)
Odisha Handicrafts: ଏବେ ଦେଶ ବିଦେଶରେ ନିଜର ହସ୍ତକଳା ପାଇଁ ଚର୍ଚ୍ଚା ସାଉଁଟିଲାଣି ଓଡ଼ିଶା। ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଉଦଘାଟନ ବେଳେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଦେଶର ବାଣିଜ୍ୟ, ବ୍ୟବସାୟ ଓ କଳା କ୍ଷେତ୍ରରେ ରାଜ୍ୟ ପେଣ୍ଠସ୍ଥଳ ଭାବେ ଉଭା ହୋଇ ସାରିଛି । ଓଡ଼ିଶାର କଳା ଓ ହସ୍ତକଳା ସର୍ବଦା ଭାରତୀୟ କଳା ଶିଳ୍ପର ମଉଡ଼ ମଣି ହୋଇ ରହିଛି ଏବଂ ଏହାର ହସ୍ତତନ୍ତକୁ କାହିଁ କେଉଁ କାଳରୁ ପ୍ରଶଂସା କରାଯାଉଛି । ଇକତ ଶାଢ଼ି, ଇକତ ଦୁପଟ୍ଟା ବା ଓଢଣୀ, ଇକତ ଷ୍ଟୋଲ୍, ଟସର, ଟସର ଘିଚା, କୋରିଆ ଚାଇନା, କଟକ ଇକତ୍ ଫାବ୍ରିକ୍, କଟକ ଓଭେନ୍ ଫାବ୍ରିକ୍, ପେପର ମାଚେ ଓ ସବାଇ ଘାଷ, ଖଚୁରି ପତ୍ର ଓ ଗୋଲ୍ଡେନ୍ ଗ୍ରାସ୍, ପଚ୍ଛଚିତ୍ର ସହ ତାଳପତ୍ର, କାଠ ପଟ୍ଟଚିତ୍ର, ପଥର ଉତ୍ପାଦ, ସଉରା ଚିତ୍ରକଳା, ଡୋକ୍ରା କାଷ୍ଟିଂ, ଡୋକୋରା ଗହଣା ଏବଂ ତାରକସି ଗହଣା ଭଳି ଚମକ୍ରାର ସୃଷ୍ଟି କରିବାର ଗୌରବ ରାଜ୍ୟର କାରିଗରମାନଙ୍କ ନାମରେ ରହିଛି।
ତେବେ ଆମ ରାଜ୍ୟର କାରିଗରଙ୍କ ମୁଣ୍ଡ ଉଚ୍ଚ କରିବାକୁ ୬୨ ବର୍ଷ ପୁରୁଣା ଫାବ୍ ଇଣ୍ଡିଆ ଭାରତୀୟ ପାରମ୍ପରିକ ଉତ୍ପାଦକୁ ନିରନ୍ତର କରିବା ଉପରେ ଗୁରୁତ୍ୱାରୋପ କରୁଛି। କାରିଗରମାନଙ୍କ କାର୍ଯ୍ୟକୁ ବିଶ୍ୱ ସ୍ତରରେ ଉପସ୍ଥାପିତ କରିବା ଏବଂ ସେମାନଙ୍କୁ କୁଶଳୀ ଓ ଉନ୍ନତ କରିବାର ଦାୟିତ୍ୱ ଗ୍ରହଣ କରିଛି ଫାବ୍ ଇଣ୍ଡିଆ । ଓଡ଼ିଶା ସରକାରଙ୍କ ପାଇଁ ଘରୋଇ ସରକାରୀ ସହଭାଗିତାରେ ଗୋଷ୍ଠୀ ମାଲିକାନା ଭିତିକ କମ୍ପାନୀ 'ଓଡ଼ିଶା ଆର୍ଟିସନ୍ସ ଆଣ୍ଡ୍ ୱିଭର୍ସ ଲିମିଟେଡ୍' ସ୍ଥାପନ କରାଯାଇଛି । ଏହା ସହ ସମସ୍ତ ଉନ୍ନତ ମାନର ଉତ୍ପାଦ ଲାଗି ଏକ ମାର୍କେଟିଂ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରି ସ୍ଥାନୀୟ ହସ୍ତକଳା (Handloom) ଭିତ୍ତିକ ଉତ୍ପାଦର ବଜାରକୁ ସୁଦୃଢ଼ କରିବା ଉପରେ ଏହା ଗୁରୁତ୍ୱାରୋପ କରୁଛି ।
