ଦିଲ୍ଲିପ ହେଲେ ହକି ଇଣ୍ଡିଆ ସଭାପତି
Advertisement
Article Detail0/zeeodisha/odisha1364077

ଦିଲ୍ଲିପ ହେଲେ ହକି ଇଣ୍ଡିଆ ସଭାପତି

ଭାରତୀୟ ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ। 

ଦିଲ୍ଲିପ ହେଲେ ହକି ଇଣ୍ଡିଆ ସଭାପତି

Dilip Tirkey: ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ ଜଗତ ପାଇଁ ଏକ ଖୁସି ଖବର ଆସିଛି। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ସାଂସଦ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ହକି ଇଣ୍ଡିଆର ସଭାପତି ପାଇଁ ନାମାଙ୍କନ ଦାଖଲ କରିଥିଲେ। ଆଜି ନୋମିନେସନର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଦିଲ୍ଲୀପଙ୍କ ବିପକ୍ଷରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ନଥିଲେ। ଫଳରେ ଦିଲ୍ଲୀପ ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। 

ସୂଚନାଯୋଗ୍ୟ  ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ୪ ଦିନ ତଳେ ନାମାଙ୍କନ ଭରିଥିଲେ ଓଡ଼ିଆ ହକି ଲିଜେଣ୍ଡ ଦିଲ୍ଲୀପ ତିର୍କି। ଆସନ୍ତା ୧ ତାରିଖରେ ଅନୁଷ୍ଠିତ ହୋଇଥାନ୍ତା ସଭାପତି ପଦ ପାଇଁ ନିର୍ବାଚନ। ଗତ ୧୯ ତାରିଖରେ ଏଥିପାଇଁ ଦିଲ୍ଲୀପ ନାମାଙ୍କ ଭରିଥିଲେ। ଏନେଇ ସେ ଟ୍ୱିଟରରେ ସୂଚନା ଦେଇଥିଲେ। 

ଦିଲ୍ଲୀପ ପୂର୍ବରୁ ଭାରତୀୟ ହକି ଦଳର ନେତୃତ୍ୱ ନେଇ ସାରିଛନ୍ତି। ତେବେ ଭାରତୀୟ ଦଳର ଅଧିନାୟକ ଥିବା ବେଳେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି ଦିଲୀପ। ସେ ପ୍ରତିକ୍ରିୟା ଦେଇ କହିଥିଲେ କି ହକି ଇଣ୍ଡିଆର ସଭାପତି ହେଲେ ସେ ଭାରତୀୟ ହକିକୁ ଅଧିକ ମଜଭୂତ କରିବେ। ବିଶ୍ୱରେ ଭାରତୀୟ ହକି ଦଳର ଆଗକୁ ନେବାକୁ ପ୍ରୟାସ କରିବାକୁ ପ୍ରତିଶୃତିବଦ୍ଧ। ଜୁନିଅର ଓ ସବ୍‌ଜୁନିଅର ହକି ଦଳର ଟ୍ରେନିଂକୁ ଅଧିକ ମଜଭୂତ କରିବେ। ହକି ସିନିୟର ଟିମ୍ ଓ ମହିଳା ଟିମ୍‌ର ପରଫରମାନ୍ସ ଅଧିକ ଭଲ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ।

ସୂଚନା ଥାଉକି, ଭାରତୀୟ ହକିର ମହାନ ଖେଳାଳିଙ୍କ ମଧ୍ୟରୁ ଦିଲୀପ ତିର୍କୀ ଅନ୍ୟତମ । ସେ ଦୀର୍ଘ ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ୪୧୨ଟି ମ୍ୟାଚ ଖେଲିଛନ୍ତି । ଚଳିତ ବର୍ଷ ଅଗଷ୍ଟରେ ହକି ଇଣ୍ଡିଆ ନିର୍ବାଚନ ପରିଚାଳନା ପାଇଁ ଅଜୟ ନାୟକଙ୍କୁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା । ବିହାର ସରକାରଙ୍କ ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ହେଉଛନ୍ତି ଅଜୟ ନାୟକ ।

ସେପଟେ ୪୪ ବର୍ଷିୟ ଦିଲ୍ଲୀପ ଏବେ ଓଡିଶା ହକି ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ଅଛନ୍ତି। ତେଣୁ ଗୋଟିଏ କଦମ ଆଗକୁ ଯାଇ ସେ ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଅଛି। ବିହାର ସରକାରର ପୂର୍ବତନ ର୍ନିବାଚନ ଅଧିକାରୀ ଅଜୟ ନାୟକଙ୍କୁ ଏହି ର୍ନିବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଛି। 

ଅଧିକ ପଢନ୍ତୁ: ଭୟ ନା ଭକ୍ତି? ପାଞ୍ଚ ବର୍ଷ ପରେ ବିଦାୟ ନେଲେ ନାଗ-ନାଗୁଣୀ, ଗାଁ କମ୍ପାଇଲା ଶଙ୍ଖ ନାଦ ସହ ହୁଳହୁଳି

ଅଧିକ ପଢନ୍ତୁ: Bhadrak: କେତେ ହେଲା ବାବାଙ୍କ ପୀଠର ବିକାଶ? 5T ସଚିବ କରିବେ ୨୧ କୋଟି ଟଙ୍କାର ହିସାବ କିତାବ

ଅଧିକ ପଢନ୍ତୁ: ଜନସଭାରେ ମଦ ପିଇବାର ଲାଭ କହିଲେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ, ଭିଡିଓ ହେଲା ଭାଇରାଲ