇଛି ଯିଏ ୨ ଘଣ୍ଟା ମଧ୍ୟରେ ବିଶ୍ୱର ଗୋଟିଏ କୋଣରୁ ଅନ୍ୟ କୋଣକୁ ସହଜରେ ପହଞ୍ଚି ପାରିବ। 

ବିଶ୍ୱର ଦ୍ରୁତତମ ବିମାନ ନିର୍ମାଣ କରିଛି ନାସା
ମିଡିଆ ରିପୋର୍ଟ ଏହି ସୁପରସୋନିକ୍ ବିମାନ (first supersonic aircraft of the world) ଆମେରିକୀୟ କମ୍ପାନୀ ଲକହିଡ୍ ମାର୍ଟିନ୍ (American Company Lockheed Martin) ଦ୍ୱାରା ନିର୍ମିତ ହୋଇଛି। ଯିଏ ଏଫ ସିରିଜ ଯୁଦ୍ଧ ବିମାନ (F-Series Fighter Jets) ନିର୍ମାଣ କରିସାରିଛି। ଏହି ବିମାନ କ୍ୱାଇଟ ସୁପରସୋନିକ ଟେକ୍ନୋଲୋଜି (Quiet Supersonic Technology) ସହାୟତାରେ ନିର୍ମାଣ କରାଯାଇଛି। ଏହି ସୁପରସୋନିକ୍ ବିମାନ "ସନ୍ ଅଫ୍ କନକର୍ଡ" (Son Of Concorde) ନାମରେ ମଧ୍ୟ ଜଣାଶୁଣା। ଲକହିଡ୍ ମାର୍ଟିନ୍ ଦାବି କରିଛି ଯେ କମ୍ପାନୀ ଦ୍ୱାରା ବିକଶିତ ହୋଇଥିବା ଏହି ଏୟାରକ୍ରାଫ୍ଟ ହେଉଛି ବିଶ୍ୱର ସବୁଠାରୁ ଦ୍ରୁତତମ ବିମାନ ((World Fastest Plane)।

Also Read: Airbus Beluga: ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କଲା ବ୍ଲୁ ହ୍ୱେଲ ଭଳି ବିମାନ, ଲୋକେ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ, ଜାଣନ୍ତୁ ଏହାର ବିଶେଷତ୍ୱ

ପ୍ରଥମ ପରୀକ୍ଷା ମୂଳକ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛି ବିମାନ
ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ନାସା ଦ୍ୱାରା ବିକଶିତ ହୋଇଥିବା ସୁପରସୋନିକ୍ ଏକ୍ସ-୫୯ ବିମାନ (X-59 Aircraft) ବର୍ତ୍ତମାନ ଏହାର ପ୍ରଥମ ପରୀକ୍ଷା ମୂଳକ ଉଡ଼ାଣ (Trail Run of X-59 Aircraft) ପାଇଁ ପ୍ରସ୍ତୁତ ହେଉଛି। ଏନେଇ ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା (US Space Agency NASA) କହିଛି ଯେ ସାଧାରଣ ବିମାନ ଯୋଗେ ଲଣ୍ଡନ-ସିଡନୀ ଯାତ୍ରା (London Sydney Flight Services) କରିବାକୁ ୨୨ ଘଣ୍ଟା ସମୟ ଲାଗିଥାଏ। ଏହି ବିମାନ ମାଧ୍ୟମରେ ସେହି ଦୂରତା ମାତ୍ର ୨ ଘଣ୍ଟା ମଧ୍ୟରେ ଅତିକ୍ରମ କରିହେବ। ସେହିଭଳି ୧୫ ଘଣ୍ଟାର ବାୟୁ ଦୂରତା ମାତ୍ର ୩୯ ମିନିଟ ମଧ୍ୟରେ ଅତିକ୍ରମ କରିହେବ। 

Also Read: Russia Ukraine War: ପୁଣି ଥରେ ଉଡାଣ ଭରିବ ବିଶ୍ୱର ସର୍ବବୃହତ୍ତ ବିମାନ, ଖର୍ଚ୍ଚ ହେବ ୪୧ ଆରବ

 

କାହିଁକି ପୁରୁଣା ସୁପରସୋନିକ୍ ବିମାନ ଉପରେ ଜାରି ହୋଇଛି ନିଷେଧାଦେଶ 
ଆପଣଙ୍କୁ କହିରଖୁଛୁ ଯେ ବିଶ୍ୱର ପ୍ରଥମ ସୁପରସୋନିକ୍ ବିମାନ "କନକର୍ଡ" (Supersonic Jet Concorde) ପ୍ରାୟ ୨୦ ବର୍ଷ ପୂର୍ବେ ଯୁକ୍ତରାଷ୍ଟ୍ର ଆମେରିକା ଠାରେ ଲଞ୍ଚ କରାଯାଇଥିଲା। ସେହି ସମୟରେ ସେହି ବିମାନର ବେଗ (concorde supersonic jet speed) ଘଣ୍ଟା ପ୍ରତି ୨୧୭୨ କିଲୋମିଟର ରହିଥିଲା। ଯାହା ଲଣ୍ଡନ ଠାରୁ ନ୍ୟୁୟର୍କ ଦୂରତା ମାତ୍ର ୩ ଘଣ୍ଟା ମଧ୍ୟରେ ଅତିକ୍ରମ କରୁଥିଲା। ହେଲେ ଏକ ଦୁର୍ଘଟଣା ପରେ (concorde supersonic jet crash) ଏହି ସୁପରସୋନିକ୍ ବିମାନ ଉଡ଼ାଣ ନିଷେଧ କରାଯାଇଥିଲା। ଯାହା ଏ ପର୍ଯ୍ୟନ୍ତ ଜାରି ରହିଛି।