୨୦୧୧ ରେ ଆରମ୍ଭ ହୋଇଥିବା ଏହି ଆହ୍ୱାନ ଏକ ବିରାଟ ସଫଳତା ଆଡକୁ ମୁହାଁଇଛି। ଫାବ୍ ଇଣ୍ଡିଆ ଓଡ଼ିଶାରେ ଏହାର ଆଞ୍ଚଳିକ ଉପସ୍ଥିତିକୁ ସୁଦୃଢ଼ କରିଛି ଏବଂ ରାଜ୍ୟରେ ଏହାର ୩୬୦୦ କାରିଗରଙ୍କ ନେଟୱାର୍କ ରହିଛି । ୨୦୧୧ ରେ ଏହାର ଗୋଟିଏ କ୍ଲଷ୍ଟର ପ୍ରଥମେ ଗୋପାଳପୁରରେ ଆରମ୍ଭ ହୋଇଥିଲା ପରେ ଏହି କ୍ଲଷ୍ଟର ଏବେ ୧୬ କ୍ଲଷ୍ଟରରେ ପହଞ୍ଚିଲାଣି। ସେଗୁଡିକ ହେଲା ବରଗଡ଼, କଟକ, ଭୁବନେଶ୍ୱର, କେନ୍ଦୁଝର, ବୌଦ୍ଧ, ସୋନପୁର, ଗୋପାଳପୁର, ନୂଆପାଟଣା ଆଦି ସ୍ଥାନ। ଫାବ୍ଇଣ୍ଡିଆ ଲିମିଟେଡ୍ର (Fab India Limited) ମାର୍କେଟ୍ ରିଜିଅନ୍ସ ହେଡ୍ କେ ପି ରାଜେନ୍ଦ୍ରନଙ୍କ କହିବାନୁସାରେ, ପ୍ରତି କ୍ଲଷ୍ଟର ବିକାଶ ଲାଗି ୨-୩ ବର୍ଷ ସମୟ ଲାଗୁଛି ।
ରାଜ୍ୟରେ ହସ୍ତକଳାକୁ ଚିହ୍ନଟ କରିବା
ଡିଜାଇନ, ଗୁଣାତ୍ମକ ମାନ, ବ୍ୟବସାୟ ଆର୍ଥିକ, ଡିଜିଟାଲ୍ ସାକ୍ଷତା ଉପରେ କାରିଗରଙ୍କ ଦକ୍ଷତା ବଢ଼ାଇବା
ବଜାର ଆଭେନ୍ୟୁ ସୃଷ୍ଟି କରିବା
କ୍ରାଫ୍ଟ କ୍ଲଷ୍ଟର ଡେଭେଲପ୍ମେଣ୍ଟ ଆଣ୍ଡ୍ ଲାଇଭ୍ଲିହୁଡ୍ ଇମ୍ପାକ୍ଟ
ବଜାରରେ ବିକ୍ରି ହୋଇପାରୁଥିବା ଉତ୍ପାଦ ବିକାଶ ଏବଂ ଗ୍ରାମୀଣ କାରିଗରମାନଙ୍କୁ ବଜାର ପାଖରେ ପହଞ୍ଚାଇବା ପାଇଁ ଫାବ୍ ଇଣ୍ଡିଆ ରାତିଦିନ ଏକ କରି କାମ କରୁଛି।
ଫାବ୍ ଇଣ୍ଡିଆର (Fab India) ଏକ ଟିମ୍ ରହିଛି ଯାହା କାରିଗରମାନଙ୍କୁ କିଭଳି ଏକ ଉତ୍ପାଦ ଡିଜାଇନ କରିବା, ଗୁଣାତ୍ମକ ପ୍ରଶିକ୍ଷଣ, ଡାଇଂ ୱାର୍କସପ୍ ଆଦିରେ କାରିଗରମାନଙ୍କୁ ଡିଜାଇନ୍ ଇନ୍ପୁ୍ଟ୍ ପ୍ରଦାନ କରୁଛି । ଏହା ବ୍ୟତୀତ ଫାବ୍ ଇଣ୍ଡିଆ ଉତ୍ପାଦଗୁଡ଼ିକ ହେଉଛି ପ୍ରାକୃତିକ ଯାହାକୁ ଦକ୍ଷ କାରିଗରମାନଙ୍କ ସହାୟତାରେ ପ୍ରସ୍ତୁତ କରାଯାଇଛି । ଫାବ୍ ଇଣ୍ଡିଆ ପ୍ରତିଟି ମଡେଲକୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ ନେବାକୁ ଏବଂ ପ୍ରତି ରାଜ୍ୟରେ କାରିଗରମାନଙ୍କୁ ସଶକ୍ତ କରିବାରେ ସଫଳତାକୁ ଦୋହରାଇବା ଏବଂ ସେମାନଙ୍କୁ ବିଶ୍ୱ ସ୍ତରୀୟ କରିବାକୁ ଅନେକ ଉନ୍ନତ ମାନର ଯୋଜନା ମଧ୍ୟ ପ୍ରସ୍ତୁତ କରୁଛି।