Hindi Lecturer died: ଗଳିର ସହରରେ ପିକଅପ ନେଇଗଲା ଅଧ୍ୟାପକଙ୍କ ଜୀବନ
Advertisement

Hindi Lecturer died: ଗଳିର ସହରରେ ପିକଅପ ନେଇଗଲା ଅଧ୍ୟାପକଙ୍କ ଜୀବନ

Hindi Lecturer died:ସଡ଼କ ଦୁର୍ଘଟଣାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ଦେହାନ୍ତ ହୋଇଯାଇଛି। ମୃତକଙ୍କ ନାଁ ପୁରନ୍ଦର ବିଶ୍ୱାଳ ବୋଲି ଜଣାପଡ଼ିଛି। 

Hindi Lecturer died: ଗଳିର ସହରରେ ପିକଅପ ନେଇଗଲା ଅଧ୍ୟାପକଙ୍କ ଜୀବନ

Hindi Lecturer died: କଟକ: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କର ମୃତ୍ୟୁ ହୋଇଛି। ମୃତ ପ୍ରଫେସରଙ୍କ ନାଁ ପୁରନ୍ଦର ବିଶ୍ୱାଳ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ପୁରନ୍ଦର ଆଜି ସକାଳୁ ୟୁନିଭରସିଟି ଅଭିମୁଖେ ଆସୁଥିବା ବେଳେ ତାଙ୍କୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଥିଲେ। ଘଟଣାଟି କଟକ ସଦର ଥାନା ଅନ୍ତର୍ଗତ ପାଇକ ସାହି ନିକଟରେ ଘଟିଥିଲା। ତେବେ ଘଟଣାସ୍ଥଳରେ ହିଁ ପୁରନ୍ଦରଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା। ସେପଟେ ପ୍ରଫେସରଙ୍କ ମୃତ୍ୟୁରେ ବିଶ୍ୱବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି।